Exclusive Video – ରାଇମୋହନଙ୍କ ମୃତ୍ୟୁକୁ ନେଇ ଏମିତି କହିଲେ ରାନୀ ପଣ୍ଡା,ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ଟିକୁ …

ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ସନ୍ଦେହ ଘେର ଭିତରେ ରହିଛି ରାଇମୋହନଙ୍କ ଆତ୍ମହତ୍ୟା। ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ। ତଥାପି ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ପାରିନାହିଁ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ସମୟରେ ଅଭିନେତା ରାଇମୋହନ ନିଜ ଘରେ ଆତ୍ମହତ୍ୟା କରିଥିଲେ । ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ସେ ବାବଦରେ କିଛି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ପାରିବାରିକ କଳହ କାରଣରୁ ରାଇମୋହନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ତେବେ ଅଭିନେତା ରାଇମୋହନଙ୍କ ମୃତ୍ୟୁରେ ସ୍ତବ୍ଧ ହୋଇ ଯାଇଛନ୍ତି ସିନେ ପ୍ରେମୀ ଆଉ ଭାଙ୍ଗି ପଡ଼ୁଛି ସିନେ ଜଗତ। ରାଇମୋହନଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ପ୍ରଶଂସକ। ତାଙ୍କ ମୃତ୍ୟୁ ପରେ ତାଙ୍କ ବାସଭବନଠୁ ଆରମ୍ଭ କରି ଧାଡ଼ି ଲାଗିଥିଲା ଓଲିଉଡ଼ ଯଲିଉଡ ଦୁନିଆର କଳାକାର ମାନଙ୍କ ଭିଡ଼। ଆଉ ସମସ୍ତେ ଲୁହଭରା ଆଖିରେ ରାଇମୋହନଙ୍କୁ ଶେଷ ବିଦାୟ ଦେଇଥିଲେ।

ତେବେ ଯାତ୍ରା ଜଗତର ଜଣାଶୁଣା ଅଭିନେତ୍ରୀ ରାନୀ ପଣ୍ଡା ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ଆଉ ରାଇମୋହନ ମୃତ୍ୟୁକୁ ନେଇ ସେ ଖୁବ୍ ଦୁଃଖିତ ବୋଲି କହିଥିଲେ। ସେ ପିଲାବେଳୁ ତାଙ୍କୁ ଦେଖି ଆସୁଥିଲେ। ରାଇମୋହନଙ୍କ ଅଭିନୟରେ ସେ ଅନୁପ୍ରାଣିତ ହୋଇଥିଲେ।

ତାଙ୍କ ସହ କାମ କରିଛନ୍ତି ରାନୀ ପଣ୍ଡା ଆଉ ବ୍ୟକ୍ତିଗତ ଭାବେ ବି ଖୁବ୍ ଜଡ଼ିତ ଥିଲେ ରାନୀ ପଣ୍ଡା। କିନ୍ତୁ ତାଙ୍କର ଏ ଅକାଳ ବିୟୋଗକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି ରାନୀ ପଣ୍ଡା। ଦୁଃଖରେ କାନ୍ଦି ପକାଉଛନ୍ତି ରାନୀ। ଆଉ କହିଛନ୍ତି କଳାଜଗତ ପାଇଁ ଏହା ଏକ ଅପୂରଣୟ କ୍ଷତି।

ଯାହା ଆଉ କେବେ ପୂରଣ ହୋଇ ପାରିବ ନାହିଁ।ତେବେ ଏପରି ଦୁର୍ଦ୍ଦଶା ଦିନରେ ତାଙ୍କ ପରିବାରର ସାଥ ଦେବା ଦରକାର ବୋଲି କହିଛନ୍ତି ରାନୀ ପଣ୍ଡା। ଭଗବାନ ତାଙ୍କ ପରିବାର ଲୋକଙ୍କ ଧୈର୍ଯ୍ୟ ଦିଅନ୍ତୁ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା।

ତେବେ ୧୯୬୩ ଜୁଲାଇ ୧୦ ତାରିଖରେ କେନ୍ଦୁଝରର ଉଦୟପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ। ପିଲାଦିନ ତାଙ୍କର ସେଇଟି କଟିଥିଲା। କରଞ୍ଜିଆ କଲେଜରେ ପାଠପଢ଼ା ଶେଷ କରିବା ପରେ ସେ ଭୁବନେଶ୍ୱର ସ୍ଥିତ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ନାମ ଲେଖାଇଥିଲେ।

ଏହା ପରେ ଆରମ୍ଭ ହୋଇଥିଲା ଅଭିନୟ ଜୀବନ ଆଉ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ରାଇମୋହନ। ପ୍ରାୟ ପାଖାପାଖି ୯୦ ରୁ ଉର୍ଦ୍ଧ୍ବ ଓଡ଼ିଆ ଚଳଚ୍ଚିତ୍ରରେ କାମ କରିବା ସହିତ ୧୫ଟି ବଙ୍ଗଳା ଫିଲ୍ମରେ କାମ କରିଛନ୍ତି ରାଇମୋହନ।ଏହା ସହ ଯାତ୍ରାରେ ମଧ୍ୟ କାମ କରିଛନ୍ତି। ବିଶେଷ କରି ନେଗେଟିଭ୍ କ୍ୟାରେକ୍ଟରରେ ସେ ଛାଡ଼ି ଯାଇଛନ୍ତି ସ୍ୱତନ୍ତ୍ର ଛାପ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।