ସାଧୁବାଣି -ସ୍ନାନ କରିବା ପୂର୍ବରୁ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ ଶନି ଦେବଙ୍କ ଅଶେଷ କୃପା ମିଳିବା ସହିତ ଧାନର ବର୍ଷ ହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ !
ଗ୍ରହ ନକ୍ଷତ୍ର ମାନଙ୍କ ଚଳନର ପରିବର୍ତ୍ତନ ପାଇଁ କେତେବେଳେ କେମିତି କାହା ଭାଗ୍ୟରେ ପରିବର୍ତ୍ତନ ଆସିବ ତାହା କହିବା ସମ୍ଭବପର ନୁହେଁ।ଯାହା ପାଇଁ ସଦା ସର୍ବଦା ଆମ ଜୀବନରେ ସୁଖ ଦୁଃଖ ଲାଗି ରହିଥାଏ।ରହିଥିବା ନକ୍ଷତ୍ର ମାନଙ୍କ ମଧ୍ୟରେ ରାହୁ କେତୁ କୁ ଅଶୁଭ ବୋଲି ବିବେଚନା କରାଯାଏ।ଏହା ଛଡା ଶନି ଗ୍ରହ କୁ ଅଶୁଭ ବୋଲି ମାନା ଯାଏ । କାରଣ ଶନି ଗ୍ରହ ରାଶିରେ ଅବସ୍ଥାନ କଲେ ତାଙ୍କର କୋପ ଦୃଷ୍ଟି ପଡ଼ିଥାଏ ବୋଲି କୁହାଯାଏ ଯାହା ଅଶୁଭ ବୋଲି କୁହାଯାଏ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କହିଥାନ୍ତି କାରଣ ଶନିଦେବ ଅନ୍ୟାୟ ଅତ୍ୟାଚାର କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଘୋର କୋପ ଦୃଷ୍ଟି ପକାଇ ଥାନ୍ତି । ଯିଏ ଯେମିତି କର୍ମ କରିଥାଏ ତାକୁ ଶନିଦେବ ସେମିତି ଫଳ ଦେଇଥାନ୍ତି। ଯାହା ଉପରେ ଶନି ଦେବଙ୍କ କୋପ ଦୃଷ୍ଟି ପଡ଼ିଯାଏ ତା ଜୀବନରେ ସମସ୍ତ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ।ଯିଏ ଶନି ଦେବଙ୍କ କୃପା ପାଇଥାଏ ତା ଜୀବନରେ ଖୁସି ର ବାତାବରଣ ସୃଷ୍ଟି ହୁଏ।ପରିବାରରେ ଆନନ୍ଦ ଖେଳି ଯାଏ।
ସ୍ନାନ ସର୍ବଦା ସୂର୍ଯ୍ୟୋଦୟ ପୂର୍ବରୁ କରିବା ଉଚିତ। ଯଦି ତା ପୂର୍ବରୁ ତେଲରେ ନିଜ ଶରୀର ମାଲିଶ କରିବେ ତାହେଲେ ଉତ୍ତମ ରହିବ। ମାଲିଶ କରିବାର ଅଧଘଣ୍ଟା ପରେ ସ୍ନାନ କରନ୍ତୁ।ସ୍ନାନ କରିବା ସମୟରେ ସ୍ତୋତ୍ର ପାଠ ବା କୀର୍ତ୍ତନ ବା ଭଗବାନଙ୍କ ନାମ ଜପ କରିବା ଉଚିତ। ସ୍ନାନ କରିବା ସମୟରେ ମୁଣ୍ଡ ଉପରେ ପାଣି ଢ଼ାଳନ୍ତୁ। ଶରୀରର ଉପର ଭାଗରୁ ପାଣି ପାଦ ପର୍ଯ୍ୟନ୍ତ ବାହାରି ଯିବ। ସର୍ବଦା ଅଳ୍ପ ଗରମ ଥିବା ପାଣିରେ ସ୍ନାନ କରିବା ଦ୍ୱାରା ଶକ୍ତି ବଢ଼ିଥାଏ। କିନ୍ତୁ ମୁଣ୍ଡ ଉପରେ ଗରମ ପାଣି ଢ଼ାଳି ସ୍ନାନ କରିବା ଦ୍ୱାରା ନେତ୍ର ଶକ୍ତିରେ ହାନୀ ପହଞ୍ଚି ଥାଏ।
କିନ୍ତୁ ଏହି ସ୍ନାନ କରିବା ପୂର୍ବରୁ ଏମିତି କିଛି ମନ୍ତ୍ର ରହିଛି ଯାହା ଜପ କରିବା ଦ୍ୱାରା ଶନି ଦେବ ଆପଣଙ୍କ ଜୀବନରେ ଅନେକ ଖୁସି ଆଣିଦେବ।ପରିବାର ରେ ସୁଖ ଶାନ୍ତି ସମୃଦ୍ଧିର ବୃଦ୍ଧି ପାଇବ।ଏବଂ ଆପଣଙ୍କର ଜୀବନରେ କିଛି ସମସ୍ୟା ରହିବ ନାହିଁ,ସବୁ ଦୁଃଖ କଷ୍ଟ ରୁ ଦୂରେଇ ଯିବେ ।ତେବେ ଏହି ମନ୍ତ୍ର ଟି ହେଉଛି ,”ଓଁ ଶନୈ ଶନିଶ୍ଚରାୟ ନମଃ”।
ଆପଣ ପ୍ରତି ଦିନ ସକାଳୁ ସ୍ନାନ କରିବା ପରେ ଶନି ମନ୍ଦିରକୁ ଯାଇ କିଛି ସୋରିଷ ତେଲ ଦେବା ସହ କିଛି କଳା ରାଶି ଦିଅନ୍ତୁ ଏବଂ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ, ଏବଂ ହୃଦୟର ସହ ଶନି ଦେବଙ୍କ ପୂଜା ପାଠ କରନ୍ତୁ। ଏହା ଦ୍ୱାରା ଶନି ଦେବଙ୍କ ବିଶେଷ କୃପା ମିଳିବ।ଶନି ଦେବଙ୍କ ବିଶେଷ କୃପା ମିଳିବ ସହ ଆପଣଙ୍କ ଜୀବନରେ ସୁଖ ଶାନ୍ତି ଲାଗି ରହିବ। ଆର୍ଥିକ ସଙ୍କଟ ଦୂର ହୋଇଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।