Viral Song – ଟୁଙ୍ଗୁରୁ ମୋର…. ହେବି ମୁଁ ବାହା…ଜବରଦସ୍ତ SONG ଭିଡ଼ିଓ ଦେଖିଲେ ହସି ହସି ଗଡ଼ିବେ,ମାତ୍ର 2 ଘଣ୍ଟାରେ 39 milion ରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ….

ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀ ଏବେ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ସାମ୍ନାକୁ ଆସିଲା ଟୁଙ୍ଗୁରୁ ଓ ବର୍ଷା ପ୍ରେମ କାହାଣୀକୁ ନେଇ ତିଆରି ହେଲା ଗୀତ। ତେବେ ଟୁଙ୍ଗୁରୁ ଭୋଳ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ହୋଇଥିବା ଏହି ଗୀତଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

ମାତ୍ର ୨୦ ଘଣ୍ଟା ଭିତରେ ଏଥି ଗୀତକୁ ୮୦ ହାଜରରୁ ଅଧିକ ଲୋକେ ଦେଖି ସାରିଲେଣି। ଏହି ଗୀତକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ଆଉ।ଏହି ଗୀତରେ ଗାଇକା ଅଙ୍କିତା ଓ ଗାୟକ ଜେଏନ୍ ପଣ୍ଡା କଣ୍ଠଦାନ କରିଛନ୍ତି। ଏସଜି ମିଡ଼ିଆ ନାମକ ୟୁଟ୍ୟୁବ ଚ୍ୟାନେଲରେ ଏହି ଭାଇରାଲ ଗୀତଟି ଦେଖିବାକୁ ମିଳୁଛି ତେବେ ଗୀତଟି ରହିଛି ଟୁଙ୍ଗୁରୁ ମୋର…. ହେବି ମୁଁ ବାହା…।

ଟୁଙ୍ଗୁର ଭୋଳ ଓ ତାଙ୍କ ବିବାହିତା ପ୍ରେମିକାଙ୍କ ପ୍ରେମ କାହାଣୀ ଏବେ ଓଡ଼ିଶାର ଏକ ଚର୍ଚ୍ଚିତ ଖବର ପାଲଟିଛି । ସ୍ୱାମୀ ଓ ୨ ପିଲାଙ୍କୁ ଛାଡ଼ି ଅଟୋ ଡ୍ରାଇଭର ଟୁଙ୍ଗୁରୁଙ୍କୁ ବାହା ହେବା ପାଇଁ ଭରତପୁର ଥାନାରେ ଜିଦ୍ ଧରିଥିଲେ ଜଣେ ମହିଳା । ଟୁଙ୍ଗୁରୁ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ ଏହାପରେ ପ୍ରତାରଣା କରିଥିବା ମହିଳା ଜଣକ ଅଭିଯୋଗ କରିଥିଲେ।

ତେବେ ସୂଚନା ଅନୁଯାୟୀ ବର୍ଷା ନାମକ ଜଣେ ୨୭ ବର୍ଷୀୟ ବିବାହିତ ମହିଳା ୨୪ ବର୍ଷୀୟ ଅଟୋ ଡ୍ରାଇଭର ଆଲୋକ ଭୋଳ ଓରଫ ଟୁଙ୍ଗୁରୁଙ୍କ ପ୍ରେମରେ ପଡ଼ିଥିଲେ। ତାଙ୍କର ସ୍ବାମୀ ଓ ୨ଟି ସନ୍ତାନ ରହିଥିଲେ ମଧ୍ୟ ସେମାନଙ୍କୁ ଛାଡି ଦେଇ ପ୍ରେମିକ ସହ ସଂସାର ଗଢ଼ି ତୋଳିବାକୁ ଦେଖିଥିଲେ ସ୍ଵପ୍ନ।

 ହେଲେ ପ୍ରେମିକ ଟୁଙ୍ଗୁରୁ ବିବାହ ପାଇଁ ମନା କରି ଅନ୍ୟ ଯୁବତୀଙ୍କୁ କୋର୍ଟରେ ବିବାହ କରିଥିଲେ ଯାହା ବାବଦରେ ମହିଳା ଖବର ପାଇବା ପରେ ଭରତପୁର ଥାନା ଆଗରେ ହତାରେ ଫୁଲମାଳ ଶଙ୍ଖା ସିନ୍ଦୂର ଧରି ଓ ଗୋଲାପ ଫୁଲ ଧରି ଧାରଣାରେ ବସିଥିଲେ ବର୍ଷା।

କିନ୍ତୁ ପ୍ରେମିକ ଆଲୋକ ଭୋଳ ଓରଫ୍ ଟୁଙ୍ଗୁରୁ ବର୍ଷାଙ୍କ ଏସବୁ କଥାକୁ ମିଛ ବୋଲି କହିଛନ୍ତି। ସେ ଦୁହିଁଙ୍କ ଭିତରେ ସେମିତି କିଛି ବି ସମ୍ପର୍କ ନଥିଲା ବରଂ ବର୍ଷା ତାଙ୍କୁ ଏକ ତରଫା ପ୍ରେମ୍ କରି ବିବାହ କରିବା ପାଇଁ ଚାହୁଁଥିଲେ। ତାଙ୍କ କହିବା ମୁତାବକ କରୋନା ସମୟରେ ଏମ୍ସ ମେଡିକାଲ ଯାଉଥିବା ସମୟରେ ବର୍ଷା ନାମକ ଜଣେ ବିବାହିତା ମହିଳାଙ୍କ ତାଙ୍କ ଅଟୋ ଭଡ଼ା ନେଇଥିଲେ।ପରେ ପରେ ଫୋନ୍ ନମ୍ବର ମାଗି ନେଇଥିଲେ।

ବିଭିନ୍ନ ସମୟରେ ବର୍ଷା ତାଙ୍କ ଅଟୋ ଭଡ଼ା ନେଇ ବୁଲାବୁଲି କରିବା ପାଇଁ ଯାଉଥିଲେ। ଆଉ ଘରକୁ ଡ଼ାକି ଖାଇବାକୁ ଦେଉଥିଲେ। ଆଉ ଏହାପରେ ତାଙ୍କ ସହ ସେଲ୍ଫି ବ୍ଲାକମେଲ କରିବା ଆରମ୍ଭ କରିଥିଲେ ବର୍ଷା। ସେମାନଙ୍କ ମଧ୍ୟରେ ସେମିତି କିଛି ସମ୍ପର୍କ ନାହିଁ ବୋଲି ଟୁଙ୍ଗୁରୁ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।