Viral Video : ବଂଶୀ ସ୍ବରରେ ମତୁଆଲା ମହୁମାଛି…,ମାତ୍ର 4 ଘଣ୍ଟାରେ 50 milion ରୁ ଅଧିକ ଲୋକ ଦେଖି ସାରିଲେଣି ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ…

ଶ୍ରୀମଦ୍‌ ଭଗବଦ୍‌ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ମୋର ଜନ୍ମ କର୍ମର ଦିବ୍ୟତାକୁ ଯେ ପୂର୍ଣ୍ଣ ରୂପରେ ଜାଣିପାରେ, ସେ ପୁନଃ ଏ ଦୁଃଖମୟ ସଂସାରକୁ ନଆସି ଭଗବାନଙ୍କ ଦିବ୍ୟ ଧାମକୁ ପ୍ରାପ୍ତ କରେ । ଭଗବାନ ଅଜନ୍ମା । ତାଙ୍କର ସାଧାରଣ ମନୁଷ୍ୟ ଭଳି ଜନ୍ମ ହୁଏନାହିଁ । କିନ୍ତୁ ନିଜ ଭକ୍ତ ପାଇଁ ସେ ଧରାବତରଣ କରନ୍ତି ।

ଭଗବାନଙ୍କ ଲୀଳା ଏବଂ ଗୁଣଗାନ ତାଙ୍କ ଧାମରେ ନିୟମିତ ରୂପରେ ଚାଲିଛି । ଭକ୍ତମାନେ ତାଙ୍କର ଦିବ୍ୟ ଗୁଣ ଗାନ ଦ୍ୱାରା ପରମ ଆନନ୍ଦ ଲାଭ କରନ୍ତି । ଏ ସଂସାରରେ ଭଗବାନଙ୍କ ଲୀଳା ଗାନରେ ଯେ ଲାଗିରହେ, ସେ ସଂସାରର ଦୁଃଖକଷ୍ଟକୁ ଭୁଲି ମୁକ୍ତ ଅବସ୍ଥାରେ ସ୍ଥିର ରହିପାରେ । କ୍ରମଶଃ ଦିବ୍ୟ ଆନନ୍ଦ ସ୍ଥିତିକୁ ପ୍ରାପ୍ତ କରେ । ସଂସାରର କୌଣସି ପରିସ୍ଥିତି ତାକୁ ପ୍ରଭାବିତ କରିପାରେନାହିଁ । ଭଗବାନଙ୍କ ଲୀଳାଅନାଦି କାଳରୁ ଜଗତବାସୀ ଶୁଣି ଆସୁଛନ୍ତି ।

କିନ୍ତୁ ଯେତେ ଶୁଣିଲେ ବି ଏ ଲୀଳା ସର୍ବଦା ନିତ୍ୟ ନବୀନଲାଗେ । ନବ ନବ ରସ ଭରି ଜୀବନକୁ କୃତାର୍ଥ କରିଦିଏ । ସକଳ ମାଧୁର୍ଯ୍ୟ, ଆନନ୍ଦ ଆଉ ଜ୍ଞାନର ଯେ ଉତ୍ସ, ଭଗବାନ କୃଷ୍ଣଙ୍କ ଲୀଳାଠାରୁ ଆଉ ଅଧିକ ମଧୁର କ’ଣ ହୋଇପାରେ? ଧରାପୃଷ୍ଠକୁ ତାଙ୍କ ଆଗମନ ହୋଇଥିଲା ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ । ଏହି ପବିତ୍ର ଶୁଭ ଅବସରଟି ଭକ୍ତିରସରେ ନିଜକୁ ନିମଜ୍ଜିତ କରିବାର ମହାର୍ଘ ଅବସର । ପରମ ଭଗବାନ ଶ୍ରୀକୃଷ୍ଣ ଲୀଳା ସର୍ବଦା ମଧୁର- କାରଣ ସେ ହେଉଛନ୍ତି ମଧୁରାଧିପତି ।


ଶ୍ରୀକୃଷ୍ଣଙ୍କ ସମସ୍ତ କାର୍ଯ୍ୟକଳାପ ମଧୁରତାରେ ପୂର୍ଣ୍ଣ । ଚଉଷଠି କଳାସମ୍ପନ୍ନ ନନ୍ଦସୁତଙ୍କର ମୁଖ୍ୟତଃ ଚାରି ପ୍ରକାର ମାଧୁର୍ଯ୍ୟ ରହିଛି । ୧- ରୂପ ମାଧୁର୍ଯ୍ୟ, ୨- ଲୀଳା ମାଧୁର୍ଯ୍ୟ, ୩- ବେଣୁ ମାଧୁର୍ଯ୍ୟ ଏବଂ ୪- ପ୍ରେମ ମାଧୁର୍ଯ୍ୟ । ଶ୍ରୀପାଦ ବଲ୍ଲଭାଚାର୍ଯ୍ୟ ଭଗବାନ ଶ୍ରୀକୃଷ୍ଣଙ୍କୁ ଅତି ସୁନ୍ଦର ହୃଦୟଗ୍ରାହୀ ଭାବରେ ମନୋରମ ସ୍ତୋତ୍ର ମଧୁରାଷ୍ଟକମ୍‌ରେ ବର୍ଣ୍ଣନା କରିଛନ୍ତି । ବଲ୍ଲଭାଚାର୍ଯ୍ୟ ମଧୁରାଷ୍ଟକମ୍‌ରେ କହୁଛନ୍ତି- ଅଧରମ୍‌ ମଧୁରମ୍‌ ବଦନଂ ମଧୁରମ୍‌, ନୟନଂ ମଧୁରଂ ହସିତଂ ମଧୁରମ୍‌ । ହୃଦୟଂ ମଧୁରମ୍‌ ଗମନଂ ମଧୁରଂ, ମଧୁରାଧିପତେରଖିଳଂ ମଧୁରମ୍‌ ।

କୃଷ୍ଣଙ୍କର ବେଣୁ ବା ବଂଶୀ ସ୍ୱନ ଶୁଣି ବ୍ରଜବାଳାମାନେ କିପରି ଆନନ୍ଦରେ ଅଧୀର ହୋଇଉଠନ୍ତି ଏବଂ ଲୋକାଚାର ବୁଦ୍ଧିବିବେକକୁ ଅତିକ୍ରମ କରି ଦିବ୍ୟପ୍ରେମରେ ତଲ୍ଲୀନ ହୋଇଯାଆନ୍ତି ତାହା ବର୍ଣ୍ଣନା କରାଯାଇଛି । ଶ୍ରୀମଦ୍‌ ଭାଗବତମ୍‌ର ‘ଗୋପୀମାନଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କ ବେଣୁ ସଙ୍ଗୀତର ଗୁଣଗାନ’ ଶୀର୍ଷକ ରେ ରହିଥାନ୍ତି । ସେହି ଭଳି ଜଣେ ଭକ୍ତ ଗୋଟିଏ ଲୟରେ ବଂଶୀ ହାତ ରେ ଧରି ଗୀତ ଗାନ କରିଥିଲେ ।

ପ୍ରଭୁଙ୍କ ର କୃପା ଥିଲେ ସବୁକିଛି ସମ୍ଭବ । ଜଣେ ଭକ୍ତ ହାତରେ ବଂଶୀ ଧରି ଭଗବାନ ଶ୍ରୀ କୃଷ୍ଣ ଙ୍କ ବନ୍ଦନା ଗାନ କରିଥିଲେ ଏହି ବଂଶୀ ବଜାଉଥିଲେ ବେଳେ ତାଙ୍କ ଦେହ ସାରା ମହୁମାଛି ବସିଥିଲେ ମଧ୍ୟ ତାଙ୍କର କିଛି କ୍ଷତି ହେଉନାହିଁ । ବଂଶୀ ବଜାଇବା ସ୍ୱର ରେ ଏତେ ଲିପ୍ତ ଥିଲେ ଯେ ମହୁମାଛି କେତେ ବେଳେ ତାଙ୍କ ଶରୀରରେ ବସିଛି ସେ ଜାଣି ନାହାନ୍ତି ଓ ମହୁମାଛି ଦେହ ସାରା ବସିଛି ତାଙ୍କୁ କିଛି ବି ଫରକ୍ ପଡୁନାହିଁ । ସେ ବଂଶୀ ସ୍ୱର ରେ ବଯାଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।