ସାଧୁବାଣି – ଶିବ ମନ୍ଦିରକୁ ଯାଉଛନ୍ତି କି,ଯିବା ପୂର୍ବରୁ ଜାଣି ରଖନ୍ତୁ ଏହି ସବୁ ନିୟମ ନଚେତ୍ ଅନର୍ଥ ହୋଇଯିବ,ଘରେ ଅଭାବ ଅନଟନା ଲାଗିରହିବ ଜାଣନ୍ତୁ କଣ କରିବେ….ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..
ସଂସାରରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ କିଛି ନା କିଛି ନିୟମ ରହିଥାଏ। ମାନବକୁ ସେଇ ସବୁ ନିୟମ ଅନୁସାରେ କାର୍ଯ୍ୟ କରିବା ପାଇଁ ପଡ଼ିଥାଏ। ଯାହା ଦ୍ଵାରା ସେହି ବ୍ୟକ୍ତିର ମଙ୍ଗଳ ହୋଇଥାଏ। ଆମ ହିନ୍ଦୁ ଧର୍ମରେ ଭଗବାନ ଭୋଳା ଶଙ୍କରଙ୍କୁ ବହୁତ ମାନା ଯାଇଥାଏ। ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିରକୁ ଦର୍ଶନ ପାଇଁ କିଛି ବ୍ୟକ୍ତି ଯାଇଥାନ୍ତି।
ଯଦି ଆପଣ ମଧ୍ୟ ଯାଉଛନ୍ତି ଶିବ ମନ୍ଦିରକୁ ତେବେ ତ ପୂର୍ବରୁ କିଛି ନିୟମ ଗୁଡିକ ଜାଣିବା ନିହାତି ଆବଶ୍ୟକ। କାହିଁକି ନା ଭଗବାନ ଶଙ୍କରଙ୍କୁ ଦର୍ଶନ କରିବା ସମୟରେ ଯଦି କିଛି ଭୁଲ ହୋଇ ଯାଇଥାଏ। ତେବେ କୌଣସି ଫଳ ପ୍ରାପ୍ତ ହୋଇନଥାଏ।
ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ନିୟମ ବାବଦରେ କହିବାକୁ ଯାଉଛୁ। ଶିବ ମନ୍ଦିରକୁ ଦର୍ଶନ ପାଇଁ ଯିବା ସମୟରେ ଏହି ଭୁଲ୍ ଗୁଡ଼ିକ ଆଦୌ କରନ୍ତୁ ନାହିଁ। ନଚେତ୍ ଆପଣଙ୍କ ପୂଜା ପାଠର କୌଣସି ଫଳ ପ୍ରାପ୍ତ ହେବ ନାହିଁ।
୧. କିଛି ମହିଳା ମାନେ ମନ୍ଦିରକୁ ଭୋଗ ଲଗେଇବା ପାଇଁ ଫଳ ନେଇ ଯାଇଥାନ୍ତି । ଏବଂ ପୂଜା ସରିବା ପରେ ସେହି ସବୁ ଫଳ
କୁ ସମ୍ପୁର୍ଣ୍ଣ ଘରକୁ ନେଇ ଆସନ୍ତି ଯାହା ଉଚିତ୍ ହୋଇ ନଥାଏ ତେବେ ପ୍ରଥମେ ଲୋଭ ତ୍ୟାଗ କରନ୍ତୁ ଏବଂ ଫଳକୁ କିଛି ପିଲା ମାନଙ୍କୁ ଏବଂ ଏକ ଗୋମାତାଙ୍କୁ ଖାଇବାକୁ ଦେଇ ଦିଅନ୍ତୁ। କାହିଁକି ନା ଭଗବାନ ଶଙ୍କର ତ୍ୟାଗର ଦେବତା ଅଟନ୍ତି।
୨. ଯଦି ଆପଣ ସୋମବାର ଦିନ ମନ୍ଦିର ଯିବାକୁ ଚାହୁଁଛନ୍ତି ତେବେ ରବିବାର ଦିନ ଆମିଷ ଭୋଜନ ନିଷେଧ କରନ୍ତୁ। ରବିବାର ଦିନ ହବିଷ ପାଳନ କରି ତା ପର ଦିନ ମନ୍ଦିର ଯାଆନ୍ତୁ।
୩.ସ୍ନାନ କରିବା ସମୟରେ ସ୍ନାନ ଜଳରେ ଗଙ୍ଗା ଜଳ ବା ଗୋମୟ ଟିକିଏ ପକାନ୍ତୁ ଯାହା ଦ୍ଵାରା ସ୍ନାନ ପାଣିରେ ପବିତ୍ରତା ଆସିଥାଏ। ଏହି ପାଣିରେ ସ୍ନାନ କରି ମନ୍ଦିରକୁ ଯିବା ଆବଶ୍ୟକ।
୪. ମନ୍ଦିରକୁ ଯିବା ପାଇଁ ସର୍ବଦା ସଫା ସୁତୁରା ଲୁଗା ପିନ୍ଧି ଯିବା ଆବଶ୍ୟକ। ଯଦି ଆପଣ କାହାକୁ ସାଥିରେ ନେଇ ଯାଉଛନ୍ତି ସେ ମଧ୍ୟ ସଫା ସୁତୁରା ଲୁଗା ପରିଧାନ କରିବା ଆବଶ୍ୟକ।
୫.ଯଦି ମନ୍ଦିରକୁ ଭୋଗ ଅର୍ପଣ କରିବା ପାଇଁ ନେଇ ଯାଉଛନ୍ତି ତେବେ ବିନା ଜୋତାରେ ଯିବା ଆବଶ୍ୟକ। ତେବେ ମନ୍ଦିର ଯାଏଁ ଖାଲି ପାଦରେ ଯାଇ ମନ୍ଦିର ବେଢ଼ାରେ ଗୋଡ଼ ଧୋଇ ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ।
୬. ଭଗବାନ ଶିବ ଶଙ୍କରଙ୍କ ବେଲ ପତ୍ର ବହୁତ ପ୍ରିୟ ହୋଇଥାଏ ତେଣୁ ଭୋଗ ଅର୍ପଣ ସହିତ ବେଲପତ୍ର ମଧ୍ୟ ଅର୍ପଣ କରିବା ଖୁବ୍ ଶୁଭ ହୋଇଥାଏ। ଏଥି ସହିତ କ୍ଷୀର ଏବଂ ପଇଡ ପାଣି ମଧ୍ୟ ଅର୍ପଣ କରି ପାରିବେ। ଏହା ଦ୍ୱାରା ଆପଣଙ୍କୁ ବିଶେଷ ଫଳ ମିଳି ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।