ଆନନ୍ଦ ପୁର ବ୍ଲକ୍ ଡିହସାହି ପ୍ରାଥମିକ ସ୍କୁଲ ରେ ଜଣେ ଶିକ୍ଷୟିତ୍ରୀ ଙ୍କୁ ପିଟିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ । ସ୍କୁଲ ପରିସର ରେ ଗୁଡାଇ ତୁଡାଇ ମାଡ ମାରିଛନ୍ତି ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଲିଲିପ୍ରିଆ । ଆକ୍ରମଣ ଶିକାର ହୋଇଥିବା କନିଷ୍ଠ ଶିକ୍ଷୟିତ୍ରୀ ପଙ୍କଜିନି ସାହୁ ଏହି ଗୁରୁତ୍ୱ ପୂର୍ଣ୍ଣ ଅଭିଯୋଗ କରିଛନ୍ତି । ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଲିଲିପ୍ରିଆ ଜେନା ଙ୍କ ବିରୋଧ ରେ ଘଷିପୁରା ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ।
ତେବେ ପ୍ରତ୍ୟେକ ସମୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଲିଲିପ୍ରିୟା ପଙ୍କଜିନି ଙ୍କୁ ମିଥ୍ୟା ଆରୋପ ଲଗାଇ ଗାଳି ଗୁଲଜ କରୁଥିବା ବେଳେ ଗାଳି ଗୁଲଜ ର ଅଡିଓ ରେକଡିଂ କରି ଥିଲେ ପଙ୍କଜିନି । ପ୍ରଧାନ ଶିକ୍ଷୟିତ୍ରୀ ଲିଲିପ୍ରିୟା ସବୁ ବେଳେ ମାଡ଼ ଓ ଗାଳି ଗୁଲଜ କରିଥିବା ରୁ ପଙ୍କଜିନି ଙ୍କୁ ରେକଡିଂ କରିଥିଲେ ଏ ବିଷୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଜାଣି ଯିବା ରୁ ଆଜି ତାଙ୍କୁ ଆକ୍ରମଣ କରିଥିବା ଜଣା ପଡିଛି ।
ଏହି ଦୃଶ୍ୟ କୁ ବିଦ୍ୟାଳୟ ର ପାଚିକା ସମେତ ଅନ୍ୟ କେତେକ ସ୍ତ୍ରୀ ଲୋକେ ଦେଖି ଛଡାଇ ଥିବା କହିଛନ୍ତି । ଏମିତି ପିତିଛନ୍ତି କୁ ତାଙ୍କର କାନ ଝୁମୁକା କୁଆଡେ ପଡି ଯାଇଛି । ତାଙ୍କୁ ସ୍କୁଲ ପରିସର ରେ ଗୁଡାଇ ତୁଡାଇ ମାଡ ମାରିଛନ୍ତି ଓ ଶାଢ଼ୀ ଚିରି ଦେଇଛନ୍ତି ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ଲିଲିପ୍ରିଆ ଏହି ଦୃଶ୍ୟ କୁ ଦେଖି ଶିକ୍ଷୟିତ୍ରୀ ଙ୍କୁ ବଞ୍ଚାଇଛନ୍ତି ଗାଆଁ ଲୋକ ।
ଅଭିଯୋଗ ପରେ ପୋଲିସ୍ ଘଟଣା ର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ଅହି ଘଟଣା କୁ ନେଇଁ ଗାଁ ଲୋକ ଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବିରୋଧ ରେ ଅସନ୍ତୋଷ ପ୍ରକାଶ ପାଇଛି । ସଂପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୂର୍ବ ରୁ ମଧ୍ୟ ଅନ୍ୟ ଜଣେ ଶିକ୍ଷକ ଙ୍କୁ ଏ ଭଳି ହଇରାଣ କରିବା ରୁ ସଂପୃକ୍ତ ଶିକ୍ଷକ ବାଧ୍ୟ ହୋଇ ଅନ୍ୟତ୍ର ବଦଳି କରାଇ ନେଇ ଥିବା ଗାଁ ଲୋକେ କହି ଛନ୍ତି ।
ଶିକ୍ଷୟିତ୍ରୀ ଙ୍କୁ ସବୁ ବେଳେ ହଇରାଣ କରିଥାନ୍ତି ଲିଲିପ୍ରିୟା ପ୍ରଧାନ ଶିକ୍ଷୟତ୍ରୀ ଓ ଠିକ୍ ସମୟରେ ଶ୍ରେଣୀ ଗୃହରେ ପାଠ ପଢା ହୁଏ ନାହିଁ । ପ୍ରଧାନ ଶିକ୍ଷୟତ୍ରୀ ଲିଲିପ୍ରିୟା ବହୁତ ବିଳମ୍ବ ରେ ସ୍କୁଲ କୁ ଆସିଥାନ୍ତି ଓ ପିଲା ମାନଙ୍କ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିଥାନ୍ତି । ସେ କାହାରି ମାନି ନଥାନ୍ତି । ସବୁବେଳେ ସେ ପଙ୍କଜିନି ଙ୍କୁ ସବୁ କଥାରେ ଗାଳି ଦେଇଥାନ୍ତି ।
ଲିଲିପ୍ରିୟା ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ନେବା ଦିନ ଠାରୁ ଗାଁ ସ୍କୁଲ ରେ ବିଶୃଙ୍ଖଳା ଲାଗି ରହିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଠିକ୍ ସମୟରେ ପାଠ ପଢା କି ଠିକ୍ ସମୟରେ ମଧ୍ୟାହ୍ନ ଭୋଜନ ଯୋଗାଣ କିଛି ବି ହେଉନଥିଲା । ପିଲା ମାନେ କିଛି ବି ଭଲରେ ପାଠ ପଢି ପାରିନଥିଲେ ଏହାସହ ତୁରନ୍ତ ତାଙ୍କ ବଦଳି ଦାବି କରିଛନ୍ତି ଗାଁ ଲୋକେ । ସେପଟେ ଏନେଇ ଦାୟିତ୍ୱରେ ଥିବା ପ୍ରଧାନି ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।