viral video – ରଜରେ ନିଆରା ପରମ୍ପରା ବିବାହ କଲେ ଦୁଇ ଝିଅ,ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ରଜ ଆସିଲେ ଉତ୍ସବ ମୁଖର ହୋଇପଡେ ଗାଁ ଠୁ ସହର।ତେବେ ଆମେ ସାଧାରଣତଃ ଦେଖିବାକୁ ପାଇଥାଉ ଯେ ରଜରେ କୁଆଁରୀ ଝିଅ ମାନେ ପାଦରେ ଅଳତା ଲଗାଇ ମୁହଁରେ ଟିପି ଟିପି ଚନ୍ଦନ ଲଗାଇ ହତାରେ ମେହେନ୍ଦି ଲଗାଇ ସଜ ହୋଇ ପିଠା ପାନ ଆଦି ଖାଇ ଦୋଳି ଖେଳିଥାନ୍ତି। ତେବେ ଆଜି ଆମେ ଏମିତି ଏକ ନିଆରା ରଜ ବାବଦରେ କହିବୁ ଯାହା ଆପଣ ଆଗରୁ ହୁଏତ ଶୁଣି ନଥିବେ।

ଭିଡିଓଟିକୁ ଦେଖି ନିଅନ୍ତୁ କିଭଳି ଡିଜେର ଧୂନରେ ବରଯାତ୍ରୀ ନାଚି ନାଚି ମତୁଆଲା। କନିଆଁ ଘରେ ବର ପହଁଚିବା ପୂର୍ବର ଏ ହେଉଛି ଦୃଶ୍ୟ। ହେଲେ ଏ ଦୃଶ୍ୟକୁ ଆପଣ ମାନେ ଭଲକରି ଦେଖନ୍ତୁ ଏତେ କୁନି ପିଲାଙ୍କୁ ବର କନିଆଁ ବେଶରେ ଦେଖି ଆପଣ ଭାବୁଥିବେ ହୁଏତ ବାଲ୍ୟ ବିବାହ ହେଉଛି।

କିନ୍ତୁ ଏଠାରେ ବାଲ୍ୟ ବିବାହ ନୁହେଁ ବରଂ ଉଭୟ ଝିଅ ପରସ୍ପରକୁ ବିବାହ କରୁଛନ୍ତି। ହୁଳହୁଳି ପଡ଼ୁଛି ଆଉ ପଣ୍ତିତ ମନ୍ତ୍ର ଉଚ୍ଚାରଣ କରୁଛନ୍ତି। ଆଉ ବେଦୀ ଉପରେ ପଡ଼ୁଛି ହାତ ଗଣ୍ଠି।ଏବଂ କନିଆଁର ହାତକୁ ଧରି ଅଗ୍ନି ଚାରିପଟେ ବୁଲି ଦଶଦିଗପାଳକୁ ସାକ୍ଷୀ ରଖୁଛନ୍ତି ଏହି କୁନି ବର ଜଣକ। କିନ୍ତୁ ଯିଏ ବର ହୋଇଛନ୍ତି ସିଏ ହେଉଛନ୍ତି ଜଣେ ଝିଅ।

ହୁଏତ ଆପଣ ଏ କଥାକୁ ସହଜରେ ବିଶ୍ଵାସ କରି ପରୁନଥିବେ ଆଉ ଆପଣଙ୍କୁ ନିଶ୍ଚତ ଏହା ଆଶ୍ଚର୍ଯ୍ୟ କରୁଥିବ। ହେଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ଢେଙ୍କାନାଳ ଜିଲ୍ଲାର କଙ୍କଡାହାରର ଟମ୍ପେଇ ଗାଁ। ଏହି ଗାଁର ଲୋକମାନେ ନିଆରା ଢଙ୍ଗରେ ରଜକୁ ତିନି ଦିନ ଧରି ପାଳନ କରିଥାନ୍ତି।

 ଆଉ ଗାଁର ସୁଖ ଦୁଃଖ ପାଇଁ ଏମିତି ନିଆରା ବିବାହ କରା ଯାଇଥାଏ। ବିବାହ ପୁରା ବୈଦିକ ରୀତିନୀତି ଅନୁସାରେ ହୋଇଥାଏ ଫରକ୍ ଖାଲି ଏତିକି ଏଠାରେ ବିବାହ କରୁଥିବା ଦୁଇ ବର କନିଆଁ ହେଉଛନ୍ତି ଦୁଇ ଜଣ ଝିଅ। ତେବେ ଆଜକୁ ସାତ ଆଠ ବର୍ଷ ହେଲା ଏହିଭଳି ହୋଇ ଆସୁଛି। ଆଉ ଏହା କରିବା ଦ୍ଵାରା ଭାଇଚାରା ଭଲ ରୁହେ ବୋଲି ଏଠାକାର ଗାଁ ଲୋକଙ୍କ ବିଶ୍ୱାସ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦୁଇ ଝିଅଙ୍କ ବିବାହ ହେବା ପରେ ମାଟିରେ ତିଆରି କଣ୍ଢେଇ ସହ ଏମାନଙ୍କର ବିବାହ ହୋଇଥାଏ। ଏଥି ପାଇଁ ବର କନିଆଁ ପକ୍ଷରୁ ବର ଓ କନିଆଁ ପିତା ବଛା ଯାଇଥାଏ। ଆଉ ସେମାନଙ୍କ ଦ୍ଵାରା ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥାଏ।

ଆଉ ଏହି ନିଆରା ବିବାହକୁ ଦେଖିବା ପାଇଁ ପାଖ ଆଖ ଗାଁର ହାଜର ହାଜର ସଂଖ୍ୟାର ଲୋକେ ଆସି ଭିଡ ଜମାଇ ଥାନ୍ତି। ସେ ଯାହାବୁ ହେଉ ଆଜି ଯୁଗ ବି ଏଭଳି ଏକ ପରମ୍ପରାକୁ ବଜାଇ ରଖିଛନ୍ତି କାମାକ୍ଷାନଗରର ଏହି ଅଧିବାସୀ ମାନେ। ଯାହା ଖୁବ୍ ପ୍ରଶଂସା ଯୋଗ୍ୟା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।