ସାଧୁବାଣି – ସିନ୍ଦୂର ପିନ୍ଧିବା ସମୟରେ କରୁଛନ୍ତିକି ଏହି ଭୁଲ, ହୋଇଯାଆନ୍ତୁ ସାବଧାନ। ଘରେ ଆସନ୍ତି ଲାଗି ରହିବ ଜାଣନ୍ତୁ କଣ କରିବେ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..
ହିନ୍ଦୁ ଧର୍ମର ମହିଳା ମାନଙ୍କ ପାଇଁ ସିନ୍ଦୂରର ମହତ୍ତ୍ଵ ଖୁବ୍ ଅଧିକ ରହିଛି। ସିନ୍ଦୂର ହେଉଛି ସଧବା ନାରୀମାନଙ୍କର ଏକ ପ୍ରତୀକ। ସିନ୍ଦୂରରୁ ଜଣେ ନାରୀ ସଧବା କି ନାହିଁ ଜଣା ପଡ଼ିଥାଏ। ବିବାହ କାର୍ଯ୍ୟରେ ସିନ୍ଦୂରକୁ ସବୁଠାରୁ ଶ୍ରେଷ୍ଠ ମାନ୍ୟତା ଦିଆଯାଇଛି। ବିବାହ ପରଠାରୁ ଜଣେ ସ୍ତ୍ରୀ ତା ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ସିନ୍ଦୂରକୁ ତା ସିନ୍ଥିରେ ଲଗେଇ ଥାଏ। ବିବାହିତା ସ୍ତ୍ରୀଟି ଯେତେ ଅଧିକ ଲମ୍ବର ସିନ୍ଦୂର ଲଗେଇ ଥାଏ ତା ସ୍ୱାମୀର ଆୟୁଷ ସେତେ ଅଧିକ ହୋଇଥାଏ।
ତେବେ ଏହି ସିନ୍ଦୂର ବହୁତ ଅଧିକ ପବିତ୍ର ହୋଇଥାଏ। ଏହାକୁ ବ୍ୟବହାର କରିବ ପାଇଁ କେତକ ନିୟମ ରହିଛି। ଏହି ବିଧି ବିଧାନ ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ସ୍ବାମୀର ଜୀବନ ଦୀର୍ଘାୟୁ ହୋଇଥାଏ। ସମାଜରେ ସ୍ବାମୀଙ୍କର ମାନ ସମ୍ମାନ ବୃଦ୍ଧି ହୋଇଥାଏ।ତେବେ ଆଜି ଆମେ ସିନ୍ଦୂରକୁ ନେଇ ରହିଥିବା କିଛି ବିଧି ବିଧାନ ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
୧. ବିବାହିତ ମହିଳାଙ୍କୁ ସିନ୍ଦୂର ସର୍ବଦା ନିଜ ଟଙ୍କାରେ କିଣି ଲଗେଇବା ଉଚିତ୍।ଅନ୍ୟ କାହାର ଟଙ୍କାରେ କିଣା ହୋଇଥିବା ସିନ୍ଦୂର ପିନ୍ଧିବା ଉଚିତ୍ ହୋଇ ନଥାଏ।
୨. ପରିସ୍ଥିିତି ଯାହାବି ହେଉ ଅନ୍ୟ ମହିଳାର ସିନ୍ଦୂର ଲଗେଇବା ଉଚିତ୍ ହୋଇ ନଥାଏ।
୩. ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୂରକୁ ବ୍ୟବହାର କରିବା ଉଚିତ୍ ହୋଇ ନଥାଏ। ଏହା ଅଶୁଭ ହୋଇଥାଏ।
୪. ଗାଧୋଇବା ପୂର୍ବରୁ ସିନ୍ଦୂର ଲଗାଇବା ଉଚିତ୍ ହୋଇ ନଥାଏ। ସର୍ବଦା ଗାଧୋଇ ସରିବା ପରେ ସିନ୍ଦୂର ଲଗାଇ ପୂଜା ପାଠ କରିବା ଉଚିତ୍ ହୋଇ ଥାଏ।
୫. ସିନ୍ଦୂର ଲଗାଇବା ସମୟରେ ମା ପାର୍ବତୀଙ୍କୁ ସ୍ମରଣ କରି ସ୍ବାମୀଙ୍କ ଶୁଭ ଚିନ୍ତା କରି ଲଗେଇବା ଉଚିତ୍ ହୋଇ ଥାଏ।
୬. ପିରିୟଡ଼ ସମୟରେ ସିନ୍ଦୂର ଲଗାଇବା ଉଚିତ୍ ହୋଇ ନଥାଏ ଏହା ଦ୍ଵାରା ସିନ୍ଦୂରର ଅପମାନ ହୋଇଥାଏ।
୭. ସିନ୍ଦୂର ତଳେ ପଡ଼ିଯିବା ଖୁବ୍ ଅଶୁଭ ବୋଲି ମାନା ଯାଇଥାଏ। ଏଥି ପାଇଁ ଏହାକୁ ସବୁବେଳେ ସୁରକ୍ଷା ରହୁଥିବା ସ୍ଥାନରେ ରଖିବା ଆବଶ୍ୟକ। ଯଦି ସିନ୍ଦୂର ତଳେ ପଡି ଯାଉଛି ତେବେ ଏହାକୁ ଏକାଠି ଗୋଟାଇ ରଖନ୍ତୁ। ଏବଂ ମାତା ପାର୍ବତୀଙ୍କୁ ପ୍ରଥମେ କ୍ଷମା ପ୍ରାର୍ଥନା କରନ୍ତୁ।
୮. ସିନ୍ଦୂରକୁ ଅନ୍ୟ କାହା ସାମ୍ନାରେ ଲଗେଇବା ଉଚିତ୍ ହୋଇ ନଥାଏ ବୋଲି କୁହାଯାଇଥାଏ। କାହିଁକି ନା ଏଥି ଦ୍ୱାରା ଆପଣଙ୍କ ସିନ୍ଦୁରରେ ନଜର ଲାଗି ଯାଇଥାଏ। ଏବଂ ଆପଣଙ୍କ ସ୍ଵାମୀଙ୍କ ପ୍ରେମ ମଧ୍ୟ କମି ଯାଇପାରେ। ଏଥି ପାଇଁ ସିନ୍ଦୂର ଲଗାଇବା ସମୟରେ ମୁଣ୍ଡରେ ଓଢ଼ଣା ଦେଇ ସିନ୍ଦୂର ଲଗାନ୍ତୁ।
୯. ସିନ୍ଦୂରକୁ ଚୁଟି ମଧ୍ୟରେ ଲୁଚେଇ ରଖିବା ଠିକ୍ ହୋଇ ନଥାଏ। ଏହା ଦ୍ୱାରା ସ୍ବାମୀଙ୍କ ମାନସମ୍ମାନ ହାନି ହୋଇଥାଏ। ଏବଂ ସିନ୍ଦୂରକୁ ସର୍ବଦା ସିନ୍ଥା ମଝିରେ ଲଗେଇବା ଉଚିତ୍।
୧୦. ଆପଣ ସିନ୍ଦୂରରେ ଗୋଟିଏ ପଇସା ନିଶ୍ଚିତ ରଖନ୍ତୁ। ଏହାକୁ ବହୁତ ଶୁଭ ମାନାଯାଏ। ଏହା ଦ୍ୱାରା ମାତା ପାର୍ବତୀ ମଧ୍ୟ ସନ୍ତୁଷ୍ଟ ହୋଇ ଥାଆନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।