shocking ଭିଡ଼ିଓ-ସେଲଫି ହେଲା କାଳ,ଭାସିଗଲେ ଯୁବତୀ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ଏହି ଭିଡ଼ିଓ ନିଆଁ ଭଳି ଭାଇରଲ ହେଉଛି,ଦେଖନ୍ତୁ ସମ୍ପୂର୍ଣ video!

ଆଧୁନିକ ଯୁଗରେ ଲୋକମାନେ ସେଲଫି ନେବାକୁ ବହୁତ ପସନ୍ଦ କରୁଛନ୍ତି। ବିଭିନ୍ନ ସମୟରେ ଏହି ସେଲଫି କାହା ପାଇଁ କାଳ ସାଜି ଯାଉଥିବାର ଦେଖିବାକୁ ମିଳିଛି। ତେବେ କିଛି ଦିନ ପୂର୍ବରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। ଏକ ଯୁବତୀ ପିକନିକ କରିବାକୁ ଯାଇ ସେଲଫି ନେବା ସମୟରେ ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲେ।ଯେଉଁ ସମୟର ପୁରା ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଥିଲା ଯାହା ସାମ୍ନାକୁ ଆସିଛି। ଉକ୍ତ ଭିଡିଓଟି ଖୁବ୍ ଭାଇରାଲ ହେବାର ଦେଖିବାକୁ ମିଳୁଛି। ଭିଡିଓଟି ଦେଖିବା ପରେ ସାରା ଓଡ଼ିଶା ସ୍ତବ୍ଦ ପାଲଟି ଯାଇଛି।

ପିକନିକ୍ କରିବାକୁ ଆସି ମୃତ୍ୟୁ ମୁଖରେ ପଡ଼ିଗଲେ ଯୁବତୀ। ସତେ ଯେମିତି ମରଣ ଯୁବତୀଙ୍କୁ ଅପେକ୍ଷା କରିଥିଲା।ସେଲଫି ନେବା ସମୟରେ ପାଣିରେ ଭାସି ଯାଇଛନ୍ତି ଯୁବତୀ ଜଣକ। ସୁନ୍ଦରଗଡ଼ ଇବ ନଦୀରେ ଯୁବତୀ ସେଲଫି ନେବା ବେଳେ ଭାସିଯିବାର ଦୃଶ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

 ପିକନିକ କରିବାକୁ ଯାଇଥିବା ବେଳେ ରାଜଗାଙ୍ଗପୁର କୁମ୍ଭାରପଡାର ନିରୁପମା ପ୍ରଜାପତି ଇବ ନଦୀ ପାଖରେ ସେଲଫି ନେଉଥିଲେ । ତେବେ ସେଲଫି ନେଉଥିବା ବେଳେ ଭାରସାମ୍ୟ ନଦୀରେ ଭାସି ଯାଇଥିଲେ ।ନିଖୋଜ ହେବାର ୨୨ ଘଣ୍ଟାର ପରେ ତିନି ଶହ ମିଟର ତଳେ ଏକ ପଥର ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

ତେବେ ସୋସିଆଲ ମିଡିଆରେ ଭାଇରାଲ ଭିଡିଓରେ ନିରୁପମାଙ୍କ ମୃତ୍ୟୁ ପଛରେ ରହିଥିବା କାରଣ ସାମ୍ନାକୁ ଆସିଥିଲା। ନିରୁପମା ଇବ ନଦୀର ଜଳସ୍ତର ପାଖରେ ଏକ ପଥର ଉପରେ ଛିଡା ହୋଇ ମୋବାଇଲ ସେଲଫି ନେଉଥିଲେ । ଠିକ୍ ସେତିକିବେଳେ ଆଉ ଜଣେ ଯୁବକ ସେହି ସ୍ଥାନକୁ ଆସି ଯୁବତୀ ଜଣକ ଦେହରେ ପିଟି ହୋଇଥିଲେ।

ଫଳରେ ନିରୁପମା ଭାରସାମ୍ୟ ହରାଇ ପାଣିରେ ଭାସି ଯାଇଥିଲେ । ପାଣିର ଜଳସ୍ତର ଏତେ ପ୍ରଖର ଥିଲାଯେ କିଛି ଭାବିବା ଆଗରୁ ଆଖି ପିଛୁଲାକେ ନିରୁପମା ଭସିଗଲେ। ପରେ ଦୀର୍ଘ ୨୨ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ନିରୁପମାଙ୍କ ମୃତ ଦେହ ଏକ ପଥର ସନ୍ଧି ମଧ୍ୟରୁ ଉଦ୍ଧାର କରା ଯାଇଥିଲା।

ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ।ନିରୁପମାଙ୍କ ଅଚାନକ ମୃତ୍ୟକୁ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପରିବାର ଲୋକେ। ସୂଚନା ଅନୁଯାୟୀ ନିରୁପମାଙ୍କ ବାହାଘର ଫିକ୍ସ ହୋଇ ସାରିଥିଲା। ନିର୍ବନ୍ଧ କାର୍ଯ୍ୟ ମଧ୍ୟ ସମ୍ପୁର୍ଣ୍ଣ ହୋଇଥିଲା। ବାହାଘରକୁ ନେଇ ନିରୁପମାଙ୍କ ପରିବାର ଖୁବ୍ ଖୁସି ଥିଲେ । ପରିବାର ସବୁ ସଦସ୍ୟ ମାନଙ୍କ ସହିତ ନିରୁପମା ପିକନିକ କରିବାକୁ ଯାଇଥିଲେ।

କିନ୍ତୁ ବିଧିର ବିଧାନ କିଛି ଅଲଗା ରହିଥିଲା। ସତେ ଯେମିତି ନିରୁପମାଙ୍କୁ ମୃତ୍ୟ ପାଖକୁ ଡାକୁଥିଲା। ଯେଉଁ ସମୟରେ ନିରୁପମାଙ୍କ ସବାରୀ ଉଠିିଥାନ୍ତ ସେହି ସମୟରେ ତାଙ୍କର କୋକେଇ ଉଠାଇଛନ୍ତି ପରିବାର ଲୋକେ। ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ତେବେ ଯୁବତୀଙ୍କ ଏମିତି ମୃତ୍ୟୁ ବରଣ ସାରା ଓଡ଼ିଶାରେ ଚର୍ଚ୍ଚର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।