ପ୍ରକୃତି ର ସବୁଠାରୁ ସୁନ୍ଦର ଵସ୍ତୁ ହେଉଛି ଫୁଲ । ଏହି ଫୁଲ କୁ ସମସ୍ତ ପସନ୍ଦ କରନ୍ତି ଏହା ଦେଖିବାକୁ ସୁନ୍ଦର ଏବଂ ମନୋହର । ତା ସହିତ ଏହି ଫୁଲ କୁ ପୂଜା କର୍ମ ରେ କିମ୍ବା ବିବାହ କାର୍ଯ୍ୟ ରେ ତା ସହିତ କେତେବେଳେ କାହାକୁ ଉପହାର ଦେବା ପାଇଁ ମଧ୍ୟ ଏହି ଫୁଲ ବ୍ୟବହାର କରାଯାଇଥାଏ । ତେବେ ସବୁଠାରୁ ଅଧିକ ଠାକୁରଙ୍କ ପୂଜା କର୍ମ ରେ ଫୁଲ ର ବ୍ୟବହାର କରା ଯାଇଥାଏ । ତା ସହିତ ବହୁତ ଫୁଲର କିଛି ନା କିଛି ଔଷଧୀୟ ଗୁଣ ରହିଛି। ସେହିସବୁ ଫୁଲ ଗୁଡ଼ିକ ମଧ୍ୟରୁ ଗେଣ୍ଡୁ ଫୁଲ ଅନ୍ୟତମ। ଏହି ଫୁଲ ଶରୀର ଓ ତ୍ବଚା ପାଇଁ ବହୁତ ଉପକାରୀ ହୋଇଥାଏ ।
ଶୀତଦିନେ କେମିତି କେମିତି ତ୍ଵଚାର ଯତ୍ନ ନିଆଯାଇ ପାରିବ ତା ଚିନ୍ତାରେ ତାକୁ ନେଇ ଚିନ୍ତାରେ ରହିଛନ୍ତି ଯୁବପିଢି। ଶୀତଦିନେ ସାଧାରଣତଃ ମୁଁହ କଳା ଏବଂ ସୁଖା ପଡ଼ିଯାଏ। ଏଥି ନିମନ୍ତେ ସମସ୍ତେ ବିଭିନ୍ନ ପ୍ରକାରର କସ୍ମେଟିକ ବ୍ୟବହାର କରିଥାନ୍ତି।ତେବେ ଏବେ ଆଉ କ୍ୟାମିକାଲ ଯୁକ୍ତ କ୍ରିମ ବ୍ୟବହାର ନକରି ପ୍ରାକୃତିକ ଉପାୟରେ ନିଜ ତ୍ଵଚାର ଯତ୍ନ ନିଅନ୍ତୁ।
ପ୍ରାୟତ ଦେଖିବାକୁ ଗଲେ ଶୀତଦିନେ ସମସ୍ତଙ୍କ ଘରେ ଗେଣ୍ଡୁ ଫୁଲ ଫୁଟିଥାଏ।ଏହି ଗେଣ୍ଡୁଫଲ ଆଉ ଏହାର ପତ୍ରରେ ବହୁତ ଔଷଧୀୟ ଗୁଣ ରହିଛି। ଯାହାକୁ ବ୍ୟବହାର କରି ତ୍ଵଚା ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ। ଗେଣ୍ଡୁ ଫୁଲରେ ରହିଛି ଆଣ୍ଟି ଇମ୍ଫ୍ଲାମେଟରୀ , ଆଣ୍ଟି ବ୍ୟାକ୍ଟେରିଆ , ସ୍କିନ୍ ହିଲିଂ , ଆଣ୍ଟି ଅକ୍ଷିଡ଼ାଣ୍ଟ ଗୁଣ ଭର ପୁର ହୋଇ ରହିଛି । ଏହାକୁ ସୌନ୍ଦର୍ଯ୍ୟ ଉପଚାର ପାଇଁ ବ୍ୟବହାର କରାଯାଇ ଥାଏ ।ଯାହା ତ୍ଵଚାକୁ ସୁରକ୍ଷିତ ରଖିଥାଏ।
ତେବେ ଗେଣ୍ଡୁଫୁଲର ଆଉ କିଛି ଉପକାରୀ ଗୁଣ ସମ୍ପର୍କରେ ଜାଣିବା:-
୧.ଶରୀରରେ କୌଣସି ସ୍ଥାନରେ କଟିଗଲେ ଏହି ଗେଣ୍ଡୁଫୁଲର ପତ୍ରକୁ ବାଟି ଲଗାନ୍ତୁ ଯାହା ଖୁବ ଶୀଘ୍ର ବାହାରୁଥିବା ରକ୍ତକୁ ଜମାଟ ବାନ୍ଧିଦିଏ।
୨.କୌଣସି କ୍ଷତ ଚିହ୍ନକୁ ଲିଭାଇବା ପାଇଁ ମଧ୍ୟ ଏହି ଫୁଲର ପତ୍ରକୁ ବ୍ୟବହାର କରିପାରିବେ।
୩.ଗେଣ୍ଡୁଫଲର ଜୁସ ଶରୀରକୁ ବହୁତ ଶକ୍ତି ଦେଇଥାଏ। ଏହାର ରସ ବାହାର କରି ପିଇ ପାରିବେ।
୪.ପାଦ ଫାଟୁଥିଲେ ଗେଣ୍ଡୁଫଲର ପତ୍ର ଓ ଫୁଲକୁ ଘିଅ ବା ନଡ଼ିଆ ତେଲରେ ଭାଜି ଏକ ପେଷ୍ଟ ତିଆରି କରି ପାଦରେ ଲଗାନ୍ତୁ।ଯାହା ପାଦ ଫଟାରୁ ମୁକ୍ତି ଦେଇଥାଏ।
୫. ଉଜ୍ଜଳ ତ୍ଵଚା ପାଇଁ ମଧ୍ୟ ଏହି ଫୁଲର ଫେସ ପ୍ୟାକ ତିଆରି କରି ଲଗାଇପରିବ।
ଫେସ ପ୍ୟାକ୍ ତିଆରି କରିବା ପାଇଁ ପ୍ରଥମେ ଏହାର ପଖୁଡାକୁ କାଢି ଅଲଗା କରି ଦିଅନ୍ତୁ।ଏହାପରେ ଏଥିରେ ଗେଣ୍ଡୁଫୁଲର ପତ୍ରକୁ ମିଶାଇ ଶୁଖାଇ ଦିଅନ୍ତୁ। ଏହାକୁ ଖରାରେ ନ ସୁଖାଇ ଘରେ ଭିତରେ ସୁଖାନ୍ତୁ। ଏହା ସମ୍ପୂର୍ଣ୍ଣ ଭାବେ ଶୁଖିଗଲା ପରେ ଏହାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ।ଏହାକୁ ଭଲଭାବରେ ଚାଲୁଣିରେ ଚଳାଇ ଏହାର ଗୁଣ୍ଡ ସହ ନଡ଼ିଆ ତେଲ ମିଶାଇ ଏକ ଫେସ ପ୍ୟାକ ପ୍ରସ୍ତୁତ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।