ସାଧୁବାଣି – ରାତିରେ ଶୋଇବା ପୁର୍ବରୁ ହନୁମାନଙ୍କ ଏହି ମନ୍ତ୍ର ଜପ କରନ୍ତୁ ଯାହା ମଗିବେ ତାହା ପାଇବେ ଭାଗ୍ୟ ପୁରା ବଦଳି ଯିବ ଜାଣନ୍ତୁ କେଉଁ ମନ୍ତ୍ର ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..
ପବନ ପୁତ୍ର ହନୁମାନ ତଥା ବଜରଙ୍ଗବାଲୀଙ୍କ ପୂଜାର୍ଚ୍ଚନା କରିବା ଦ୍ବାରା ସମସ୍ତ ସଙ୍କଟ ଦୂର ହେବା ସହିତ ସବୁ ପ୍ରକାର ଭୟରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ସହିତ ଆମ ଭିତରେ ଏକ ନୂତନ ଆତ୍ମବିଶ୍ବାସ ଜାଗ୍ରତ ହୋଇଥାଏ ଏବଂ ଏଥି ସହିତ ସମସ୍ତ ପ୍ରକାର ଗ୍ରହଦୋଷ ଦୂର ହୋଇଥାଏ। ବହୁତ ଲୋକ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜା ଏବଂ ଉପାସନା କରିବା ସହିତ ବ୍ରତ ରଖନ୍ତି। ହନୁମାନଙ୍କ ସଂକଟମୋଚନ ଏଥିପାଇଁ କୁହାଯାଏ କି, ସେ ନିଜ ଭକ୍ତମାନଙ୍କର ସମସ୍ତ ସଂକଟ ଏବଂ କଷ୍ଟ ଦୂର କରନ୍ତି।
ସପ୍ତାହର ରହିଥିବା ସାତ ବାର ମଧ୍ୟରୁ ମଙ୍ଗଳବାର ଏବଂ ଶନିବାର ପବନ ପୁତ୍ର ହନୁମାନଙ୍କ ପ୍ରିୟ ବାର ଅଟେ ଏହି ଦିନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ତାଙ୍କ ଦର୍ଶନରେ ଯାଇଥାନ୍ତି। କିନ୍ତୁ ପବନ ପୁତ୍ର ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ଆଜି ଆପଣ ମାନଙ୍କୁ କିଛି ଉପାୟ ବିଷୟରେ ଜଣାଇବୁ । ଯାହା ଦ୍ଵାରା ଆପଣ ହନୁମାନଙ୍କ ବିଶେଷ କୃପା ପାଇପାରିବେ। ତେବେ ଜାଣନ୍ତୁ କ’ଣ ସେହି ଉପାୟଗୁଡିକ।
୧.ମଙ୍ଗଳବାର ରାମ ଭକ୍ତ ହନୁମାନଙ୍କ ଅତ୍ୟନ୍ତ ପ୍ରିୟ ବାର ଅଟେ। ଯଦି ଆପଣଙ୍କ ଜାତକରେ ମଙ୍ଗଳ ଦୋଷ ଥାଏ ତେବେ ଜ୍ୟୋତିଷ ଶାସ୍ତ୍ରରେ କୁହା ଯାଇଥାଏ କି ମଙ୍ଗଳ ଦୋଷ ରହିଥିବା ବ୍ୟକ୍ତିବିଶେଷ ମାନଙ୍କୁ ମଙ୍ଗଳ ବାର ଦିନ ଶ୍ରୀ ହନୁମାନ ଜୀଙ୍କର ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିବା ଉଚିତ୍। ହନୁମାନଙ୍କ ଚାଳିଶା ପାଠ କରିବା ଉଚିତ୍। ସମ୍ପୁର୍ଣ୍ଣ ଶ୍ରଦ୍ଧା ଭକ୍ତି ନିଷ୍ଟାର ସହକାରେ ହନୁମାନଙ୍କ ପୂଜା ଅର୍ଚ୍ଚନା କରିବା ଆବଶ୍ୟକ। ମଙ୍ଗଳ ବାର ଦିନ ଉପବାସ କରିବା ଦ୍ୱାରା ଜାତକରେ ମଙ୍ଗଳ ଦୋଷର ସ୍ଥିତି ମଜବୁତ୍ କରିଥାଏ।
୨.ପବନପୁତ୍ର ହନୁମାନଙ୍କ ଯାମିନୀ ତେଲ ବହୁତ ପ୍ରିୟ ହୋଇଥାଏ। ତେଣୁ ମଙ୍ଗଳ ବାର ଦିନ ଯାଇ ହନୁମାନଙ୍କୁ ନିଶ୍ଚିତ ଭାବରେ ଯାମିନୀ ତେଲ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣ ଜାତକରେ ମଙ୍ଗଳ ଦୋଷର ପ୍ରଭାବ କମ ହୋଇଥାଏ। ଏହା ସହିତ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ।
୩.ହନୁମାନଙ୍କୁ ପ୍ରସାଦରେ ଗୁଡ଼, ଚିନି ସହିତ ପାନ ମଧ୍ୟ ଚଢ଼ାନ୍ତୁ।
୪. ଲାଲ୍ ରଙ୍ଗ ବା କେଶରୀ ରଙ୍ଗ ଶ୍ରୀ ହନୁମାନ ଜୀଙ୍କର ବହୁତ ପ୍ରିୟ ଅଟେ ଏହା ସହିତ ଏହାର ସମ୍ବନ୍ଧ ମଙ୍ଗଳଗ୍ରହ ସହିତ ରହିଛି। ଏଥିପାଇଁ ମଙ୍ଗଳ ବାର ଦିନ ଏହି ରଙ୍ଗର ବସ୍ତ୍ର ପରିଧାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏଥି ସହିତ ଏହି ରଙ୍ଗର କପଡା ଏବଂ ଲାଲି ମସୁରି ଦାନ କରିବା ଦ୍ୱାରା ଖୁବ୍ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
୫. ନକାରାତ୍ମକ ପ୍ରଭାବ ଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ମଙ୍ଗଳ ବାର ଦିନ ହନୁମାନଙ୍କୁ ସିନ୍ଦୂର ସହିତ କେଶରୀ ରଙ୍ଗର ଫୁଲ ଚଢ଼ାନ୍ତୁ।
୬. ପ୍ରତ୍ୟେକ ମଙ୍ଗଳବାର ଦିନ ହନୁମାନଙ୍କ ଉପାସନା ପରେ “ଓମ୍ ଶ୍ରୀ ହନୁମନ୍ତେୟ ନମଃ” ତଥା “ଓମ୍ କ୍ରମା କ୍ରିମ୍ କ୍ରୋମ୍ ସଃ ଭୋମାୟ ନମଃ” ମନ୍ତ୍ର ଜପ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।