New Twist – ଛି..ଛି..ଏ ହେଉଛି ମୋ ଟୁଙ୍ଗୁରୁ ଭୋଳ..ଖାଲି ଫୁଲ ଦେଇଦେଇ କରୁଥିଲା ମୋତେ ଗେଲ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…
ଜୀବନରେ ଦୋ ଛକିରେ ଏବେ ବର୍ଷା ଭୋଳ। ଆଜ୍ଞା ହଁ ପ୍ରେମ କରି ଏହି ମହିଳା ଜଣଙ୍କ ଏବେ ହଟହଟା। ବିବାହିତ ହୋଇ ପ୍ରେମ ତ କଲେ କଲେ ତା ପୁଣି ନିଜ ଥରୁଟ ବୟସରେ ଖୁବ୍ ସାନ ଥିବା ଯୁବକୁ। ପ୍ରେମ କରି ସ୍ବାମୀକୁ ଛାଡିଲେ ଦୁଇଟି ସନ୍ତାନଙ୍କୁ ମଧ୍ୟ ପ୍ରେମ ପାଇଁ ପର କରିଦେଲେ।
କିନ୍ତୁ ପ୍ରେମିକ ହେଇ ପାରିଲାନି ନିଜର ବରଂ ଅନ୍ୟ ଜଣେ ଯୁବତୀକୁ କୋର୍ଟରେ ଯାଇ ବିବାହ କଲା। ଆଉ ଏବେ ଥାନାର ଦୁଆରେ ହତାରେ ଶଙ୍ଖା ସିନ୍ଦୂର ଓ ଫୁଲମାଳ ଧରି ଧାରଣାରେ ବର୍ଷା ଭୋଳ। ଦାବି ଅନୁସାରେ ସେ ପ୍ରେମିକ ଟୁଙ୍ଗୁରୁ ଭୋଳକୁ ବିବାହ କରିବେ। ଯାହା ଏବେ ଖୁବ୍ ଚର୍ଚ୍ଚାରେ ରହିଛି।
ତେବେ ବର୍ଷା ଭୋଳନକ୍ କହିବା ଅନୁଯାୟୀ ଓଢ଼େଇ ବର୍ଷ ଧରି ସେ ଟୁଙ୍ଗୁରୁ କୁ ଭଲ ପାଉଛନ୍ତି ଓ ଟୁଙ୍ଗୁରୁ ମଧ୍ୟ ତାଙ୍କୁ ଖୁବ୍ ଭଲ ଭଲ ପାଉଥିଲେ।ଆଉ କହିଛନ୍ତି ଟୁଁଙ୍ଗୁରୁ ଭୋଳ ଦିନ ରାତି ତାଙ୍କ ଚାରିପଟେ ଘୂରି ବୁଲୁଥିଲା। ମୋତେ ସେ ଦିନକୁ 1000 ଥର ଆଇ ଲଭ ଇଉ କହୁଥିଲେ।
ଆଉ ଏମିତିକି ଯେତେବେଳେ ପାରୁଥିଲା ମୋତେ ଗୋଲାପ ଫୁଲ ଆଣି ଉପହାର ଦେଉଥିଲା।ମୋ ସହିତ ବହୁତ ଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ହେଲେ ଏବେ ସିଏ ମୋତେ ନ ବାହା ହେଇ ଅନ୍ୟ ଯୁବତୀଙ୍କୁ କୋର୍ଟରେ ବିବାହ କରିଛନ୍ତି। ଆଉ ବର୍ଷା କହିଛନ୍ତି ସେ ଯାହାକୁ ବିବାହ କରିଛନ୍ତି ସେ ଝିଅ ପଛକୁ ଫେରି ଯାଉ। ଆଉ ତା ପରେ ସେ ଟୁଙ୍ଗୁରୁ ଭୋଳଙ୍କୁ ନିଜର କରି ନେବେ ବୋଲି ଏବେ ଜିଦ୍ ଧରିଛନ୍ତି ବର୍ଷା।
ଟୁଙ୍ଗୁରୁ ଜାଣିଥିଲେ ମୁଁ ତାଙ୍କ ଠୁ ବୟସ ରେ ବହୁତ ବଡ ଓ ମୋର 2 ଟା ସନ୍ତାନ ଅଛି ତାପରେ ବି ସେ ମୋତେ ଭଲ ପାଇଥିଲେ ମୋ ସହିତ ରହୁଥିଲେ ହେଲେ ଆଜି କଣ ପାଇଁ ସେ ମୋତେ ଛାଡି ସେ ଅନ୍ୟ ଝିଅ କୁ ବିବାହ କରୁଛନ୍ତି ।କଣ ଏମିତି ମୋ ପାଖରେ ନାହିଁ ଯାହା ସେ ଝିଅ ପାଖରେ ରହିଛି ଏଭଳି କିଛି ପ୍ରଶ୍ନ କରିଛନ୍ତି ବର୍ଷା।
ତେବେ ଏପଟେ ଜୀବନର ଦୋ ଛକିରେ ଛିଡା ହୋଇଛନ୍ତି ବର୍ଷା। ନା ଏପଟକୁ ଯାଇ ପାରୁଛନ୍ତି ନା ସେପଟକୁ। ଟୁଙ୍ଗୁରୁଙ୍କୁ ପ୍ରେମ କରି ସ୍ବାମୀ ଓ ପିଲାଙ୍କୁ ଛାଡିଲେ କିନ୍ତୁ ପ୍ରେମିକ ଟୁଙ୍ଗୁରୁ ଦେଲା ଏଭଳି ଧୋକା। ଏ ଦୁଃଖ ଏବେ ବର୍ଷା କହିବେ ବା କାହାକୁ କିଏ ବା ଶୁଣିବ। ସେଥି ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି ବର୍ଷା ଆଉ ଥାନା ଆଗରେ ହାତରେ ଶଙ୍ଖା ସିନ୍ଦୂର ଫୁଲମାଳ ଓ ଗୋଲାପ ଫୁଲ ଧରି ପ୍ରେମିକ ଟୁଙ୍ଗୁରୁଙ୍କୁ ବିବାହ କରିବେ ବୋଲି ଜିଦ୍ ଧରିଛନ୍ତି ବର୍ଷା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।