ସପ୍ତାହରେ ୨ ଥର ପିଅନ୍ତୁ, ଗ୍ୟାସ, ଏସିଡିଟି, କବଜ ଭଳି ସମସ୍ୟା ସବୁଦିନ ପାଇଁ ଭଲ ହୋଇଯିବ |Gastric and Stomach

ତେବେ ଆମେ ଜାଣିଛୁ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ, ଆଉ ସେହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ମାନେ ମଧ୍ୟ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଉ | ତେବେ ଏମିତି କିଛି ଘରେଇ ଉପଚାର ରହିଛି ଯାହାକୁ ବ୍ୟବହାର କରିକି ଆମ ଶରୀରରେ ଦେଖା ଯାଉଥିବା,

ଡାଇବେଟିସ, ଉଚ୍ଚ ରକ୍ତ ଚାପ, କଲେଷ୍ଟେରଲ , ମେଦ ବହୁଳତା, କିଡ଼ନୀ, ହାର୍ଟ, ଲିଭର ଜନିତ ସମସ୍ତ ସମସ୍ୟା, ତାହା ସହିତ ଆମ ମୁହଁରେ ବାହାରୁ ଥିବା ବ୍ରଣ ଇତ୍ୟାଦି ଅନେକ ପ୍ରକାରର ସମସ୍ୟା ରୁ ମୁକ୍ତି ପାଇଁ ପାରିବା | ତାହେଲେ ସେହି ଭଳି ଗୋଟିଏ ଉପକରଣ ହେଉଛି ଧଣିଆ | ତାହେଲେ ଆସନ୍ତୁ ଧଣିଆ କୁ ବ୍ୟବହାର କରିକି ପ୍ରସ୍ତୁତ କରୁଥିବା ଘରେଇ ଉପଚାର ବିଷୟରେ ଜାଣିବା |

ତେବେ ଆମେ ମାନେ ଜାଣିଛୁ କି ଧଣିଆ ରେ ପ୍ରଚୁର ପରିମାଣରେ ଆଇରନ ଥାଏ ଯାହା ଆମ ଶରୀରରେ ଦେଖା ଯାଉଥିବା ବିଭିନ୍ନ ପ୍ରକାରର ସମସ୍ୟାକୁ ଦୂର କରିଥାଏ ଓ ଆମ ଦେହକୁ ସମ୍ପୂର୍ଣ୍ଣ ସୁସ୍ଥ ରଖିଥାଏ ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଗୋଟିଏ ଅତି ସହଜ ଘରେଇ ଉପଚାର ବିଷୟରେ ଆଲୋଚନା କରିବା |

ପ୍ରସ୍ତୁତି ପ୍ରଣାଳୀ :-ଏହି ଉପଚାର ଟି ପ୍ରସ୍ତୁତ କରିବାକୁ ହେଲେ ଆମକୁ ପ୍ରଥମେ ଗୋଟିଏ ରୁ ଦୁଇ ଚାମଚ ଧଣିଆ ନେଇକି ତାହାକୁ ରାତିରେ ପାଣିରେ ଭିଜେଇ ଦେବାକୁ ପଡିବ | ଆଉ ତାହାକୁ ସକାଳ ପର୍ଯ୍ୟନ୍ତ ରଖିବା ପାଇଁ ପଡିବ ଯାହା ଯୋଗୁଁ ଧଣିଆ ରେ ଥିବା ସମସ୍ତ ପୋଷାକ ତତ୍ତ୍ୱ ସେହି ପାଣିରେ ମିଶିଯିବ |

ତାହା ପରେ ସେହି ପାଣିକୁ ନେଇକି ଲୋ ଫ୍ରେମ ରେ ଆପଣ ତାକୁ 2-4 ମିନିଟ ପର୍ଯ୍ୟନ୍ତ ଫୁଟାଇବେ |ତାହା ପରେ ସେହି ପାଣିରେ ଧଣିଆ ର ସମସ୍ତ ଉପକାରରୀ ଗୁଣ ମିଶିବା ପରେ ସେଥିରେ ଗୋଟିଏ ଲେମ୍ବୁ ରୁ ଫାଳେ ସେହି ପାଣିରେ ଚିପୁଡ଼ି ଦେବା | ତାହା ପରେ ସେହି ପାଣିରେ ଧଜା ବା କଞ୍ଚା ଜିରା ଗୁଣ୍ଡ ଗୋଟିଏ ଚାମଚ ମିଶାଇବା |

ତାହା ପରେ ସେଥିରେ ଚିମୁଟାଏ ବିଟ ଲୁଣ ମିଶାଇବା ଓ ଶେଷରେ ଗୋଟିଏ ଚାମଚ ମହୁ ମିଶାଇବା | ତେବେ ଆପଣ ମାନେ ମନେ ରଖିବେ କି ପାଣି ଗରମ ଥିବା ସମୟରେ ଏହି ସବୁ ଉପାଦାନ କୁ ମିଶାଇବେ ନାହିଁ | ପାଣି ଟିକିଏ ଉଷୁମ ଥିବା ବେଳେ ଏହି ସବୁ ଉପାଦାନ ଗୁଡିକୁ ମିଶାଇବେ |

ତେବେ ଏହି ମିଶ୍ରଣ କୁ ଆପଣ ମାନେ ସକାଳେ ଉଠି ଖାଲି ପେଟରେ ପିଇବେ ଓ ମନେ ରଖିବେ ଏହି ମିଶ୍ରଣ ବ୍ୟବହାର କରିବା ର 30 ମିନିଟ ପରେ ଆପଣ ମାନେ ଖାଇବା ଖାଇ ପାରିବେ | ଆଉ ଏହାକୁ ଆପଣ ସକାଳେ ଆଉ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ପାରିବେ |ତେବେ ଏହି ଭଳି ଭାବରେ ଘରେଇ ଉପଚାର ଳୁ ବ୍ୟବହାର କରିକି ଆମ ଶରୀରରେ ଦେଖା ଯାଉଥିବା ସମସ୍ତ ପ୍ରକାରର ରୋଗ ରୁ ମୁକ୍ତି ପାଇଁ ପାରିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ