Exclusive Video – ମୋ ସ୍ତ୍ରୀ ଆଉ କେଉଁ ପୁରୁଷ ସହ ରାତି କାଟି ଆସୁଛି ମୁଁ ଆଉ ସାହିପାରୁନି,ମୁଁ ସେହି ପୁରୁଷ ସହ ବାହାଘର କରିଦେବି,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ମୋ ପତ୍ନି କୁ ମୁଁ ଆଉ ଜଣଙ୍କ ସହ ବିବାହ କରି ଦେବି। ମୋ ସ୍ତ୍ରୀ ତାକୁ ହିଁ ବାହା ହେବ ନ ହେଲେ ମୁଁ ଆତ୍ମହତ୍ୟା କରି ଦେବି ନ ହେଲେ ପିଲା ମାନଙ୍କୁ ସାଥିରେ ନେଇ କୁଆଡେ଼ ଚାଲି ଯିବି। ମୁଁ ଆଉ ଏ ଅପମାନ ସହି ପାରିବିନି। ଗାଁ ଲୋକଙ୍କ ଟାହି ଟାପରା ଆଉ ସହି ପାରିବିନି। ସେ ପର ପୁରୁଷ ସହ ରାତି କାଟିଛି ସେ ତାକୁ ହିଁ ବାହା ହେବ। ସ୍ତ୍ରୀ ପର ପୁରୁଷ ସହ ରାତି କାଟିବା ପରେ କିଛି ଏମିତି କହିଛନ୍ତି ସ୍ଵାମୀ ଜଣକ।
ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକ୍କରା ଥାନା ଅନ୍ତର୍ଗତ ଖମଗାଁ ଅଞ୍ଚଳରେ। ତେବେ ବିବାହିତା ସ୍ତ୍ରୀ ସ୍ବାମୀ ଓ ୧୨ ବର୍ଷର ଏବଂ ୬ ବର୍ଷର ପୁଅକୁ ଛାଡ଼ି ରାତିରେ ପ୍ରେମିକର ଘରକୁ ଯାଇ ରାତି କାଟୁଥିଲେ।
ଆଉ ସକାଳ ହେବା ମାତ୍ରେ ପ୍ରେମିକର ପରିବାର ଲୋକେ ଏହି ମହିଳାଙ୍କୁ ଦେଖି ନିସ୍ତୁକ ମାଡ଼ ମାରିଥିଲେ। ଏହା ପରେ ପ୍ରେମିକର ମା ଆସି ସ୍ୱାମୀଙ୍କ ତାଙ୍କ ସ୍ତ୍ରୀ ବିଷୟରେ ଏଭଳି ଖବର ଦେଇଥିଲେ ଆଉ ଗାଳି ଗୁଲଜ ମଧ୍ୟ କରିଥିଲେ।
ଆଉ ଏହାପରେ ସ୍ବାମୀ ଯାଇ ପହଁଚିଥିଲେ ପ୍ରେମିକ ଘରେ ପରେ ସ୍ତ୍ରୀକୁ ସ୍ବାମୀ ଉଦ୍ଧାର କରି ନିକଟସ୍ଥ ଥାନାରେ ଜିମା ଦେଇ ଥିଲେ। ଏହା ପରେ ପ୍ରେମିକକୁ ମଧ୍ୟ ଥାନାକୁ ଡକା ଯାଇଥିଲା।କିନ୍ତୁ ଏବେ ସ୍ବାମୀ ଜିଦ୍ ଧରିଛନ୍ତି ଯେ ଏବେ ତାଙ୍କ ସ୍ତ୍ରୀକୁ ସେ ପ୍ରେମିକ ସାଙ୍ଗରେ ହିଁ ବାହା ଦେବେ। ସ୍ବାମୀ ତାଙ୍କ ସ୍ତ୍ରୀକୁ ଆଉ ଗ୍ରହଣ କରିବେ ନାହିଁ ବୋଲି ମଧ୍ୟ ସିଧା ସଳଖ କହି ଦେଇଛନ୍ତି।
ତେବେ ସ୍ଵାମୀଙ୍କ କହିବା ଅନୁସାରେ ବର୍ଷେ ତଳେ ତାଙ୍କ ସ୍ତ୍ରୀଙ୍କ ଅନ୍ୟ ଜଣେ ପୁରୁଷ ସହିତ ସମ୍ପର୍କ ରହିଥିଲା। ଯାହା ଜାଣିବା ପରେ ସ୍ବାମୀଙ୍କୁ ବଡ ଝଟକା ଲାଗିଥିଲା। ସେ ଖୁବ୍ କଷ୍ଟ ଓ ଯନ୍ତ୍ରଣା ପାଇଥିଲେ। ଆଉ ଏହା ପରେ ସ୍ବାମୀ ଏ ବାବଦରେ ଥାନାରେ ଜଣାଇ ଥିଲେ।
ତେବେ ଥାନାରେ ଏ ସବୁର ସମାଧାନ ହୋଇ ଥିଲା। ଥାନା ଷ୍ଟାପ ଓ ଗାଁର କିଛି ଭଦ୍ର ଲୋକ ମିଶି ଏହାର ସମାଧାନ ବାହାର କରିଥିଲେ। ଓ ସେମାନଙ୍କ କଥାରେ ସ୍ବାମୀ ସ୍ତ୍ରୀକୁ ଘରକୁ ନେଇଥିଲେ। ତେବେ ସାତ ଆଠ ମାସ ପରେ ପୁଣି ସମାନ ପରିସ୍ଥିତି ଦେଖିବାକୁ ମିଳିଛି। ଆଉ ଏବେ ସ୍ବାମୀ ନିଷ୍ପତି ନେଇଛନ୍ତି କି ତାଙ୍କ ସ୍ତ୍ରୀକୁ ପ୍ରେମିକ ସହ ବାହା ଦେଇଦେବେ। ତେବେ ସ୍ବାମୀ ଓ ଦୁଇ ପୁଅକୁ ଛାଡି ମହିଳା ଜଣକ ଏଭଳି ପରକୀୟା ପ୍ରୀତି ସତରେ ଖୁବ୍ ନିନ୍ଦା ଜନକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।