Exclusive Video – MCA ଛାତ୍ରୀଙ୍କ ମୃତ୍ୟୁ ପଛରେ ଥିଲା ବଏଫ୍ରେଣ୍ଡର ହାତ, ଅତ୍ୟାଚାର ସହିନପାରି ନେଲେ ଏଭଳି ନିଷ୍ପତି…ଯୁବତୀ ଜଣଙ୍କ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ରହସ୍ୟ ଘେରରେ ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ଘଟଣା।ମଙ୍ଗଳବାର କମିଶନରେଟ ପୋଲିସ ଭୁବନେଶ୍ବରର ଆଚାର୍ଯ୍ୟ ବିହାର ଅଞ୍ଚଳରୁ ଏକ ଭଡ଼ା ଘରୁ ଏମସିଏ ଛାତ୍ରୀ ଆଶ୍ରିତା ସେନାପତି ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା।ବେକରେ ଫାଶୀ ଲଗାଇଥିବା ଅବସ୍ଥାରେ ମୃତଦେହ ମିଳିଥିଲା।ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଛାତ୍ରୀ ଜଣଙ୍କ ଘରୋଇ ଇଞ୍ଜିନିୟରିଂ କଲେଜରେ ଏମସିଏ ପଢୁଥିଲେ ।

ତେବେ ଆଶ୍ରିତାଙ୍କ ମୃତ୍ୟୁକୁ ନେଇ ପୋଲିସ ହାତରେ ଲାଗିଛି ଏକ ବଡ ସୁରାକ।ଆଶ୍ରିତାଙ୍କ ମୃତ୍ୟୁ ପଛରେ ହାତ ରହିଥିଲା ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶଙ୍କ ହାତ। ପୁରୁଷ ବନ୍ଧୁ ସତ୍ୟ ପ୍ରକାଶଙ୍କ ଅତ୍ୟାଚାର ସହି ନ ପାରି ଆତ୍ମହତ୍ୟା କରିଛନ୍ତି ଏମସିଏ ଛାତ୍ରୀ ଆଶ୍ରିତା ସେନାପତି।ଏମ୍‌ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ତାଙ୍କ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଦାସ ଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଆଶ୍ରିତାଙ୍କ ସୁଇସାଇଡ୍ ନୋଟ୍‌କୁ ଭିତ୍ତି କରି ପୁଲିସ ଏହି ପଦକ୍ଷେପ ନେଇଛି।

 ତେବେ ଆଶ୍ରିତା ସେନାପତି ଙ୍କ ମୃତ ଦେହ ପାଖରୁ ପୋଲିସ ଏକ ସୁଇସାଇଡ ନୋଟ୍ ଜବତ କରିଥିଲା।ସୁଇସାଇଡ୍ ନୋଟ୍ ମୁତାବକ ଆଶ୍ରିତାଙ୍କ ସହ ଅନ୍ୟ ଜଣେ ଯୁବକଙ୍କ ସମ୍ପର୍କ ଥିବା ତାଙ୍କ ବୟଫ୍ରେଣ୍ଡ ସତ୍ୟ ପ୍ରକାଶ ସନ୍ଦେହ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା।

ପରେ ସତ୍ୟ ପ୍ରକାଶ ତାଙ୍କ ପ୍ରେମିକା ଆଶ୍ରିତାଙ୍କ ନିକଟରେ ପହଞ୍ଚି ମାଡ଼ ମଧ୍ୟ ମାରିଥିଲେ। ଏହା ତାଙ୍କୁ କଷ୍ଟ ଦେଇଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ବୋଲି ଉଲ୍ଲେଖ କରିଥିଲେ। ସୁଇସାଇଡ୍ ନୋଟ୍‌ରେ ଆଶ୍ରିତାଙ୍କୁ ସତ୍ୟ ଟର୍ଚ୍ଚର କରୁଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ତେବେ ପୁଲିସ ଏହି ସୁଇସାଇଡ୍‌ ନୋଟ୍‌କୁ ଆଧାର କରି ପୁରୁଷ ବନ୍ଧୁ ସତ୍ୟ ପ୍ରକାଶଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି।

 ସୂଚନା ଯୋଗ୍ୟ ଦୀର୍ଘ ୯ ବର୍ଷ ଧରି ପୁରୁଷ ବନ୍ଧୁ ସତ୍ୟ ପ୍ରକାଶଙ୍କ ସହିତ ଆଶ୍ରିତାଙ୍କ ସମ୍ପର୍କ ରହିଥିଲା।୨୦୧୪ ରୁ ଉଭୟ ଆଶ୍ରିତା ଓ ସତ୍ୟ ପ୍ରେମ ସମ୍ପର୍କରେ ଥିଲେ। ଉଭୟ ଗୋଟିଏ ଗ୍ରାମର ହୋଇ ଥିବାର ସୂଚନା ମିଳିଛି।ତେବେ ଆଶ୍ରିତା ଆଉ ଜଣେ ଯୁବକଙ୍କ ସହ ସମ୍ପର୍କରେ ରହି ଥିବା ସନ୍ଦେହ କରି ଆସୁଥିଲେ ସତ୍ୟ ପ୍ରକାଶ।

ଆଉ ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇ ଯାଇଥିଲା ଝଗଡ଼ା। ଆଉ ପୁରୁଷ ବନ୍ଧୁ ସତ୍ୟ ପ୍ରକାଶ ଗତ ୪ ତାରିଖରେ ଆଶ୍ରିତାଙ୍କ ରୁମ୍ ପାଖରେ ଆସି ପହଞ୍ଚି ଥିଲେ।ତାଙ୍କୁ ରୁମ୍ ବାହାରକୁ ଡାକି ମାଡ଼ ମାରିଥିଲେ। ଆଉ ଏହା ପରେ ଆଶ୍ରିତା ସେନାପତି ରୁମକୁ ଯାଇ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।