Exclusive : ସବୁ ଦ୍ରୌପଦୀଙ୍କୁ କୃଷ୍ଣ ନିହାତି ଦରକାର !ସଖା ନଥିଲେ ଦ୍ରୌପଦୀ ନିଜକୁ କେମିତି ସମ୍ଭାଳିଥାନ୍ତେ :ଏମିତି କହିଲେ ଅନନ୍ୟା ପଟ୍ଟନାୟକ ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଅଭିନେତ୍ରୀ ପ୍ରକୃତି ମିଶ୍ର ନିଜ ଆଗାମୀ ଫିଲ୍ମ ‘ଦ୍ରୌପଦୀ’ର ଘୋଷଣା କରିଛନ୍ତି । ଫିଲ୍ମ ଦ୍ରୌପଦୀର ପୋଷ୍ଟ ର ନିଜ ସୋସିଆଲ ମିଡିଆ ପେଜ୍ ରେ ସେୟାର କରିଛନ୍ତି। ଏହି ସିନେମା ଟି ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷା ରେ ରିଲିଜ ହେବ ବୋଲି ସେ ସୂଚନା ଦେଇଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନନ୍ୟା ପଟ୍ଟନାୟକ ଏବଂ ସଂଯୋଜନା କରିଛନ୍ତି ସସ୍ମିତା ତିଆଡି ଓ ଆକାଶଦୀପ ସିଂ ।
ପୋଷ୍ଟ ର କୁ ସେୟାର କରି ପ୍ରକୃତି କ୍ୟାପସନ ରେ ଲେଖିଛନ୍ତି , “କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହେଇଯାଏ । କେବେ ନାରୀ କେଉଁ ଯୁଦ୍ଧ ର କାରଣ ସାଜିଛି ତ ପୁଣି କେବେ ଅଗ୍ନି ପରୀକ୍ଷା ଦେବା କୁ ବାଧ୍ୟ ହୋଇଛି । ଯୁଗ ବଦଳି ଗଲାଣି କିନ୍ତୁ ବଦଳିନି ସେଇ ନାରୀ ର କାହାଣୀ ।”ଏହା ପୂର୍ବ ରୁ ବାବୁସାନ ଙ୍କ ଅଭିନୀତ ଫିଲ୍ମ ଗଜପତି ର ପୋଷ୍ଟର ସେୟାର କରିଥିଲେ ଅଭିନେତା ବାବୁସାନ ।
ପ୍ରକୃତି ମିଶ୍ର ଏହି ଚଳଚ୍ଚିତ୍ରର ପ୍ରମୋଶନ ପାଇଁ ଚେନ୍ନାଇ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ତେବେ ପ୍ରକୃତି ଚେନ୍ନାଇ ଯିବା ଦିନ ହୋଇଥିବା ବିବାଦ ବର୍ତ୍ତମାନ ସମାଧାନ ଆଡକୁ ଯାଉଥିବାରୁ । ଗଣମାଧ୍ୟମ ଏବଂ ସାଧାରଣଙ୍କ ଭିତରେ ଆଲୋଚନା ହେବା ଥମିଛି ।
କେବେ ପୁରୁଷ ତ କେବେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଶତ୍ରୁ ହୋଇଯାଏ। କେବେ ନାରୀ କୋଉ ଯୁଦ୍ଧର କାରଣ ସାଜିଛି ତ ଆଉ କେବେ ନାରୀ ଅଗ୍ନି ପରୀକ୍ଷା ଦେବାକୁ ବାଧ୍ୟ ହୋଇଛି। ଯୁଗ ବଦଳିଛି କିନ୍ତୁ ବଦଳିନି ସେଇ ନାରୀର କାହାଣୀ’’, ନିଜ ଆଗାମୀ ଫିଲ୍ମ ‘ଦ୍ରୌପଦୀ’ ପୋଷ୍ଟର ସୋସିଆଲ ମିଡିଆରେ ପୋଷ୍ଟ କରି ଏଭଳି କହିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର।
ନିଜ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାରେ ଥିବା ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ ନୂଆ ଫିଲ୍ମ ନେଇ ଆସୁଛନ୍ତି। ଯାହାର ଶୀର୍ଷକ ଦ୍ରୌପଦୀ ରହିଛି। ଏହି ଫିଲ୍ମରେ ପ୍ରକୃତି ଦ୍ରୌପଦୀ ଭୂମିକାରେ ଅଭିନୟ କରିବେ।
ଶୁକ୍ରବାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟର ପୋଷ୍ଟ କରିଛନ୍ତି ପ୍ରକୃତି। ତାର୍ନ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅନନ୍ୟା ପଟ୍ଟନାୟକ। ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସସ୍ମିତା ତିଆଡ଼ି ଏବଂ ଆକଶଦୀପ ସିଂହ। ସେହିପରି ଏହାର କ୍ୟାମେରା ପରିଚାଳନା କରୁଛନ୍ତି ‘ଚଳଚ୍ଚିତ୍ର’ ଦୃଷ୍ଟିକୋଣର କ୍ୟାମେରା ମ୍ୟାନ କୁହୁ ମଲ୍ଲ। ଫିଲ୍ମ ଟି ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷା ରେ ପ୍ରସ୍ତୁତ ହେଉଛି।
ନିକଟ ରେ ଓଲିଉଡ ଅଭିନେତା ବାବୁସାନ ଙ୍କ ସହିତ ସମ୍ପର୍କ କୁ ନେଇ ଚର୍ଚ୍ଚାକୁ ଆସିଥିଲେ ପ୍ରକୃତି। ଏମିତିକି ବାବୁସାନ ଙ୍କ ଧର୍ମପତ୍ନୀ ତୃପ୍ତି ତାଙ୍କୁ ରାସ୍ତା ଉପରେ ଆକ୍ରମଣ କରିଥିଲେ। ତୃପ୍ତିଙ୍କୁ ଜବାବ ଦେବା ପାଇଁ ପ୍ରକୃତି ‘ଜଣେ ନାରୀ ହିଁ ଅନ୍ୟ ଜଣେ ନାରୀର ଶତ୍ରୁ’ କହିଛନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।