shocking ଭିଡ଼ିଓ-ହଠାତ ଗାଁରେ ବାହାରିଲା ନାଗ ସାପ ତାପରେ ଲୋକମାନେ ଯାହାକଲେ ,ଭିଡିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଏବେ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ !

ମନରେ ଭୟ ସୃଷ୍ଟି କରୁଥିବା ଜୀବ ମାନଙ୍କ ମଧ୍ୟରୁ ସାପ ଅନ୍ୟତମ। ହଠାତ୍ ସାପକୁ ଦେଖିଲେ ମନରେ ଭୟ ଜାଗ୍ରତ ହୋଇଥାଏ ଡରରେ ଦେହ ଶୀତେଇ ଉଠେ। ସାଧାରଣତଃ ଏହି ସାପ ମାନେ ମାଟି ଏବଂ ଚାଳ ଛପର ଘର ମାନଙ୍କରେ ସାପମାନେ ଲୁଚି ରହିବାର ଦେଖିବାକୁ ମିଳେ । ମାଟି ଭିତରେ ଥିବା ଗାତରେ ଆରାମରେ ରହିବା ସହ ଏମାନେ ଅଣ୍ଡା ଫୁଟାଇ ଛୁଆ ମଧ୍ୟ ଦେଇଥାନ୍ତି । କିନ୍ତୁ ଘରେ ରହୁଥିବା ଲୋକଙ୍କ ପାଇଁ ଏହା ଖୁବ ବିପଦ ଜନକ ହୋଇଥାଏ।

ସାଧାରଣତଃ ଗୋଖର ବା ନାଗ ପ୍ରଜାତିର ସାପ ବହୁତ ବିଷ ଧର ହୋଇଥାନ୍ତି। ଏମାନଙ୍କ ବିଷ ମଣିଷ ଓ ପଶୁପକ୍ଷୀ ମାନଙ୍କ ପ୍ରତି ଖୁବ୍ ଘାତକ ହୋଇଥାଏ। ଏହି ସାପ ମାନେ ପ୍ରାୟତଃ ସବୁ ସମୟରେ ବହୁତ ରାଗିକି ରହିଥାନ୍ତି। ଏମାନଙ୍କ ରାଗର ଶିକାର ହେବାର ଅର୍ଥ ନିଜ ମୃତ୍ୟୁକୁ ଆମନ୍ତ୍ରଣ କରିବା। ନାଗ ସାପ ମଧ୍ୟ ନ୍ୟୁରୋଟକ୍ସିନ ନାମକ ବିଷ ରହିଥାଏ । ସେଥିପାଇଁ ଏହି ସାପ କାମୁଡିଲେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାନ୍ତି।

ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁ ଭିଡିଓରେ ଜଣେ ସାପ ଧରାଳି ଆସି ଦୁଇ ନାଗ ଓ ନାଗୁଣୀକୁ ଉଦ୍ଧାର କରିଥିଲେ। ଉତ୍ତର ପ୍ରଦେଶର ମୁରଲୀୱାଲେ ହୁସଲା ନାମକ ବ୍ୟକ୍ତି ଏହି ନାଗ ନାଗୁଣୀକୁ ଉଦ୍ଧାର କରିଥିଲେ। ମୁରଲୀୱାଲେ ହୁସଲା ନାମକ ଏକ ୟୁଟ୍ୟୁବ ଚ୍ୟାନେଲରେ ଏହି ସାପ ଧରିବାର ଦୃଶ୍ୟ ଅପଲୋଡ଼ କରାଯାଇଥିଲା ଯାହା ବର୍ତ୍ତମାନ ସୁଧା ୭୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।

ଗ୍ରାମବାସୀ ମାନେ ଦୁଇ ନାଗ ନାଗୁଣୀକୁ ଦେଖି ଖୁବ୍ ଭୟଭୀତ ହୋଇ ଯାଇଥିଲେ। ସେମାନେ ସାପକୁ କ୍ଷୀର ପିଇବା ପାଇଁ ଦେଇଥିଲେ। କିନ୍ତୁ ନାଗନାଗୁଣୀ କ୍ଷୀରକୁ ପିଇଲେ ନାହିଁ। ମୁରଲୀୱାଲେଙ୍କ କହିବା ଅନୁସାରେ ସାପମାନେ କ୍ଷୀର ପିଇବା ପାଇଁ ପସନ୍ଦ କରନ୍ତି ନାହିଁ। ଏହା ଏକ ଅନ୍ଧ ବିଶ୍ବାସ ଅଟେ।

ସାପ ମାନେ ମାଂସାସୀ ଅଟନ୍ତି ଏମାନେ ମୂଷା ବେଙ୍ଗ ଆଦି ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି। ପ୍ରକୃତରେ ଦେଖିବାକୁ ଗଲେ ସାପକୁ ଯେ ପର୍ଯ୍ୟନ୍ତ ଆଘାତ ନପାଇଛି ସାପ କାହାକୁବି ଦଂଶନ କରିନଥାଏ। ମାତ୍ର ସାପକୁ ଯଦି କିଛିବି ଆଘାତ ଲାଗିଛି ତେବେ ସାପ ସାମ୍ନାବାଲାକୁ ନିଶ୍ଚିତ ଭାବେ ଦଂଶନ କରିବ।

ତେଣୁ ବିନା ପ୍ରଶିକ୍ଷଣରେ କେବେ ସାପ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ ଏବଂ ସାପକୁ ଦେଖିଲେ ଯଥା ଶୀଘ୍ର ସ୍ନେକ ହେଲ୍ପ ଲାଇନକୁ ଖବର ଦିଅନ୍ତୁ।ତେବେ ମୁରଲୀୱାଲେ ଟିମର ଲୋକମାନେ ସାପ ଉଦ୍ଧାର କରିବା ପାଇଁ କୌଣସି ଅର୍ଥ ଦାବି କରନ୍ତି ନାହିଁ। ସେମାନେ ସାପକୁ ଉଦ୍ଧାର କରିବା ପରେ ସାପକୁ ନେଇ ଜଙ୍ଗଲରେ ଛାଡି ଦିଅନ୍ତି।

ତେବେ ଆପଣଙ୍କ ନିକଟରେ କି ଘରେ କୋଉଠି ଯଦି ସାପ ରହିବାର ନଜର ଆସୁଛି ତେବେ ତୁରନ୍ତ ମୁରଲୀୱାଲେ ହୁସଲା ନାମକ ୟୁଟ୍ୟୁବ ଚ୍ୟାନେଲ ସହିତ ଯୋଗାଯୋଗ କରନ୍ତୁ। ଯୋଗଯୋଗ କରିବା ପାଇଁ ଏହି ୯୮୮୯୮୮୪୮୯୦ ନମ୍ବରରେ ଡାଏଲ୍ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।