Jay jaganath – ନନ୍ଦିଘୋଷଠୁ ରତ୍ନବେଦୀ ପର୍ଯ୍ୟନ୍ତ କାଳିଆର ପଦଚିହ୍ନ ..ପାଦଚିହ୍ନକୁ ପାଖରେ ପାଇଁ ଝୁରୁଛନ୍ତି ଭକ୍ତ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଭାବ ବିନୋଦିଆ କଳା ଠାକୁର , ଲୀଳାମୟ ପ୍ରଭୁ ଜଗନ୍ନାଥ ଆଉ ତାଙ୍କର ଲୀଳା ଆଗରେ ସବୁ ତୁଚ୍ଛ। ସେ ଭକ୍ତ ମାନଙ୍କ ପାଇଁ କେତେବେଳେ କେଉଁ ରୂପ ଏବଂ କେଉଁ ସଂକେତ ଦେଇଥାନ୍ତି ତାହା କାହାକୁ ବୁଝା ପଡେ ନାହିଁ ସେଇଥି ପାଇଁ ସେ ଜଗତ ର ନାଥ ଶ୍ରୀ ଜଗନ୍ନାଥ।

ଆପଣ ମାନେ ତ ଜାଣିଥିବେ ପବିତ୍ର ବାହୁଡା ଯାତ୍ରା ମାଉସୀ ଙ୍କ ଘରୁ ପୁଣି ଥରେ ଶ୍ରୀ ମନ୍ଦିର କୁ ଫେରି ଆସିବେ ପ୍ରଭୁ ଜଗନ୍ନାଥ। ଆଉ ଏହି ସମୟ ରେ ପୁରୀ ବଡ଼ଦାଣ୍ଡରେ ଏହିପରି କିଛି ଆଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଅତ୍ୟନ୍ତ ଅଦ୍ଭୂତପୂର୍ବ ଅଟେ।

ସାରା ବିଶ୍ୱ ର ସବୁଠାରୁ ବଡ଼ ପର୍ବ ତଥା ଓଡ଼ିଶାର ଗର୍ବ ଗୌରବ ହେଉଛି ଶ୍ରାବଣ ମାସର ରଥଯାତ୍ରା ପର୍ବ। ଯେଉଁ ପର୍ବ ରେ ପ୍ରଭୁ ଜଗନ୍ନାଥ ନିଜ ଭାଇ ବଳରାମ ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀ ମନ୍ଦିର କୁ ଛାଡି ଭକ୍ତ ମାନଙ୍କ କାନ୍ଦ ରେ ଝୁଲି ଝୁଲି ମାଉସୀ ବାଡ଼ି କୁ ଯାଇଥାନ୍ତି।

ଆଉ ୯ ଦିନ ଯାଏ ମାଉସୀ ବାଡ଼ି ରେ ରହିବା ପରେ ପୁଣି ଭକ୍ତ ମାନଙ୍କ ସହ ଝୁଲି ଝୁଲି ବାହୁଡ଼ି ଆସିଥାନ୍ତି ଶ୍ରୀ ମନ୍ଦିର କୁ। ଆଉ ବର୍ଷ ରେ ମାତ୍ର ଥରେ ଭଗବାନ ଙ୍କର ଏହି ରଥଯାତ୍ରା କୁ ଦେଖିବା ପାଇଁ କାହିଁ କାହିଁ ଦୂର ରୁ ଭକ୍ତ ମାନେ ଧାଇଁ ଆସିଥାନ୍ତି।


ତେବେ ଆଜି ପବିତ୍ର ବାହୁଡା ଯାତ୍ରା ରେ ପ୍ରଭୁ ଜଗନ୍ନାଥ ଙ୍କର ପାଦ ଚିନ୍ହ ଦେଖିବାକୁ ମିଳିଛି ବଡ଼ ଦାଣ୍ଡରେ ଯାହାକି ଦେଖିଲେ ଏହିପରି ପରିଲକ୍ଷିତ ହେଉଛି ଯେପରି ରଥ ରୁ ଓଲ୍ହାଇ ପ୍ରଭୁ ଜଗନ୍ନାଥ ନିଜେ ପାଦ ରେ ଚାଲିଚାଲି ଶ୍ରୀ ମନ୍ଦିର ଭିତର କୁ ପ୍ରବେଶ କରିଛନ୍ତି।

ତେବେ ବଡ଼ଦାଣ୍ଡରେ ମନ୍ଦିର ର ମୁଖ୍ୟ ଦ୍ଵାର ର ଆରମ୍ଭ ରୁ ଅରୁଣ ସ୍ତମ୍ଭ ପର୍ଯ୍ୟନ୍ତ ହଳଦୀ ରଙ୍ଗ ରେ ପ୍ରଭୁ ଜଗନ୍ନାଥଙ୍କ ର ପାଦ ଚିନ୍ହ ରହିଥିବା ଦେଖିବା କୁ ମିଳିଛି। ଯାହାକୁ ବର୍ତ୍ତମାନ ସମସ୍ତେ ଭଗବାନ ଙ୍କର ପାଦ ଚିନ୍ହ ବୋଲି କହି ପ୍ରମାଣ କରୁଛନ୍ତି।

ତେବେ ସେବାୟତ ଙ୍କର କହିବା ଅନୁସାରେ, ଯେତେବେଳେ ଭ୍ରାତା ବଳରାମ ଓ ମାତା ସୁଭଦ୍ରା ଙ୍କର ରଥ ରୁ ପହଣ୍ଡି ବିଜେ ହୋଇଥିଲା ସେତେବେଳେ ସେଠାରେ କୌଣସି ଚିନ୍ହ ନଥିଲା। ମାତ୍ର ପ୍ରଭୁ ଜଗନ୍ନାଥଙ୍କ ର ପହଣ୍ଡି ବିଜେ ହେବା ପରେ ସିଂହ ଦ୍ବାର ରେ ହଳଦୀ ରଙ୍ଗ ର ଏହି ପାଦ ଚିନ୍ହ ଦୃଶ୍ୟମାନ ହେଉଛି।

ତେବେ ଏହା ଜଗତ ର ନାଥ ଶ୍ରୀ ଜଗନ୍ନାଥ ଙ୍କର ଲୀଳା ଓ ମହିମା ବୋଲି କହିଛନ୍ତି ସେବାୟତ। ତେବେ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି ,ତେବେ ପୂର୍ବରୁ ଏହିପରି ଘଟଣା କେବେ ବି ହୋଇ ନଥିବା କହିଛନ୍ତି ପଣ୍ଡିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।