Exclusive Video – ଗୋଟିଏ ବରକୁ ୨ କନିଆଁ..ଅଧା ତୋର ଅଧା ମୋର..ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ବିବାହ ଏକ ପବିତ୍ର ବନ୍ଧନ।ବିବାହ କ‌ହିଲେ ସାଧାରଣତଃ ଜଣେ ପୁରୁଷ ଜଣେ ମହିଳାଙ୍କ ସ‌ହିତ ସାମାଜିକ ଓ ଆଇନ‌ଗତ ସ୍ୱିକୃତି ସ‌ହିତ ସ‌ହାବସ୍ଥାନ‌ ଓ ପରସ୍ପର ପ୍ରତି ତ‌ଥା ସେମାନଙ୍କର ପିଲାମାନଙ୍କ ଓ ସମ୍ପର୍କୀୟଙ୍କ ପ୍ରତି ଅନ୍ତର୍ନିହିତ ଅଧିକାର ଓ କର୍ତ୍ତବ୍ୟକୁ ବୁଝାଏ।

ଏମିତିକି କାହାକୁ କିଏ ବିବାହ କରିବ ତାହା ଉପରୁ ସ୍ତିରିକୃତ ବୋଲି ମଧ୍ୟ ଆଲୋଚନା ହୁଏ ।ଦେଶରେ ଏକ ପତିବ୍ରତା ଏକ ପତ୍ନୀବ୍ରତାର ପରମ୍ପରା ମଧ୍ୟ ରହିଛି ।ତେବେ ହିନ୍ଦୁ ପରମ୍ପରା ତଥା ଭାରତୀୟ ଆଇନ କାନୁନ ଅନୁଯାୟୀ ଜଣେ ପୁରୁଷ କିମ୍ବା ଜଣେ ମହିଳା ଦୁଇଜଣଙ୍କୁ ବାହାହେବା ଆଇନଗତ ଅପରାଧ ।

କିନ୍ତୁ ଏଠାରେ ଯେଉଁ ଚିତ୍ର ଆପଣ ଦେଖିବାକୁ ପାଇବେ ତା ହେଉଛି ଗୋଟିଏ ବର କିନ୍ତୁ କନିଆଁ ଦୁଇଟି ଆଉ ଗୋଟିଏ ଦିନରେ ଗୋଟିଏ ମଣ୍ଡପରେ ଏମାନଙ୍କ ବିବାହ ସମ୍ପନ୍ନ ହେଉଛି। ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳୁଛି ଝାଡ଼ଖଣ୍ଡରେ।

ରବିବାର ଦିନ ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି। ଉଭୟ ପରିବାର ଓ ଗ୍ରାମ ବାସୀଙ୍କ ସହ ମତି ଓ ଉପସ୍ଥିତିରେ ହେଇଛି ଏହି ବାହାଘର। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଛି। ଆଉ ଏ ବିବାହର ସବୁଠାରୁ ଖାସ୍ କଥା ହେଉଛି ଦମ୍ପତିଙ୍କ ପିଲାମାନେ ବି ତାଙ୍କ ବାପା ମାଙ୍କ ବିବାହ ଦେଖିବା ପାଇଁ ସୁଯୋଗ ପାଇଛନ୍ତି।

ଲୋହନ୍ଦଙ୍ଗା ବଣ୍ଡା ଗାଁର ସନ୍ଦୀପ ଓରା ଦୁଇ ଜଣ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅନେକ ସମୟରେ ଚର୍ଚ୍ଚା ଲାଗି ରହୁଥିଲା। ପ୍ରଥମେ ସନ୍ଦୀପ କୁସୁମ ଲାକ୍ରା ନାମକ ଏକ ଯୁବତୀଙ୍କୁ ୩ ବର୍ଷ ଧରି ପ୍ରେମ କରି ଆସୁ ଥିଲେ।

ଆଉ ବିବାହ ପୂର୍ବରୁ ସେମାନଙ୍କର ଏକ ସନ୍ତାନ ମଧ୍ୟ ରହିଥିଲା। ଏହାପରେ ସ୍ବାତୀକୁମାରୀ ନାମକ ଏକ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ସନ୍ଦୀପ। ଏକ ବର୍ଷ ପୂର୍ବେ ବଙ୍ଗଳାର ଏକ ଇଟା ଭାଟିରେ କାମ କରୁଥିବା ସମୟରେ ସ୍ଵାତିଙ୍କ ସହିତ ସନ୍ଦୀପଙ୍କର ଦେଖା ହୋଇଥିଲା। ଆଉ ଏହି ସମୟରେ ଉଭୟ ପ୍ରେମରେ ପଡ଼ି ଯାଇଥିଲେ।

ତେବେ ଦୁଇ ଯୁବତୀଙ୍କୁ ପ୍ରେମ କରିବାକୁ ନେଇ ଅନେକ ବିବାଦ ଘେରରେ ରହିଥିଲେ ସନ୍ଦୀପ। ଆଉ ଏ କଥା ଗାଁରେ ଚାରିଆଡେ ପ୍ରଚାରିତ ହେଇ ଯାଇଥିଲା। ଏହା ପରେ ଏ ଘଟଣାକୁ ନେଇ ଗ୍ରାମବାସୀ ମାନେ ଗାଁରେ ଏକ ବୈଠକ ଡ଼ାକିଥିଲେ।

ଆଉ ବୈଠକରେ ନିଷ୍ପତି ନିଆ ଯାଇଥିଲା ଯେ ଉଭୟ ଯୁବତୀକୁ ସନ୍ଦୀପ ବିବାହ କରିବେ। ଏହାପରେ ଗାଁରେ ଗ୍ରାମବାସୀଙ୍କ ଓ ଉଭୟ ପରିବାର ଲୋକଙ୍କ ଆଶ୍ରିବାଦ ନେଇ ବିବାହ କରିଥିଲେ ସନ୍ଦୀପ ଓ ଏହି ଯୁବତୀ। ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ଏ ଘଟଣା କିଛି ନୂଆ କଥା ନୁହେଁ। ପୁର୍ବରୁ ମଧ୍ୟ ଅନେକ ଏଭଳି ଘଟଣା ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।