ଆଜି ଆପଣମାନେ ବେଲ ପତ୍ର ର ଗୁଣ ବିଷୟ ରେ ଜାଣିବେ। ବେଲ ପତ୍ର କୁ କିପରି ବ୍ଯବହାର କଲେ କ’ଣ ଉପକାର ମିଳିବ। ବେଲ ପତ୍ର କୁ ପୁରାତନ କାଳରୁ ଔଷଧ ରୂପେ ବ୍ଯବହାର କରାଯାଉଛି। ଏହା ଆମର ସୁନ୍ଦରତା ବଢାଇବା ସହ ଅନେକ ପେଟ ଜନିତ ରୋଗ ରୁ ମୁକ୍ତି କରିଥାଏ। ତେବେ ଚାଲନ୍ତୁ ଜାଣିବା ବେଲ ପତ୍ର ରୁ ମିଳୁ ଥିବା ଫାଇଦା ବିଷୟ ରେ ।
ପ୍ରଥମ ଟି ହେଲା ଜ୍ବର କୁ ନିୟନ୍ତ୍ରଣ କରେ। ଯଦି ଆପଣକୁ ଜ୍ବର ଆସେ କିମ୍ବା ଛୋଟ ପିଲାମାନଙ୍କୁ ଜ୍ବର ଆସେ ତେବେ ସେତେବେଳେ ବେଲ ପତ୍ର ର କାଢା ବନାଇକି ଛୋଟ ପିଲାମାନଙ୍କୁ ପିଇବାକୁ ଦିଆଯାଏ। ଯାହା ଫଳରେ ଜ୍ବର ଶିଘ୍ର ଛାଡି ଯାଇଥାଏ। ଏହା ବ୍ଯତୀତ ଯଦି ମହୁମାଛି କିମ୍ବା ବିରୋଡି ତୁମକୁ କାମୁଡି ଥାଏ ତେବେ କାମୁଡି ଥିବା ସ୍ଥାନ ରେ ବେଲ ପତ୍ର ର ରସ ଲଗାଇବା ଦ୍ବାରା କଷ୍ଟ ଦ୍ବର ହୋଇଥାଏ।
୨ୟ ଟି ହେଲା ଯେଉଁ ଲୋକ ମାନଙ୍କ ର ହାଟଆଟାକ୍ ରୋଗ ଅଛି ସେ ଲୋକ ମାନେ ପ୍ରତେକ ଦିନ ବେଲପତ୍ର ର ରସ ସେବନ କଲେ ସେହି ରୋଗ ର ଉପକାର ମିଳିଥାଏ। ଶ୍ବାସ ରୋଗ ପାଇଁ ମଧ୍ଯ୍ଯ ବେଲପତ୍ର ଉପକାର ମିଳିଥାଏ।
୩ୟ ରେ ଶରୀର ର ତାପକୁ ନିୟନ୍ତ୍ରଣ କରିଥାଏ।
ବେଲପତ୍ର ଶରୀର ର ତାପକୁ କମ୍ କରିବାରେ ବହୁତ ଲାଭ ଦାୟକ ହୋଇଥାଏ। ଶରୀର ର ତାପ ଯଦି ବଢିଯାଏ କିମ୍ବା ଅଧିକ ତାପ ଯୁଗୁ ମୁହଁ ରେ ଛାଉ ହୋଇଯାଏ ତେବେ ବେଲପତ୍ର କୁ ଟିକେ ଚୁବାଇପକାନ୍ତୁ , ଏହା ବହୁତ ଲାଭ ଦାୟକ ହୋଇଥାଏ।
୪ର୍ଥ ରେ ଅର୍ଶ ରୋଗ ପାଇଁ ଏହା ଉପକାର ମଧ୍ଯ୍ଯ କରିଥାଏ। ଅର୍ଶ ରୋଗ କଷ୍ଟ କୁ ଏହି ବେଲପତ୍ର ଦୂର କରିଥାଏ। ଅର୍ଶ ରୋଗ ପାଇଁ ବେଲପତ୍ର କୁ ଶୁଖାଇ ତାକୁ ଗୁଣ୍ଡ କରି ସେଥିରେ ମିଶ୍ରି ମିଶାଇ ସବୁଦିନ ସକାଳା ସନ୍ଧ୍ଯା ଖାଆନ୍ତୁ।
୫ମ ରେ ଚେହେରା ରୁ ଦାଗ ଚିହ୍ନ ଦୂର କରିଥାଏ। ଯଦି ଆପଣଙ୍କ ଚେହେରା ରେ କୌଣସି ଦାଗ ବା କଳା ଚିହ୍ନ ରହିଛି। ବେଲପତ୍ର ର ଲେପ ତିଆରି କରି ଏହା ବ୍ଯବହାର କଲେ ଚେହେରା ରୁ ଦାଗ ଓ ଚିହ୍ନ ଦୂର ହୋଇଥାଏ।
୬ଷ୍ଠ ରେ ଚେହେରା କୁ କୋମଳ ରଖେ ତେବେ ଏକ ଚାମୁଚ ବେଲପତ୍ର ରସ ରେ ଏକ ଚାମଚ ମହୁ ମିଶାଇ ପ୍ରତେକ ଦିନ ସେବନ କରନ୍ତୁ। ଚେହେରା କୋମଳ ରହିବ।
୭ମ ରେ ଶରୀର ର ଦୁର୍ଗନ୍ଧ ଦୂର କରିଥାଏ। ଗାଧୋଇବା ପୂର୍ବରୁ ବେଲପତ୍ର ର ପେଷ୍ଟ୍ ବନାଇ ତାହା କୁ ଦେହରେ ଲେପନ କରି ଗାଧନ୍ତୁ ଶରୀର ରୁ ଦୁର୍ଗନ୍ଧ ଦୂର ହୋଇଥାଏ।
୮ମ ରେ ଯଦି ଆପଣଙ୍କ ର କେଶ ଝଡୁଥାଏ ତେବେ ଆପଣମାନେ ପ୍ରତେକ ଦିନ ଦୁଇ ଟି ବେଲପତ୍ର ସେବନ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।