shocking ଭିଡ଼ିଓ-ହଠାତ ଘରୁ ବାହାରିଲା ନାଗସାପ ଆଉ ତା ପରେ ଯାହା ଘଟିଲା ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ,ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!
ସାପ ନା ଶୁଣିଲେ ମାତ୍ରେ ମନରେ କୋଉଠି ନା କୋଉଠି ଭୟ ସୃଷ୍ଟି ହୋଇ ଥାଏ। ଯଦି କୁହାଯାଇକି ସାପଟି ଆପଣଙ୍କ ଘର ଭିତରେ ଅଛି ତାହାଲେ ତ ଅବସ୍ଥା ଅତି ସାଙ୍ଘାତିକ ହୋଇପଡେ, ଡରରେ ଦେହ ହାତ ଝିମଝିମ୍ ହୋଇଯାଏ। ଆଉ ଯଦି ସାପଟି ନାଗସାପ ହେଇଥାଏ ତାହାଲେ ତ ସେ ଅବସ୍ଥା ବିଷୟରେ ନକହିବା ଭଲ। ଆଜ୍ଞା ହଁ ସେମିତି ଏକ ବିରାଟକାୟ ନାଗସାପକୁ ଜଣକ ଘର ଭିତରୁ ଉଦ୍ଧାର କରାଯାଇଛି।
ନିକଟରେ ଏକ ଭିଡିଓ ଦେଖିବାକୁ ମିଳିଥିଲା। ଯେଉଁ ଭିଡିଓରେ ସ୍ନେକ ହେଲ୍ପ ଲାଇନ ଆସି ଗୋଟେ ବିରାଟକାୟ ନାଗସାପକୁ ଉଦ୍ଧାର କରିଥିଲେ। ତେବେ ସାପଟିକୁ ଧରିବା ସମୟରେ ସାପର ଭୟଙ୍କର ଫଣା ଓ ଗର୍ଜନ ଶୁଣିବାକୁ ମିଳିଥିଲା।ସୂଚନା ଅନୁଯାୟୀ ଏକ ନାଗସାପ ଗୋଟେ ବିଲେଇକୁ ମାରି ଜଣକ ଘର ଭିତରକୁ ପ୍ରବେଶ କରିଥିଲା। ତେବେ ସାପଟି ବହୁତ ବଡ ଓ ଭୟଙ୍କର ଥିଲା। ରାଗରେ ବହୁତ ଜୋର ଗର୍ଜନ କରୁଥିଲା। ତେବେ ସାପକୁ ଉଦ୍ଧାର କରିବାର ଲାଇଭ ଭିଡିଓ କ୍ୟାମେରାରେ କଏଦ କରାଯାଇଥିଲା।
ଓଡ଼ିଶାର ଭଦ୍ରକ ଜିଲ୍ଲାର ଜଣକ ଘର ଭିତରୁ ସ୍ନେକ ହେଲ୍ପ ଲାଇନ ଆସି ସାପଟିକୁ ଉଦ୍ଧାର କରିଥିଲେ। ସାପଟି ଏକ ବିଲେଇକୁ ଦଂଶନ କରି ଜଣକ ଘରେ ରହିଥିବା ସିମେଣ୍ଟଥଳି ଥାକରେ ଲୁଚି ରହିଥିଲା ଯାହାକୁ ପରିବାର ଲୋକେ ଜାଣିପାରି ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ।
ତେବେ ସ୍ନେକ ହେଲ୍ପ ଲାଇନର ବ୍ୟକ୍ତି ଜଣକ ଯେଭଳି ଭାବରେ ସାପ ଟିକୁ ହେଣ୍ଡେଲ କରୁଥିଲେ ସେ ସମୟର ଦୃଶ୍ୟଟି ଅତି ରୋମାଞ୍ଚ କର ଥିଲା ଯାହାକୁ ଜଣେ ନିଜ ଆଖିରେ ନ ଦେଖିବା ଯାଏଁ ବିଶ୍ଵାସ କରି ପାରିବ ନାହିଁ। ୟୁଟୁବରେ ଏହି ଭିଡ଼ିଓ ଅପଲୋଡ଼ ହେବା ପରେ ଏହି ଭିଡିଓଟିକୁ ପ୍ରାୟ ୮୯ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।
ସ୍ନେକ ହେଲ୍ପ ଲାଇନର ବ୍ୟକ୍ତି ଜଣକ ସାପଟିକୁ ସିମେଣ୍ଟଥଳି ପାଖରୁ ବାହାରକୁ ଆଣିଥିଲେ। ବାହାରକୁ ଆଣିବା ପରେ ସାପଟିର ଭୟାବହ ରୂପ ଦେଖିବାକୁ ମିଳିଥିଲା। ସାପଟି ଫଣା ଟେକି ବହୁତ ଜୋରସେ ଗର୍ଜନ କରିବାରର ଦେଖାଯାଇଥିଲା ଯେମିତି ସାପଟି କହିବାକୁ ଚାହୁଁଚି ମୋ ପାଖରୁ ଚାଲିଯାଅ ନହେଲେ ମୁଁ ତୁମକୁ ଦଂଶି ଦେବି।
ରାଗରେ ବେଳେ ବେଳେ ନିଜକୁ ଚୋଟ ମଧ୍ୟ ମାରୁଥିଲା। ପ୍ରକୃତରେ ଏହି ଭିଡିଓରେ ଦେଖା ଯାଇଛି କି ସାପକୁ ଯେମିତି ମଣିଷମାନେ ଡରନ୍ତି ଠିକ୍ ସେହିଭଳି ସାପ ମଧ୍ୟ ମଣିଷ ମାନଙ୍କୁ ଖୁବ ଭୟ କରିଥାଏ।
ସାଧାରଣତଃ ଗୋଖର ବା ନାଗ ପ୍ରଜାତିର ସାପ ବହୁତ ବିଷ ଧର ହୋଇଥାନ୍ତି। ଏମାନଙ୍କ ବିଷ ମଣିଷ ଓ ପଶୁପକ୍ଷୀ ମାନଙ୍କ ପ୍ରତି ଖୁବ୍ ଘାତକ ହୋଇଥାଏ। ଏହି ସାପ ମାନେ ପ୍ରାୟତଃ ସବୁ ସମୟରେ ବହୁତ ରାଗିକି ରହିଥାନ୍ତି।
ଏମାନଙ୍କ ରାଗର ଶିକାର ହେବାର ଅର୍ଥ ନିଜ ମୃତ୍ୟୁକୁ ଆମନ୍ତ୍ରଣ କରିବା। ତେଣୁ ବିନା ପ୍ରଶିକ୍ଷଣରେ କେବେ ସାପ ଧରିବାକୁ ଚେଷ୍ଟା କରନ୍ତୁ ନାହିଁ ଏବଂ ସାପକୁ ଦେଖିଲେ ଯଥା ଶୀଘ୍ର ସ୍ନେକ ହେଲ୍ପ ଲାଇନକୁ ଖବର ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।