Exclusive Video – ଟୁଙ୍ଗୁରୁ ଦେଖେଇଲେ ନାଲିଆଖି,ମିଡ଼ିଆ ଆଗରେ ମୁଖା ଖୋଲିବା ପରେ ଅଭଦ୍ରାମୀ ସୀମା ଡେଇଁଲେ…ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ଅଭଦ୍ରାମିର ସବୁ ସୀମା ପାର କରିଗଲେ ଟୁଙ୍ଗୁରୁ ଭୋଳ। ମିଛ ଧରା ପଡ଼ିବା ପରେ ଟୁଙ୍ଗୁରୁ ଭୋଳ ଦେଖାଇଲେ ଲାଲି ଆଖି। ସତ୍ ଜାଣିବା ପରେ ରାଗ ତମତମ୍ ହୋଇ ଉଠିଛନ୍ତି ଟୁଙ୍ଗୁରୁ ଭୋଳ। ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଲେ ଖରାପ୍ ବ୍ୟବହାର।

ସତ ସାମ୍ନାକୁ ଆସିଲା ପରେ ପୁରା ରାଗ ଜରଜରିତ ହୋଇ ପଡିଛନ୍ତି ଟୁଙ୍ଗୁରୁ ଭୋଳ।ଗତକାଲି ଟୁଙ୍ଗୁରୁ ଭୋଳ ପ୍ରେମିକା ବର୍ଷାଙ୍କୁ କଲ୍ କରିଥିଲେ। ଆଉ ସେମାନଙ୍କ କଥା ହେଉଥିବା ସେମାନଙ୍କର ବାର୍ତ୍ତାଳାପକୁ ପ୍ରତିଦିନ ଟିଭି ଏହାକୁ କଭର କରିଥିଲା। ଯାହାର ଅଡିଓ ସୋସିଆଲ ମଧ୍ୟରେ ମିଡ଼ିଆରେ ଭାଇରାଲ ହୋଇଥିଲା ଏହାପରେ ଖୁବ୍ ରାଗି ଯାଇଛନ୍ତି ଟୁଙ୍ଗୁରୁ।

ତେବେ ସତ ସାମ୍ନାକୁ ଆସିବା ପରେ ନାଗ ସାପ ପରି ଫଁ ଫଁ ହଉଛନ୍ତି ଟୁଙ୍ଗୁରୁ ଭୋଳ।ପ୍ରତିଦିନ ଟିଭି ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେବ ବୋଲି ଡାକିଥିଲେ ଟୁଙ୍ଗୁରୁ ଭୋଳ ଆଉ ଆଜି ଯେତେବେଳେ ଟୁଙ୍ଗୁରୁ ଭୋଳଙ୍କ ଘରକୁ ପ୍ରତିଦିନ ଟିଭି ଗଣ ମାଧ୍ୟମର ପ୍ରତିନିଧି ଯାଇ ସେଠାରେ ପହଁଚି ଥିଲେ ସେତେବେଳେ ଟୁଙ୍ଗୁରୁ ଖୁବ୍ ରାଗି ଯାଇଥିଲେ ଆଉ ଏଥି ସହ ଦୁର୍ବ୍ୟବହାର ଓ ଆକ୍ରମଣ କରିବାକୁ ବାହାରି ଥିଲେ ରସିକିୟା ପ୍ରେମିକ ଟୁଙ୍ଗୁରୁ ଭୋଳ।

ଯାହା କ୍ୟାମେରା ଫ୍ରେମରେ କଏଦ ହୋଇଛି।ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।କେବଳ ଟୁଙ୍ଗୁରୁ ଭୋଳ ନୁହଁନ୍ତି ଟୁଙ୍ଗୁରୁ ଭୋଳଙ୍କ ବାପା ମା ମଧ୍ୟ ପ୍ରତିଦିନ ଟିଭି ଗଣ ମାଧ୍ୟମ ପ୍ରତିନିଧିଙ୍କ ସହ ଖରାପ୍ ବ୍ୟବହାର ଦେଖାଉ ଛନ୍ତି।

ତେବେ ଗତ କିଛି ଦିନ ତଳେ ବର୍ଷା ନାମ୍ନୀ ଜଣେ ବିବାହିତା ମହିଳା ଭରତପୁର ଥାନାରେ ପହଞ୍ଚି ଟୁଙ୍ଗୁରୁ ନାମକ ଯୁବକ ପ୍ରେମ କରି ଧୋକା ଦେଇଥିବା ପୁଲିସ୍‌କୁ କହିଥିଲେ ଏବଂ ସେ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍‌ କରି ହାତରେ ଶଙ୍ଖା ସିନ୍ଦୁର ଓ ଫୁଲମାଳ ଓ ଗୋଲାପ ଫୁଲ ଧରି ଭରତପୁର ଥାନା ବାରଣ୍ଡାରେ ବସି ରହିଥିଲେ।

ଆଉ ଏହାପରେ ସାମ୍ନାକୁ ଆସିଥିଲେ ଟୁଙ୍ଗୁରୁ ଆଉ କହିଥିଲେ ସେ ବର୍ଷାଙ୍କୁ ପ୍ରେମ୍ କରୁ ନଥିଲେ ଓଲଟି ବର୍ଷା ତାଙ୍କୁ ଏକ ତରଫା ପ୍ରେମ କରି ଜୋର୍ ଜବରଦସ୍ତି ବିବାହ କରିବା ପାଇଁ ଚାହୁଁ ଥିଲେ।

କିନ୍ତୁ ଟୁଙ୍ଗୁରୁଙ୍କ ଏହି ମିଛ ବେଶୀ ଦିନ ପର୍ଯ୍ୟନ୍ତ ଲୁଚି ରହି ନଥିଲା। ଗତକାଲି ପ୍ରକୃତ ସତ କଥା କଣ ସାମ୍ନାକୁ ଆସିଥିଲା। ମିଡିଆରେ ପବ୍ଲିଶିଟି ପାଇବା ପରେ ଟୁଙ୍ଗୁରୁଙ୍କ ପାଖକୁ ହିରୋ ହେବାର ଅଫର୍ ଆସିଥିଲା। ଆଉ ରାତାରାତି ଷ୍ଟାର ହେବାର ସ୍ଵପ୍ନ ଦେଖୁଥିବା ଟୁଙ୍ଗୁରୁ ଏବେ ହତାଶ ହୋଇ ପଡିଛନ୍ତି।

ଏବେ ତାର କ୍ୟାରିୟର ଗଢ଼ିବା ସ୍ବପ୍ନ କଣ ହେବ ବୋଲି ଭାବି ପ୍ରତିଦିନ ଟିଭି ପ୍ରତିନିଧିଙ୍କ ଉପରେ ରାଗ ସୁଝାଉଛି। ତେବେ ଦେଖିବାକୁ ବାକି ରହିଲା ଘଟଣା କେଉଁ ମୋଡ଼ ନେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।