viral ଭିଡ଼ିଓ – ଭଣ୍ଡ ଶିକ୍ଷୟିତ୍ରୀଙ୍କ ଭୟଙ୍କର କାଣ୍ଡ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ପିଟି ପିଟି ରକ୍ତାତ କଲେ ଆଉ ତା ପରେ ଯାହାହେଲା ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଶିକ୍ଷୟିତ୍ରୀ ନୁହେଁ କିନ୍ତୁ ଛାତ୍ରୀଙ୍କୁ ପିଟି ପିଟି କଲେ ରକ୍ତାକ୍ତ। ଅସଲି ସ୍କୁଲ ଲରେ ନକଲି ଶିକ୍ଷୟିତ୍ରୀ। ଦଣ୍ଡ ଦେଇ ଧରା ପଡ଼ିଗଲେ ଏହି ଭଣ୍ଡ ଶିକ୍ଷୟିତ୍ରୀ ଜଣକ। ନିଜକୁ ଶିକ୍ଷୟିତ୍ରୀ କହି ଦିନ ପରେ ଦିନ ଠକି ଚାଲିଥିଲେ ସମସ୍ତଙ୍କୁ ତେବେ ଛାତ୍ରୀଙ୍କୁ ମାଡ଼ ମାରିବା ପରେ ସମ୍ନାକୁ ଆସିଛି ଏଭଳି ଏକ ସତ।

ତେବେ ଛାତ୍ରୀଙ୍କ ଭୁଲ ରହିଥିଲା କେବଳ ଦିଦି ପାଠ ପଢୁଥିବା ସମୟରେ ସେ ତାଙ୍କ ସାଙ୍ଗ ସହିତ କଥା ହେଉଥିଲେ। ବାସ୍ ଏତିକିରେ ବିଗିଡି ଗଲେ ଦିଦି ଭୁଲି ଯାଇଥିଲେ କି ସ୍କୁଲ ହେଉଛି ଦଣ୍ଡମୁକ୍ତ ବିଦ୍ୟାଳୟ। ଛାତ୍ରୀ ଉପରେ ବେତ ପାହାର ଆରମ୍ଭ କରିଦେଲେ।

ଏପଟେ ମାଡ ଖାଇ ଛାତ୍ରୀ ଜଣକ ରକ୍ତାକ୍ତ ହୋଇ ପଡ଼ିଥିଲା। ସୋମବାର ଠାରୁ ମାଡ ଖାଇଥିଲେ ବି ଏପର୍ଯ୍ୟନ୍ତ ପିଠିରୁ କଟା ଦାଗ ଯାଇନଥିଲା। ମାଡ ତ ମାରିଲେ ଦିଦି ପୁଣି ଛାତ୍ରୀଙ୍କୁ ଧମକ ମଧ୍ୟ ଦେଇଥିଲେ ଘରେ କିଛି ନ କହିବା ପାଇଁ।

ଛାତ୍ରୀ ଜଣକ ଭୟରେ ମଧ୍ୟ ଘରେ କିଛି କହି ନଥିଲେ। ହେଲେ ମା ଝିଅର ରକ୍ତ ଲାଗିଥିବା ଡ୍ରେସ କୁ ଦେଖି ସତ ଜାଣିବାକୁ ଚେଷ୍ଟା କରିଥିଲେ। ଏହାପରେ ଝିଅ ଗୋଟି ଗୋଟି କରି ସବୁ ସତ କଥା ମାକୁ କହିଥିଲେ। ତା ପରେ ଛାତ୍ରୀ ଜଣକ ପରିବାର ଲୋକେ ଅଭିଯୋଗ ସ୍କୁଲକୁ ଆସି ଅଭିଯୋଗ କରିଥିଲେ ମାଡ ମାରିଥିବା ଶିକ୍ଷୟିତ୍ରୀଙ୍କ ଉପରେ।

 


ଏହି ଖବର ପାଇବା ପରେ ସ୍କୁଲରେ ଯାଇ ପହଁଞ୍ଚି ଥିଲେ ସରକାରୀ ବ୍ଲକ ସରକାରୀ ଅଧିକାରୀ ଶିଶୁ ମଙ୍ଗଳ କମିଟିର ଅଧକ୍ଷ ଓ ଜିଲ୍ଲା ସିଶୁ ସୁରକ୍ଷା ଅଧିକାରୀ। ଏହା ପରେ ଦଣ୍ଡମୁକ୍ତ ବିଦ୍ୟାଳୟରେ କିଭଳି ଭାବରେ ମାଡ ମାରା ଯାଇଥିଲା ସେ ବାବଦରେ ଖୋଳତାଡ ଆରମ୍ଭ ହୋଇଥିଲା।

ଏହାପରେ ଜଣା ପଡିଥିଲା ଏକ ବଡ଼ ସତ କଥା। ଯାହା ହେଉଛି ସ୍କୁଲରେ ମାଡ ମାରିଥିବା ଦିଦିଙ୍କ ଦଲିଲ୍ ଦସ୍ତାବିଜ୍ ଖାତା ଖତିୟାର କିଛିବି ନଥିଲା।
ଗତ ୮ ବର୍ଷ ଧରି ସ୍କଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ। ଗୋଟିଏ ଏଞ୍ଜିଓ ତରଫରୁ କାମ କରିଥିଲେ ବୋଲି ଜଣା ପଡିଥିଲା। ହେଲେ ଘଟଣା ଜଣା ପଡ଼ିବା ପରେ ଜାଗା ଉପରୁ ଫେରାର ମାରିଥିଲେ ଏହି ଏଞ୍ଜିଓ ଅଧିକାରୀ।

ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ଥିବା ଇଚ୍ଛାପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରୁ। ସ୍କୁଲର ଛାତ୍ରଛାତ୍ରୀ ସଂଖ୍ୟା ୭୪କୁ ଶିକ୍ଷୟିତ୍ରୀ ୪ ଜଣ।ରକାରଙ୍କ ନିୟମ ଅନୁସାରେ ୩୦ ଜଣ ଛାତ୍ରଙ୍କୁ ଜଣେ ଶିକ୍ଷକ।

ଏଠି କିନ୍ତୁ ଦରକାର ଠାରୁ ଅଧିକ ଜଣେ ଶିକ୍ଷୟିତ୍ରୀ ରହିଛନ୍ତି ଯାହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି। ଏଥି ସହିତ ଛାତ୍ର ଛାତ୍ରୀଙ୍କ ପ୍ରତି ଏପରି ବ୍ୟବହାରକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ। ଏହାଏକ ଅପରାଧ ବିଇଓଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କମିଟିର ଅଧ୍ୟକ୍ଷ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।