OMG ! ସାପ କୁ ଗିଳିଲା ସାପ ଭିଡ଼ିଓ ଦେଖିଲେ ଛାତିଥରିଉଠିବ..ମାତ୍ର 2 ଘଣ୍ଟାରେ 36 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….
ବଡ ଅଜବ ଏ ଦୁନିଆ। ଏଠି ପ୍ରତି ମୁହୂର୍ତ୍ତରେ କିଛି ନା କିଛି ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଚକିତ କରି ଦେଲା ଭଳି ଘଟଣା ଦେଖିବାକୁ ମିଳି ଥାଏ। ବହୁତ ସମୟରେ ଆପଣ ସୋସିଆଲ ମିଡିଆରେ ସେହିଭଳି କିଛି ଅଦ୍ଭୁତ ଘଟଣା ଦୁର୍ଘଟଣା ଆଦି ଦେଖିବାକୁ ପାଉଥିବେ।
ଯାହା ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିଥାଏ। ତେବେ ଆପଣ ସାପ ମାନେ ଝଗଡ଼ା ଲାଗୁ ଥିବାର ଦୃଶ୍ୟ ନିଶ୍ଚିତ ଭାବେ ଦେଖିବାକୁ ପାଇଥିବେ। କିନ୍ତୁ ଏବେ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ଏଠାରେ ଦୁଇ ସାପଙ୍କ କଳି ଭୟଙ୍କର ପରିଣତି ହୁଏତ ଆପଣଙ୍କୁ ଅଦ୍ଭୁତ ଲାଗିପାରେ।
ଭିଡିଓରେ ଆପଣ ଦେଖିବାକୁ ପାଇବେ ଗୋଟିଏ ସାପକୁ ଗିଳି ଦେଉଛି ଆଉ ଗୋଟିଏ ସାପ। ତେବେ ଆପଣ ଶୁଣିଥିବେ ଅଜଗର ସାପ ତାର ଆହରକୁ ସମ୍ପୂର୍ଣ୍ଣ ଭାବରେ ଗିଳି ଦିଏ। କିନ୍ତୁ ଏଠାରେ ଗୋଟିଏ ନାଗ ସାପ ଗୋଟିଏ ବୋଡା ସାପକୁ ଗିଳି ହେଉଛି। ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳୁଛି ବିଶାଖାପାଟଣା ସହରର ମାଲକାପୁରମ୍ ନିକଟରେ ରହିଥିବା ଡଲଫିନ ପାହାଡ ପାଦ ଦେଶରେ। ଭାରତୀୟ ନୌସେନା ବାସ ଭବନ ପାଖରେ ଦେଖିବାକୁ ମିଳିଛି ଏଭଳି ଅଦ୍ଭୁତ ଦୃଶ୍ୟ।
ମଧ୍ୟ ରାତ୍ରିରେ ନୌସେନା କର୍ମଚାରୀ ନିଜ ନିଜ କର୍ମ ସାରି ରାସ୍ତା କଡରେ ଗୋଟିଏ ବୋଡା ସାପ ଓ ନାଗ ସାପ ମଧ୍ୟରେ କଳି ଲାଗିଥିବାର ଦେଖିବାକୁ ପାଇଥିଲେ। ଏହାପରେ ନାଗ ସାପଟି ବୋଡା ସାପକୁ ସମ୍ପୂର୍ଣ୍ଣ ଭାବରେ ଗିଳି ଦେଉଥିବାର ଦେଖିବାକୁ ପାଇଥିଲେ। ବହୁତ୍ ସମୟ ସାପ ଦୁଇଟି ମଧ୍ୟରେ କଳି ଲାଗୁଥିବାର ଦେଖି ନୌସେନା କର୍ମଚାରୀ ମାନେ ସ୍ନେକ୍ ହେପ୍ଲ ଲାଇନ୍ କୁ ସୂଚନା ଦେଇଥିଲେ। କିନ୍ତୁ ସେତେବେଳେକୁ ନାଗ ସାପଟି ବୋଡା ସାପକୁ ଗିଳିବା ସହ ଜୀବନରୁ ମାରି ଦେଇଥିଲା।
ଏହା ପରେ ସ୍ନେକ୍ ହେପ୍ଲ ଲାଇନ୍ ର କର୍ମଚାରୀ ସେଠାରେ ପହଁଚି ମୃତ ବୋଡା ସାପକୁ ଓ ନାଗ ସାପକୁ ଉଦ୍ଧାର କରି ଜନଶୂନ୍ୟ ସ୍ଥାନରେ ଛାଡି ଦେଇଥିଲେ। ତେବେ ଉଭୟ ସାପଙ୍କ ଲମ୍ବା ୫-୬ ଫୁଟ ରହିଥିବା ସୂଚନା ମିଳିଛି। ତେବେ ଆପଣ ମାନେ ଦେଖିବାକୁ ପାଇଥିବେ ସାପ ବେଙ୍ଗ ଓ ଅନ୍ୟାନ୍ୟ ଛୋଟ ଛୋଟ ଜୀବ ଜନ୍ତୁଙ୍କୁ ତାର ଆହାର କରିଥାଏ କିନ୍ତୁ ସାପ ସାପକୁ ଗିଳିଦେବା କଥା ହୁଏତ ଆଗରୁ ଦେଖିବା ପାଇଁ ପାଇ ନଥିବେ।
ଏଠାରେ ତ ଗୋଟେ ସାପ ସମାନ ଆକୃତିର ଅନ୍ୟ ଏକ ସାପକୁ ସମ୍ପୂର୍ଣ୍ଣ ଭାବେ ଗିଳି ପକାଉଛି। ତେବେ ଏଠାରେ ସ୍ପଷ୍ଟ ହେଉଛି ଯେ ମଣିଷ ହେଉ କି କୋଉ ଜୀବ ରାଗ ବସତ ସେ ସବୁ ସୀମାକୁ ପାର କରି ଯାଇ ପାରେ ଏଥିରେ ସନ୍ଦେହ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।