ଭଗବାନଙ୍କ ଏହି ବିଚିତ୍ର ସୃଷ୍ଟି ମନ୍ତ୍ର ତନ୍ତ୍ର ତଥା ଜ୍ୟୋତିଷ ଶାସ୍ତ୍ର ଦ୍ୱାରା ଆଧାରିତ ଅଟେ ଏବଂ ଏହି ସୃଷ୍ଟି ଗ୍ରହ ନକ୍ଷତ୍ର ଦ୍ୱାରା ଆଧାରିତ ଅଟେ ଭଗବାନ ମଧ୍ୟ ଏହି ସୃଷ୍ଟି ରେ ଜନ୍ମ ହୋଇ ଏହି ସଂସାରରେ ଗ୍ରହ ନକ୍ଷତ୍ର ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସୃଷ୍ଟିର ସ୍ରଷ୍ଠାଙ୍କୁ ମଧ୍ୟ ଏହି ଗ୍ରହ ନକ୍ଷତ୍ରର ଦଶା ଭୋଗିବାକୁ ପଡିଥିଲା।
ଏହି ନୂଆବର୍ଷ ୨୦୨୨ ମସିହାରେ ରହିଥିବା ୧୨ଗୋଟି ରାଶିମାନଙ୍କ ର ଭାଗ୍ୟରେ ମଧ୍ୟ ପରିବର୍ତ୍ତନ ଆସିବାକୁ ଯାଉଛି।ଗ୍ରହ ମାନଙ୍କ ଚଳନର ପରିବର୍ତ୍ତନ ପାଇଁ କିଛି ରାଶିମାନଙ୍କ ଉପରେ ଶୁଭ ପ୍ରଭାବ ରହିବ ସହ ଆଉ କେତେକ ରାଶି ଉପରେ ଆସିବାକୁ ଯାଉଛି ଅଶୁଭ ସଂକେତ। ତେବେ ଜାଣି ରଖନ୍ତୁ ଏହି ନୂତନ ବର୍ଷ ୨୦୨୨ ମସିହାରେ ରହିଥିବା ୧୨ ଟି ରାଶିମାନଙ୍କ ମଧ୍ୟରୁ କେଉଁ ରାଶି ପାଇଁ ଧନର ବର୍ଷା ହେବ ଆଉ କେଉଁ ରାଶି ଉପରେ ରହିବା ଗ୍ରହ ମାନଙ୍କ କୁ ପ୍ରଭାବ।
୧. ମେଷ ରାଶି :-
ମେଷ ରାଶି ଥିବା ବ୍ୟକ୍ତିମାନେ ଏହି ନୂଆଁ ବର୍ଷ ଖୁବ୍ ଭଲରେ କଟିବ। ଭଗ୍ୟଦେବୀ ଏହି ରାଶି ଉପରେ ଖୁବ୍ ପ୍ରସନ୍ନ ରହିବେ।ନିଜ ସ୍ୱାସ୍ଥ୍ୟବସ୍ଥା ପ୍ରତି ଧ୍ୟାନ ଦିଅନ୍ତୁ।
୨.ବୃଷ ରାଶି:-
ଏହି ରାଶିର ବ୍ୟକ୍ତିମାନଙ୍କର ସୁଖ ସମୟ ଆସିବାକୁ ଯାଉଛି। ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ।ନୂଆଁ ନୂଆଁ ଅନୁଭୂତି ଅନୁଭବ କରିବେ। ଜୀବନସାଥି ସହ ଭଲରେ ସମୟ କାଟିବା।ବ୍ୟବସାୟରେ ଲାଭ ହେବ।
୩. ମିଥୁନ ରାଶି :-
ଏହି ରାଶି ଥିବା ବ୍ୟକ୍ତିମାନଙ୍କ ପାଇଁ ନୂଆଁ ବର୍ଷ ବିଶେଷ ଫଳପ୍ରଦ ହେବନାହିଁ।ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ ।
୪. କର୍କଟ ରାଶି:-
କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂତନ ବର୍ଷ ନେଇ ଆସୁଛି ଅଶେଷ ସଫଳତା। ଆପଣ ଯେମିତି ଚାହିଁବେ ସେମିତି ସମୟ ଅତିବାହିତ କରିପାରିବେ।
୫. ସିଂହ ରାଶି:-
ସିଂହ ରାଶିର ବ୍ୟକ୍ତି ମାନଙ୍କୁ ମାନସମ୍ମାନ ପ୍ରାପ୍ତ ହେବା ଚାକିରୀ କ୍ଷେତ୍ରରେ ପଦୋନ୍ନତି ହୋଇପାରେ ।ବିବାହ ଯୋଗ ରହିଛି।
୬. କନ୍ୟା ରାଶି:-
କନ୍ୟା ରାଶି ଥିବା ବ୍ୟକ୍ତିର ନବବର୍ଷ ଖୁବ୍ ଭଲରେ କଟିବ କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିପାରେ। ମାନସମ୍ମାନ ପାଇବେ।
୭.ତୁଳା ରାଶି:-
ଏହି ବର୍ଷ ଆପଣଙ୍କ ପାଇଁ ସୁଖ ସମୃଦ୍ଧି ନେଇ ଆସୁଛି। ନୂଆଁ ଯାନବାହାନ କିଣି ପାରନ୍ତି।ପାରିବାରିକ ଜୀବନ ଖୁସିରେ ଅତିବାହିତ କରିପାରିବେ।
୮. ବିଛା ରାଶି:-
ଏହି ରାଶିର ବ୍ୟକ୍ତିମାନେ ବହୁ ଅର୍ଥ ବିନିଯୋଗ କରିବେ। ଚାକର ବାକର ରଖି ପାରନ୍ତି।
୯.ଧନୁ ରାଶି:-
ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହି ବର୍ଷଟି ଖୁବ ଶୁଭ। ବୈବାହିକ ଜୀବନ ସୁଖମୟ ହେବ।ବହୁତ ସୁଖ ଶାନ୍ତି ପ୍ରାପ୍ତ ହେବ।
୧୦.ମକର ରାଶି:-
ମକର ରାଶି ଥିବା ବ୍ୟକ୍ତିମାନଙ୍କର ଏ ବର୍ଷ ବିଶେଷ ଫଳପ୍ରଦ ହେବ ନାହିଁ ।ଯେତିକି ଅର୍ଥ ଉପାର୍ଜନ କରିବେ ସେତିକି ଅର୍ଥ ବିନିଯୋଗ କରିବେ।
୧୧.କୁମ୍ଭ ରାଶି:-
କୁମ୍ଭ ରାଶି ପାଇଁ ନବ ବର୍ଷ ବିଶେଷ ଲାଭଦାୟକ ହେବ।ଚାକିରୀ କ୍ଷେତ୍ରରେ ସୁଫଳ ମିଳି ପାରେ। ସ୍ୱାସ୍ଥ୍ୟ ଅବସ୍ଥା ସୁଧାରିବ ।
୧୨. ମୀନ ରାଶି:-
ମୀନ ରାଶି ଥିବା ବ୍ୟକ୍ତିର ନବବର୍ଷ ଅତ୍ୟନ୍ତ ଆନନ୍ଦିତ ହେବ। ସମସ୍ତଙ୍କ ଠାରୁ ସବୁ ପ୍ରକାର ସହଯୋଗ ମିଳିବ।କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଘଟିପାରେ। ଆପଣଙ୍କୁ ସୈାଭାଗ୍ୟ ପ୍ରାପ୍ତ ହେବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।