ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ହେଉଛି ଜଣେ ମାଆ ଓ ସନ୍ତାନର ସମ୍ପର୍କ।ମା ଶବ୍ଦ ହେଉଛି ଏ ଦୁନିଆର ସବୁଠାରୁ ମଧୁର ଶବ୍ଦ।ଜଣେ ମା ହିଁ ନିଜ ସନ୍ତାନକୁ ସବୁ ବିପଦରୁ ଉଦ୍ଧାର କରିବାର କ୍ଷମତା ରଖିଥାଏ।ମାତୃତ୍ଵ ଲାଭ ଜଣେ ମହିଳା ପାଇଁ ଖୁବ୍ ସୁନ୍ଦର ଅନୁଭବ ଆଣିଥାଏ।
ବିବାହ ପରେ ଯେତେବେଳେ ନାରୀଟିଏ ମା ହେବାର ସୌଭାଗ୍ୟ ଅର୍ଜନ କରିଥାଏ ସେତେବେଳେ ଯାଇ ସେ ନାରୀର ଜୀବନରେ ପୂର୍ଣ୍ଣତା ଆସି ଥାଏ।ଏଥି ନିମନ୍ତେ ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଶାରୀରିକ ସଂପର୍କ ରଖିବାକୁ ପଡ଼ିଥାଏ।ତେବେ କିଛି ଦମ୍ପତି ବାପା ମା ହେବାର ସୌଭାଗ୍ୟ ଅର୍ଜନ କରି ପାରନ୍ତି ନାହିଁ।
ସବୁ ଦମ୍ପତି ଚାହାଁନ୍ତି ଯେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହେଉ। କାରଣ ହିନ୍ଦୁ ପରମ୍ପାରା ଅନୁଯାୟୀ ଜଣେ ପୁତ୍ର ସନ୍ତାନ ହିଁ ପୂର୍ବପୁରୁଷ ମାନଙ୍କର ପିଣ୍ଡ ରେ ପାଣି ଦେଇ ପାରିବ ଏବଂ ବଂଶ ରକ୍ଷା କରି ପାରିବ।
ତେବେ ଯାଇ ପୂର୍ବପୁରଷ ଶାନ୍ତି ପାଇବେ। ଯଦିଓ ଆମ ସମାଜରେ ପୁଅ ଓ ଝିଅ ମଧ୍ୟରେ କିଛି ପ୍ରଭେଦ ନାହିଁ ପୁଅ ବା ଝିଅ ଦୁହେଁ ସମାନ। ତଥାପି ସବୁ ବାପା ମା ପୁତ୍ର ସନ୍ତାନ ପାଇଁ ଆଶା ରଖିଥାନ୍ତି। କାରଣ ପୁଅ ଓ ଝିଅ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ପରି।ଏ ଦୁଇ ଜଣଙ୍କ ବିନା ସମାଜର ସ୍ଥିତି ଅସମ୍ପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବନାହିଁ।
ସବୁ ଦମ୍ପତି ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ଅର୍ଜନ କରି ପାରନ୍ତି ନାହିଁ। କିଛି ଦମ୍ପତି ଝିଅ ଆଶା ରଖିଥାନ୍ତି ତ କିଛି ଦମ୍ପତି ପୁତ୍ର ସନ୍ତାନର ଆଶା ରଖିଥାନ୍ତି। କିନ୍ତୁ ଭାଗ୍ୟ ହିଁ ନିର୍ଦ୍ଧାରିତ କରିଥାଏ କାହାର କନ୍ୟା ସନ୍ତାନ ହେବ ଏବଂ ଆଉ କାହାର ପୁତ୍ର ସନ୍ତାନ ପ୍ରାପ୍ତ ହେବ। କିନ୍ତୁ ଏମିତି କିଛି ନିୟମ ରହିଛି ଯାହା ପାଳନ କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତ ହୋଇଥାଏ। ତେବେ ପୁତ୍ର ସନ୍ତାନ ପ୍ରାପ୍ତ ପାଇଁ କଣ ସବୁ ନିୟମ ରହିଛି ସେ ସମ୍ପର୍କରେ ଜାଣିବା।
୧. ଆପଣ ଯଦି ପୁତ୍ର ସନ୍ତାନ ଚାହୁଁଛନ୍ତି ତ ପ୍ରତ୍ୟେକ ଦିନ ଠାକୁର ଘରେ ଗୋଟିଏ ଲେଖାଏଁ ଘିଅ ଦୀପ ପ୍ରଜ୍ବଳନ କରନ୍ତୁ। ଏବଂ ପ୍ରତି ସୋମବାର ଓ ଶନିବାର ଦିନ ଦୁଇଟି ଲେଖାଏଁ ଘିଅ ଦୀପ ପ୍ରଜ୍ବଳନ।ଯାହା ଫଳରେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ।
୨.ପୁତ୍ର ସନ୍ତାନ ଚାହୁଁଥିଲେ ନିଜର ଶୋଇବା ଘରେ ଖଟର ସାମ୍ନା ପଟେ ସୁନ୍ଦର ସୁନ୍ଦର ଶିଶୁପୁତ୍ରର ଫୋଟକୁ ଲଗାନ୍ତୁ। ଶିଶୁ ପୁତ୍ରର ଫୋଟ ମାର ଆଖି ଆଗରେ ରହିବା ଉଚିତ ଯାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ପୁତ୍ର ସନ୍ତାନ ପ୍ରାପ୍ତରେ ସହାୟକ ହେଇଥାଏ।
୩. ପ୍ରତ୍ୟେକ ରବିବାର ଦିନ ଆମିଷ ଖାଦ୍ୟ ଭୋଜନ କରନ୍ତୁ ନାହିଁ। ଏମିତି ପାଳନ କରିବା ଦ୍ୱାରା ପୁତ୍ର ସନ୍ତାନ ପ୍ରାପ୍ତ ହେବାର ସମ୍ଭବନା ଅଧିକ ହେଇଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।