health tips – ମାତ୍ର 3 ଦିନରେ ପେଟର ଗ୍ୟାସ ପବନରେ ବାହାରିଯିବ କରନ୍ତୁ ଏହି ଛୁଟିଆ ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
କଥାରେ ଅଛି ସ୍ବାସ୍ଥ୍ୟ ହିଁ ସମ୍ପଦ। ସୁନ୍ଦର୍ ସ୍ବାସ୍ଥ୍ୟ ପାଇଁ ସଠିକ୍ ଖାଦ୍ୟ ପାନୀୟର ଆବଶ୍ୟକତା ରହିଛି।ବଦଳୁଥିବା ଜୀବନ ଶୈଳୀ, ଖାଦ୍ୟପେୟ ଯୋଗୁଁ ଅନେକ ପ୍ରକାର ରୋଗ ଦେଖାଯାଏ।ଏହା ମଧ୍ୟରୁ ଏମିତି କିଛି ରୋଗ ରହିଛି ଯେଉଁଠାରେ ଖୁବ୍ ଜଟିଳ ସମସ୍ୟା ଦେଖିବାକୁ ମିଳିଥାଏ। ସେଥି ମଧ୍ୟରୁ ଗ୍ୟାସଷ୍ଟିକ ବା ଗ୍ୟାସ ହେଉଛି ଏକ ସାଧାରଣ ଭାବରେ ଦେଖାଯାଉଥିବା ସ୍ୱାସ୍ଥ୍ୟ ସମସ୍ୟା। ତେବେ ଆଜି ଆମେ ଏହି ଗ୍ୟାସଷ୍ଟ୍ରିକ୍ ସମସ୍ୟା କଣ କାହିଁକି ହୁଏ ଏହାର ଲକ୍ଷଣ ଓ ନିରାକରଣ ବିଷୟରେ ଜାଣିବା।
ଗ୍ୟାଷ୍ଟିକ ସମସ୍ୟା କଣ :-
ଏହା ଏକ ସାଧାରଣ ପେଟ ଜନିତ ଜଳାପୋଡ଼ା ହେବାକୁ ଗ୍ୟାସ୍ କହନ୍ତି ଛାତି ପୋଡ଼ାଜଳା, ବଦହଜମି, ଆମ୍ବିଳ ହାକୁଡ଼ିକୁ ଗ୍ୟାସ୍ କୁହନ୍ତି।ଖାଦ୍ୟ ହଜମ ହୋଇ ନ ପାରିଲେ ପେଟରେ ସାଧାରଣତଃ ଗ୍ୟାସ୍ ସୃଷ୍ଟି ହୋଇଥାଏ।ଗ୍ୟାଷ୍ଟ୍ରିକ ର ଅର୍ଥ ହେଉଛି ଷ୍ଟମାକ ବା ପାକସ୍ଥଳୀ।
ଯେହେତୁ ପାକସ୍ଥଳୀ ସହିତ ଏସିଡର ସମ୍ପର୍କ ଥାଏ, ଏସିଡର ଯେଉଁ କ୍ଷରନ ଯାହା ଖାଦ୍ୟକୁ ହଜମ କରିବାରେ ସାହାଯ୍ୟ କରିଥାଏ। ତେବେ ଯଦି ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୁଏ ତେବେ ପେଟରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ।
ଗ୍ୟାଷ୍ଟିକ୍ କାହିଁକି ହୋଇଥାଏ:-
ଏହି ଗ୍ୟାସ ସମସ୍ୟାର ହେବାର ଅନେକ ଗୁଡ଼ିଏ କାରଣ ରହିଛି। ସାଧାରଣତଃ ଏହି ସମସ୍ୟା ଭୁଲ ଖାଦ୍ୟପେୟ ପାଇଁ ହୋଇଥାଏ। ପେଟରେ ଇନଫେକ୍ସନ କାରଣରୁ ଏହି ସମସ୍ୟା ଦେଖା ଯାଇଥାଏ।ତମାଖୁ ନିଶାଦ୍ରବ୍ୟ ଆଦି ସେବନ କରିବା ଦ୍ୱାରା ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। ବିଭିନ୍ନ ପ୍ରକାରର ଏସିଡ ମେଡ଼ିସିନ୍, ପେନ୍ କିଲର୍ ଆଦି ଆଦି ସେବନ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ହୋଇଥାଏ।
ଲକ୍ଷଣ:-
ଗ୍ୟାସ ହେବା ପରେ ବିଭିନ୍ନ ଲକ୍ଷଣ ପ୍ରକାଶ ପାଇଥାଏ। ସାଧାରଣତଃ ଦେଖା ଯାଏ ଯେ ଖାଦ୍ୟ ଖାଇବା ପାଇଁ ଇଚ୍ଛା ନହେବା, ଅଳ୍ପ ଖାଦ୍ୟ ଖାଇ ସାରିବା ପରେ ପେଟ ପୁରିଯିବା, ପେଟ ଭାରି ଲାଗିବା, ପେଟରେ ଯନ୍ତ୍ରଣା ଅନୁଭବ ହେବା, ଛାତିରେ ପୋଡ଼ା ଜଲା ଅନୁଭବ ଲାଗିବା ଏବଂ ବିଶେଷ କରି ଭୋକ ନ ଲାଗିବା ଇତ୍ୟାଦି ଲକ୍ଷଣ ପ୍ରକାଶ ପାଇଥାଏ।
ନିରାକରଣ:-
ଏହି ସମସ୍ୟା ଠାରୁ ଦୂରେଇ ରହିବା ପାଇଁ ମସଲା ଭଳି ଖାଦ୍ୟପେୟରୁ ଦୁରେଇ ରହିବା ଆବଶ୍ୟକ। ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ ଆଦିକୁ ଅଧିକ ଖାଇବା ଦରକାର। ତେଲ ମସଲା, ଛଣାଛଣି ଯୁକ୍ତ ଖାଦ୍ୟରୁ ନିବୃତ୍ତ ରହନ୍ତୁ ଗ୍ୟାସ୍ ସମସ୍ୟାକୁ ଏଡ଼ାଇବାକୁ ସକାଳେ ସନ୍ଧ୍ୟାରେ ଏକ୍ସରସାଇଜ କରନ୍ତୁ। ଜୋର ଜୋର କରି ଚାଲନ୍ତୁ। ଏବଂ ନିଶାଦ୍ରବ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ।
ଏହି ସମସ୍ୟା ଏକ ଜଟିଳ ସମସ୍ୟା ଅଟେ। ଏହାକୁ ଅଣ ଦେଖା କରିବା ଉଚିତ୍ ନୁହେଁ। ଏହି ସମସ୍ୟାକୁ ଅଣଦେଖା କରିବାର ଅର୍ଥ ବଡ ବଡ ରୋଗକୁ ଆମନ୍ତ୍ରଣ କରିବା ଅର୍ଥାତ୍ ଏହକୁ ଅବହେଳା କଲେ ଅଲସର୍ ଏବଂ କର୍କଟ ରୋଗ ପାରି ଘାତକ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ତେବେ ପ୍ରଥମରୁ ହିଁ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିସିନ୍ ଖାଇବା ଆବଶ୍ୟକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।