ଦେଖନ୍ତୁ Exclusive ଭିଡ଼ିଓ -ଦ୍ବିତୀୟ ବିବାହ କରିବେ କି ବିଦ୍ୟାଶ୍ରୀ ? ଦେଖନ୍ତୁ ଏହାକୁ ନେଇ ମହାଖୁଲାସା କଲେ ବିଦ୍ୟା ….ଶୁଣନ୍ତୁ ତାଙ୍କ ମୁହଁରୁ

ପୁଣି ଥରେ ଚର୍ଚ୍ଚାକୁ ଆସିଲେ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ଦାସ। ମନବପ୍ରେମୀ ଆଦିତ୍ୟ ଦାସଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ବିଦ୍ୟାଶ୍ରୀଙ୍କୁ ନେଇ ଖୁବ୍ ବାଦ ବିବାଦ ଦେଖିବାକୁ ମିଳିଥିଲା।ସୂଚନା ଯୋଗ୍ୟ ଗତ ଜୁଲାଇ ୭ ୨୦୨୦ ତାରିଖରେ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ମୃତଦେହ ସଂଦେହଜନକ ଭାବେ ଭୁବନେଶ୍ୱର ଉପକଣ୍ଠ ସୁନ୍ଦରପଦା ରେଳଧାରଣାରୁ ଉଦ୍ଧାର କରା ଯାଇଥିଲା । ବିବାହର ମାତ୍ର ମାସକ ମଧ୍ୟରେ ଆଦିତ୍ୟଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ନାନାଦି ପ୍ରଶ୍ନ ଉଠିଥିଲା। ଏ ନେଇ ବିଦ୍ୟାଶ୍ରୀଙ୍କୁ ତାଙ୍କ ମୃତ୍ୟୁ ପାଇଁ ଦାୟୀ ମଧ୍ୟ କରା ଯାଇଥିଲା।

ତେବେ ପୁଣି ଥରେ ବିଦ୍ୟାଶ୍ରୀ ଆସିଛନ୍ତି ଚର୍ଚ୍ଚାକୁ। ବିଦ୍ୟାଶ୍ରୀ ଏବଂ ମନବ ପ୍ରେମୀ ଆଦିତ୍ୟ ଦାସଙ୍କ ବିବାହର ମାତ୍ର ଗୋଟିଏ ମାସ ପରେ ଆଦିତ୍ୟଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ତେବେ ଆଦିତ୍ୟଙ୍କ ମୃତ୍ୟକୁ ୨ ବର୍ଷ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ବିଦ୍ୟାଶ୍ରୀ।

 ତେବେ ବିଦ୍ୟାଶ୍ରୀଙ୍କୁ ତାଙ୍କ ଶୁଭଚିନ୍ତକ ତାଙ୍କ ସମ୍ପର୍କୀୟ ମାନେ ଦ୍ୱିତୀୟ ବିବାହ କରିବା ପାଇଁ ବୁଝାଉଛନ୍ତି। ସମସ୍ତେ ଚାହୁଁଛନ୍ତି ବିଦ୍ୟାଶ୍ରୀ ଦ୍ୱିତୀୟ ବିବାହ କରି ସଂସାର କରନ୍ତୁ। କିନ୍ତୁ ଦ୍ୱିତୀୟ ବିବାହ ପାଇଁ ରାଜି ନାହାଁନ୍ତି ବିଦ୍ୟାଶ୍ରୀ ଏ ନେଇ ଗଣ ମାଧ୍ୟମ ସାମ୍ନାରେ ସେ ନିଜର ମନର କଥାକୁ ସେୟାର କରିଛନ୍ତି।

ବିଦ୍ୟାଶ୍ରୀ କହିଛନ୍ତି, ବିଦ୍ୟାଶ୍ରୀ ପ୍ରଶ୍ନ କରିଛନ୍ତି ଆମେ ଜଣେ ମଣିଷକୁ କେତେ ଦିନ ଭଲ ପାଉ କଣ ଯେତେଦିନ ସେ ଆମ ସହିତ ଫିଜିକାଲି ରହିଥାଏ ଆମେ ଜଣକୁ ଆଇ ଲଭ ୟୁ କହିଲେ ତା ବଦଳରେ ଆମେ ତା ପାଖରୁ ଆମେ ଆଇ ଲଭ୍ ୟୁ ଟୁ ଶୁଣିଥାଉ ସେଥି ପାଇଁ କଣ ଆମେ ତାକୁ ଭଲ ପାଉ।

 ଆମେ ତାକୁ କେୟାର କଲେ ବଦଳରେ ସେ ଆମର କେୟାର କରେ ସେଥିପାଇଁ ଆମେ କଣ ଭଲ ପାଉ। ତେବେ ଯେତେଦିନ ପର୍ଯ୍ୟନ୍ତ ଲୋକଟା ଆମ ସହିତ ଅଛି ସେତେଦିନ ପର୍ଯ୍ୟନ୍ତ କଣ ଆମେ ତାକୁ ଭଲ ପାଇବା ଚାଲିଗଲା ପରେ ଭଲପାଇ ପାରିବାନି ଏଭଳି ଯୁକ୍ତି ରଖିଛନ୍ତି ବିଦ୍ୟାଶ୍ରୀ।

ବିଦ୍ୟାଶ୍ରୀ କହିଛନ୍ତି ତାଙ୍କ ସ୍ଵାମୀଙ୍କ ସହିତ ଯେଉଁ ଭଲପାଇବା ରହିଛି ଯେଉଁ ତ୍ୟାଗ ଯେଉଁ ଭାବନା ରହିଛି ସେ ଯାଗାରେ ସେ ଆଉ କାହାକୁ ରଖି ପାରିବେ ନାହିଁ। ଆଜି ବି ସେ ଆଦିତ୍ୟଙ୍କୁ ସେତିକି ଭଲ ପାଆନ୍ତି ଯେତିକି ସେ ଆଦିତ୍ୟ ଥିଲା ବେଳେ ଭଲ ପାଉଥିଲେ।

ଏବେବି ବିଦ୍ୟାଶ୍ରୀ ତାଙ୍କ ସୁଖ ଦୁଃଖ ଭାବନା ସବୁ ଆଦିତ୍ୟଙ୍କ ଫୋଟ ସହିତ ସେୟାର କରନ୍ତି ବୋଲି ସେ କହିଛନ୍ତି। ତେବେ ବିଦ୍ୟାଶ୍ରୀ କହିଛନ୍ତି ହୁଏତ ମୁଁ ତାଙ୍କ ଜୀବନର ପ୍ରଥମ ପ୍ରେମ ନଥିଲି କିନ୍ତୁ ମୁଁ ତାଙ୍କ ଜୀବନର ଶେଷ ପ୍ରେମ ତେଣୁ ମୁଁ ତାଙ୍କୁ ମୋ ଜୀବନର ଶେଷ ପ୍ରେମ କରିକି କାହିଁକି ନରଖିବି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।