New Twist – ଟୁଙ୍ଗୁରୁ ଭୋଳ – ମୋତେ ସେ ପ୍ୟାଣ୍ଟ ସାର୍ଟ ପିନ୍ଧେଇ ଦିଏନି ,ଖାଲି ଗାମୁଛା ପିନ୍ଧି ମୁଁ 8 ଦିନ ରହିଲି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ଟିକୁ ….
ରାଜଧାନୀରେ ବର୍ଷା ନାମକ ଜଣେ ବିବାହିତା ମହିଳା ଭରତପୁର ଥା-ନା ବାହାରେ ହତାରେ ଶଙ୍ଖା ସିନ୍ଦୁର ଫୁଲ ମାଳ ଓ ଗୋଲାପ ଫୁଲ ଧରି ନିଜ ପ୍ରେମିକକୁ ବିବାହ କରିବାକୁ ଜିଦ ଧରି ବସିଥିଲେ । ପ୍ରେମିକ ଥିଲେ ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ। ଆଉ ପ୍ରେମିକ ଥିଲେ ଥାନା ଭିତରେ । ତେବେ ମହିଳା ଜଣକ ପ୍ରେମିକ ଟୁଙ୍ଗୁରୁ ସହିତ କିପରି ପ୍ରେମ ହୋଇଥିଲା ସେ ବିଷୟରେ ମଧ୍ୟ ମିଡ଼ିଆକୁ କହିଥିଲେ।
ତାଙ୍କ କହିବା ଅନୁଯାୟୀ ଟୁଙ୍ଗୁରୁ ତାଙ୍କୁ ଏତେ ପ୍ରେମ କରୁଥିଲେ ଯେ ସେ ତାଙ୍କ ପ୍ରେମରେ ପଡ଼ିବାକୁ ବାଧ୍ୟ ହୋଇ ଯାଇଥିଲେ ସେଥିପାଇଁ ସେ ସ୍ବାମୀ ଓ ପିଲା ମାନଙ୍କୁ ପର କରି ଦେଇଥିଲେ। ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ କିନ୍ତୁ ପରେ ସେ କୋର୍ଟରେ ଅନ୍ୟ ଜଣେ ଯୁବତୀକୁ ବିବାହ କରିଥିଲେ। ଯେ ନେଇ ବର୍ଷା ପ୍ରେମିକ ଟୁଙ୍ଗୁରୁ ନାଁରେ ଅଭିଯୋଗ ଆଣି ବିବାହ କାଟିବା ପାଇଁ ଜିଦ୍ ଧରି ବସିଥିଲେ।
ତେବେ ଏ ନେଇ ଗଣ ମାଧ୍ୟମ ଆଗରେ ମୁହଁ ଖୋଲିଥିଲେ ଟୁଙ୍ଗୁରୁ। ଆଉ କହିଥିଲେ ବର୍ଷାଙ୍କ ସହିତ ତାଙ୍କର ଶାରୀରିକ ସମ୍ପର୍କ ନାହିଁ ବରଂ ତାଙ୍କୁ ବଦ୍ନାମ କରିବା ପାଇଁ ବର୍ଷା ଏଭଳି ନାଟକ କରୁଛନ୍ତି ବୋଲି ସେ ଅଭିଯୋଗ ମଧ୍ୟ କରିଥିଲେ।
ତେବେ ଟୁଙ୍ଗୁରୁ ଜଣେ ଅଟୋ ଡ୍ରାଇଭର ଥିଲେ।ଟୁଙ୍ଗୁରୁଙ୍କ ଅଟୋ ଭଡ଼ା କରି ବର୍ଷା ଏମ୍ସ ଡାକ୍ତରଖାନା ଯାଇଥିଲେ ଓ ସେହି ଠାରେ ଉଭୟଙ୍କ ଦେଖା ସାକ୍ଷାତ ହୋଇଥିଲା ଆଉ ଏହାପରେ ମୋବାଇଲ ନମ୍ୱର ଦିଆନିଆ ହୋଇ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲେ ମଧ୍ୟ ଶାରିରୀକ ସମ୍ପର୍କକୁ ଅସ୍ୱୀକାର କରିଥିଲେ ଟୁଙ୍ଗୁରୁ।
ଟୁଙ୍ଗୁରୁ କହିଥିଲେ ତାଙ୍କ ସହ ତାଙ୍କର ସମ୍ପର୍କ ରହିଛି କିନ୍ତୁ ଶାରୀରିକ ସମ୍ପର୍କ ନାହିଁ। ବର୍ଷା ତାଙ୍କ ଅଟୋ ଭଡ଼ା ନେଇ ବୁଲାବୁଲି କରିବା ପାଇଁ ଯାଉଥିଲେ। ଏବଂ ଟୁଙ୍ଗୁରୁଙ୍କୁ ଘରକୁ ଡ଼ାକିଥିଲେ। ଆଉ ବର୍ଷାଙ୍କ ଘରକୁ ଯାଇଥିଲେ ଟୁଙ୍ଗୁରୁ। ବର୍ଷା ତାଙ୍କୁ ଘରକୁ ଡ଼ାକି ଖାଇବାକୁ ଦେଇଥିଲେ ଆଉ ସେଲଫି ନେଇଥିଲେ।
ତେବେ ବର୍ଷା ଟୁଙ୍ଗୁରୁଙ୍କୁ ତାଙ୍କ ଘରେ ୮ ଦିନ ଜୋର୍ ଜବରଦସ୍ତି ଅଟକି ରଖିଥିଲେ। କାଳେ ଟୁଙ୍ଗୁରୁ ପଳେଇ ଯିବେ ସେଥି ପାଇଁ ଗାମୁଛା ପିନ୍ଧିବାକୁ ହେଉଥିଲେ ଏଥିସହ ଘରେ ତାଲା ପକାଇ ରଖୁଥିଲେ ବର୍ଷା। ଏହାପରେ ସେ ତାଙ୍କୁ କୋର୍ଟରେ ବିବାହ କରିବା ପାଇଁ ବାଧ୍ୟ କରିଥିଲେ ଯେଉଁଥି ପାଇଁ ଟୁଙ୍ଗୁରୁ ବାଧ୍ୟ ହୋଇ ବର୍ଷାଙ୍କ ଘରୁ ଲୁଚି ଚାଲି ଯାଇଥିଲେ।
ଆଉ ଏହାପରେ ଟୁଙ୍ଗୁରୁଙ୍କ ବିବାହ ସ୍ଥିର ହୋଇ ଯାଇଥିବା ଜାଣି ବର୍ଷା ଗତ ୨୦ ତାରିଖରେ ଭରତପୁର ଥାନାକୁ ଆସିଥିଲେ। ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ବର୍ଷା ଅଭିଯୋଗ କରିଥିଲେ। ଶଙ୍ଖା, ସିନ୍ଦୂର ଓ ଫୁଲମାଳ ଧରି ଟୁଙ୍ଗୁରୁଙ୍କୁ ବିବାହ କରିବେ ବୋଲି ଦିନତମାମ ଭରତପୁର ଥାନାରେ ବସି ରହିଥିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।