୬ ଦିନ ହେଲା ଖାଇନି, ଭୋକରେ ଅଛି, ଆଜି ଏହି ଦାରିଦ୍ରତା ପାଇଁ ମୋ ପୁଅକୁ ମୁଁ ବିକିଦେଲି..,ଦେଖନ୍ତୁ viral ଭିଡ଼ିଓ ଟିକୁ….

୬ ଦିନର ଶିଶୁ ପୁତ୍ରକୁ ବିକ୍ରି କରିଦେଲା ମାଆ ଏଭଳି ଅଭିଯୋଗ ଜିଲା ଶିଶୁ ସୁରକ୍ଷା ହେଲ୍ପ ଲାଇନ ରେ ହେବା ପରେ ସିଡିପିଓ ଙ୍କ ର ଏକ ଟିମ ର ତଦନ୍ତ ଜାରି ରଖିଛି। କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ପଞ୍ଚସରଙ୍ଗ ବଳରାମ ପୁର ଗାଁ ରୁ ଆସିଛି ଏଭଳି ଅଭିଯୋଗ। ଗତ ଶୁକ୍ର ବାର ଦିନ ଏହି ଗାଁ ରେ ଭଡା ରେ ରହୁ ଥିବା ପ୍ରତିମା ପଣ୍ଡା ତାଙ୍କ ନବଜାତ ଶିଶୁ ପୁତ୍ର କୁ କେଉଁଠି ବିକ୍ରି କରି ଥିବା ଅଭିଯୋଗ ହୋଇ ଥିଲା।

ନିଶ୍ଚିନ୍ତ କୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପିଲା ଟି ଜନ୍ମ ହୋଇଥିବା ସୂଚନା ମିଳିଛି। ସ୍ଥାନୀୟ ସିଡିପିଓ ଙ୍କ ଟିମ ଆଜି ପ୍ରତିମା ରହୁ ଥିବା ଘରେ ଚଢ଼ାଉ କରିଥିଲେ। ତେବେ ପିଲା କୁ ସେ ବିକ୍ରି କରି ନାହାନ୍ତି, ୩ ଟି ପିଲା ଥିବା ହେତୁ ତଥା ଆର୍ଥିକ ଅନାଟନ ପଡ଼ି ତାଙ୍କ ପିଲା ଙ୍କୁ ପାରାଦୀପ ର ଜଣେ ସଂପର୍କୀୟ ଙ୍କୁ ଦେଇଥିବା ଶିଶୁ ର ମା’ ପ୍ରତିମା କହିଛନ୍ତି।

୩ ଟା ପୁଅ ଓ ଗୋଟିଏ ଝିଅ ଙ୍କୁ ଚଳାଇବା ମୁସକିଲ ହେବା ରୁ ସେ ନିଜ ଇଚ୍ଛା ରେ ଏଭଳି ପଦକ୍ଷେପ ନେଇ ଥିବା କାନ୍ଦି କାନ୍ଦି ସ୍ୱୀକାର କରିଛନ୍ତି।ସିଡିପିଓ ଟିମ୍ କହିଛନ୍ତି, ଶିଶୁ ଟି ଏବେ ମା’ କ୍ଷୀର ଖାଇବା କଥା। ତାଙ୍କୁ ନିକଟସ୍ଥ ସମ୍ପର୍କିୟ ଙ୍କ ଚିହ୍ନା ବ୍ୟକ୍ତି ଙ୍କୁ ଦେଇବା ଆଶ୍ଚର୍ଯ୍ୟର ବିଷୟ। ଶିଶୁର ସୁରକ୍ଷା ନିମନ୍ତେ ତୁରନ୍ତ ଦେଇଥିବା ସ୍ଥାନ ରୁ ଶିଶୁ କୁ ଆଣି ଆସିବା ନିମନ୍ତେ ସମ୍ପୃକ୍ତ ମା’କୁ କୁହାଯାଇଛି।

ଶିଶୁ ବିକ୍ରି ବଢ଼଼ିବା ରେ ଲାଗିଛି ଦାରିଦ୍ର୍ୟ ର ତାଡ଼ନା ପାଇଁ ହେଉ ଅବା ଟଙ୍କା ରୋଜଗାର ଆଶା ରେ ଶିଶୁ ମାନ ଙ୍କୁ ଅନ୍ୟ ର ହାତ କୁ ଟେକି ଦେଉଛନ୍ତି। ଅନୈତିକ ମାତୃତ୍ୱ ଯୋଗୁଁ ବି ଅଧିକାଂଶ ସମୟ ରେ ଶିଶୁ ବିକ୍ରି ର ଘଟଣା ସାମ୍ନା କୁ ଆସୁଛି। ଏହି ଶିଶୁ ବିକ୍ରି ର ସଂଖ୍ୟା ହସ୍ପିଟାଲ୍ ରୁ ୬ ଦିନ ର ସମୟ ରେ ବୃଦ୍ଧି ହୋଇଛି। ପିଲା ର ବୋଝ ନେବା କୁ ସାମର୍ଥ୍ୟ ନ ଥିବା ଅଭିଭାବକ ମାନେ ବି ଶିଶୁ ବିକ୍ରି ରେ ଲିପ୍ତ ରହୁଛନ୍ତି।

ଆଉ ଏଥିରେ କୁନି ନିରୀହ ଜୀବନ ବଞ୍ଚିବାର ରାହା ହରାଇବା ସହ ନିଜର ଅଧିକାର ସାବ୍ୟସ୍ତ କରି ପାରୁ ନାହିଁ। ଅଭାବ ଅନାଟନ ରେ ଶିଶୁ ବିକ୍ରି କୁ ପ୍ରୋତ୍ସାହିତ କରିବା । ପିଲା କୁ ସେ ବିକ୍ରି କରି ନାହାନ୍ତି, ୩ ଟି ପିଲା ଥିବା ହେତୁ ତଥା ଆର୍ଥିକ ଅନାଟନ ପଡ଼ି!

ତାଙ୍କ ପିଲା ଙ୍କୁ ପାରାଦୀପ ର ଜଣେ ସଂପର୍କୀୟ ଙ୍କୁ ଦେଇଥିବା ଶିଶୁ ର ମା’ ପ୍ରତିମା କହିଛନ୍ତି। ୩ ଟା ପୁଅ ଓ ଗୋଟିଏ ଝିଅ ଙ୍କୁ ଚଳାଇବା ମୁସକିଲ ହେବା ରୁ ସେ ନିଜ ଇଚ୍ଛା ରେ ଏଭଳି ପଦକ୍ଷେପ ନେଇ ଥିବା କାନ୍ଦି କାନ୍ଦି ସ୍ୱୀକାର କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।