ମୋଟାପଣ ଆଜିର ଦିନରେ ଏକ ମୁଖ୍ୟ ସମସ୍ୟା ପାଲଟି ଗଲାଣି।ଏହାକୁ ନେଇ ଅନେକ ଲୋକ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି। ଭୁଲ୍ ଖାଦ୍ୟପେୟ,ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଓ ଦରକାର ଠାରୁ ଅଧିକ ଖାଇବା ଯୋଗୁଁ ଆମ ପେଟରେ ଚର୍ବି ଜମା ହେଇ ପେଟ ବାହାରକୁ ବାହାରି ଥାଏ।
ତେବେ ପେଟର ଚର୍ବିକୁ କମାଇବା ପାଇଁ ଲୋକେ ବିଭିନ୍ନ ପ୍ରକାରର ଔଷଧ, ଡାଏଟ ଆଦି ମେନଟେନ କରୁଛନ୍ତି ତେବେ ଜାଣିଛନ୍ତି ଯେତେବେଳେ ଆପଣ ଏହି ପରି କରୁଛନ୍ତି ତାହାଲେ ଏହାର ପ୍ରଭାବ ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ଉପରେ ପଡିଥାଏ ।ତେବେ ବନ୍ଧୁମାନେ ଆଜି ଆମେ ଏମିତି ଗୋଟିଏ ଘରୋଇ ଉପଚାର ବିଷୟରେ କହିବୁ ଯାହାକୁ ମାନିଲେ ଆପଣ ଖୁବ କମ ସମୟରେ ଓ ଶରୀରକୁ କ୍ଷତି ନପହଞ୍ଚାଇ ପେଟର ଚର୍ବିକୁ କମେଇ ପାରିବେ।
ଆବଶ୍ୟକ ସାମଗ୍ରୀ:-
୧.ଜିରା:-
ଏଥିରେ ଫାଇବର, ଆଇରନ,କ୍ୟାଲସିୟମ, ପୋଟାସିୟମ, ଜିଙ୍କ,ଭିଟାମିନ, ମ୍ୟାଗ୍ନେସିୟମ ଭଳି ଅନେକ ପୋଷକ ତତ୍ବ ଭରି ରହିଥାଏ । ବଦହଜମି ସମସ୍ୟାକୁ କମ୍ କରିବାରେ ମଧ୍ୟ ସହାୟକ ହୋଇଥାଏ ଜିରା। ଏଥି ସହିତ ପେଟରେ ଚର୍ବିର ମାତ୍ରକୁ କମ କରିଥାଏ। ଓଜନ କମ କରିବାପାଇଁ ଏହାର ଖୁବ୍ ଭୂମିକା ରହିଛି।
୨.ପାନ ମଧୁରୀ-
ପାନମଧୁରୀରେ ଆଇରନ, ଭିଟାମିନ ଏବଂ ପୋଟାସିୟମର ଗୁଣ ଭରପୁର ରହିଥାଏ।ଏହା ବଦହଜମି ସମସ୍ୟା ଦୂର କରିବା ସହିତ, ପାଚନ ଶକ୍ତିକୁ ବଢାଇବାରେ ସହାୟକ ହୋଇଥାଏ। ଏହା ସେବନ କରିବା ଦ୍ବାରା ଓଜନ ହ୍ରାସ ହୋଇଥାଏ ।
୩.ମେଥି:-
ଓଜନ କମାଇବାରେ ସାହାଯ୍ୟ କରିଥାଏ ମେଥି ବହୁତ ଶୀଘ୍ର ଓଜନ କମାଇବାରେସାହାଯ୍ୟ କରିଥାଏ। ରାତିରେ ବତୁରା ହୋଇଥିବା ମେଥି ପାଣିକୁ ଯଦି ଆପଣ ସକାଳେ ପିଇବେ ତାହେଲେ ଆପଣଙ୍କଓଜନ କମିବ ଏବଂ ଆପଣଙ୍କୁ ସହଜରେ କୈାଣସି ରୋଗ ହେବ ନାହିଁ।
୪. ଜୁଆଣି:-
ଜୁଆଣି ମଧ୍ୟ ପେଟ ପାଇଁ ଖୁବ ଦରକାରୀ ହେଇଥାଏ।ଜୁଆଣିରେ ପ୍ରୋଟିନ୍, ଫ୍ୟାଟ, ମିନେରାଲ୍ସ, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଅଛି। ଏହା ବ୍ୟତୀତ କ୍ୟାଲସିୟମ୍, ଥିଏମାଇନ୍, ରାଇବୋଫ୍ଲାଭିନ, ଫସଫରସ୍, ଆଇରନ୍ ଏବଂ ନିୟାସିନ୍ ମଧ୍ୟ ରହିଛି। ଜୁଆଣି ଖାଇବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରାଯାଇପାରେ। ଜୁଆଣି ଖାଇବା ଦ୍ୱାରା ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଆଦି ରୋଗ ଭଲ ହୋଇଥାଏ।
ପ୍ରସ୍ତୁତି ପ୍ରଣାଳୀ:-
ପ୍ରଥମେ ଆପଣ କିଛି ଜିରା,ପାନ ମଧୁରୀ,ମେଥି,ଜୁଆଣି ନିଅନ୍ତୁ ଆଉ ସେହିସବୁକୁ ଗୋଟିଏ ପେନରେ ରଖି କମ ଆଞ୍ଚରେ 6ରୁ 7 ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ ଯେମିତି ସେସବୁ ବ୍ରାଉନ ରଙ୍ଗ ହେଇ ଆସିବ ।ଏହାପରେ ସେହି ସବୁକୁ ଭଲ କରି ଗୁଣ୍ଡ କରି ନିଅନ୍ତୁ ଆଉ ତାହାକୁ ପ୍ରତିଦିନ ଗୋଟିଏ ଚାମୁଚକୁ ପାଣିରେ ମିଶେଇ ଖାଇବା ପରେ ଖାଆନ୍ତୁ ତାପରେ ଦେଖିବେ ଧୀରେ ଧୀରେ 2 ସପ୍ତାହ ପରେ କେମିତି ଆପଣଙ୍କ ପେଟର ଚର୍ବି କମିବାକୁ ଲାଗିବ ।ତେବେ ଏହି ଗୁଣ୍ଡ ଶରୀର ପାଇଁ ବହୁତ ଉପକାରୀ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।