ସାଧୁବାଣି-ନିଜର ଜନ୍ମବାର ଅନୁସାରେ ନିଜ ଚରିତ୍ର ବିଷୟରେ ଜାଣନ୍ତୁ,ଆସନ୍ତୁ ଜାଣିବା ସେ ସମ୍ପର୍କରେ ୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସପ୍ତାହର ସାତ ବାରର ବିଶେଷ ମହତ୍ତ୍ଵ ରହିଛି।ପ୍ରତ୍ୟେକ ମଣିଷର ଆସୁଥିବା ସମୟ ବିଷୟରେ ଜାଣିବା ପାଇଁ ସେହି ବ୍ୟକ୍ତିର ରାଶି,ଜନ୍ମ ସମୟ, ଜନ୍ମ ତାରିଖ, ଜନ୍ମ ବାର, ଜନ୍ମ ମାସ ଆଦି ଜାଣିବା ବହୁତ ଜରୁରୀ ହୋଇଥାଏ। ପ୍ରତ୍ୟେକ ମଣିଷର ଜନ୍ମ ତାରିଖ ଭିନ୍ନ ଭିନ୍ନ ହୋଇଥାଏ। ଭିନ୍ନ ଭିନ୍ନ ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କର ଚାଲି ଚଳନ, କଥାବାର୍ତ୍ତା, ଆଚାର,ବ୍ୟବହାର, ବିଦ୍ୟା, ବୁଦ୍ଧି, ପ୍ରକୃତି, ରୁଚି ଆଦି ସବୁ ଅଲଗା ଅଲଗା ହୋଇଥାଏ।

ତେବେ ଆଜି ଆମେ ସପ୍ତାହର ସେହି ସାତ ବାରର ମହତ୍ତ୍ଵ ବିଷୟରେ ଜାଣିବା ଏବଂ ସେହି ବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ମାନଙ୍କର ଚରିତ୍ର ଓ ସ୍ଵଭାବ ବିଷୟରେ ଜାଣିବା।

୧.ରବିବାର:-

ରବିବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଅଭିମାନୀ ଓ କ୍ରୋଧୀ ହୋଇଥାନ୍ତି। ଏମାନେ ମିଠା ମିଠା କଥାରେ ସମସ୍ତଙ୍କ ମନ କିଣିବାରେ ଲାଗି ପଡନ୍ତି। ଧାର୍ମିକ କାର୍ଯ୍ୟରେ ଅବହେଳା କରନ୍ତି ନାହିଁ। ଆତ୍ମ ବିଶ୍ବାସୀ ହୋଇଥାନ୍ତି।

୨.ସୋମବାର:-

ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ଟିକେ ଅଳସୁଆ ହୋଇଥାନ୍ତି, କିନ୍ତୁ ଏମାନେ ଖୁବ୍ ଧୀର ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି, ଏମାନେ ସର୍ବଦା ନ୍ୟାୟ ପକ୍ଷରେ ରୁହନ୍ତି। ଜୀବନ ସାଥି ସହ ପ୍ରେମ ସମ୍ପର୍କ ସୁଦୃଢ ରହେ।

୩.ମଙ୍ଗଳବାର:-

ଯେଉଁ ବ୍ୟକ୍ତିମାନେ ମଙ୍ଗଳବାର ଦିନ ଜନ୍ମ ହୋଇଛନ୍ତି ସେମାନେ ଟିକେ ରାଗି ସ୍ୱଭାବର ହୋଇଥାନ୍ତି। ଏହି କାରଣରୁ ଏମାନଙ୍କୁ ପ୍ରାୟ ସମୟରେ ନିଜ ଲୋକଙ୍କ ଠାରୁ ଦୂରେଇ ଯିବାକୁ ପଡ଼େ।

୪.ବୁଧବାର:-

ଯେଉଁ ବ୍ୟକ୍ତି ବୁଧବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେମାନେ ସାଧାରଣତଃ ଧର୍ମ ପରାୟଣ ହୋଇଥାନ୍ତି। ପ୍ରାୟ ସମୟରେ ପୂଜା ପଦ୍ଧତି ଆପଣେଇ ଥାଆନ୍ତି। ଭଗବାନ ଉପରେ ଏମାନେ ବହୁତ ବିଶ୍ଵାସ ରଖିଥାନ୍ତି ଏବଂ ନକରାତ୍ମକ କାର୍ଯ୍ୟଠାରୁ ଦୂରେଇ ରହିଥାନ୍ତି।

୫.ଗୁରୁବାର:-

ଗୁରୁବାର ଦିନ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବିଶେଷ ମାନେ ଖୁବ୍ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ବହୁ ଗୁଣରେ ଅଧିକାରୀ ହୋଇଥାନ୍ତି। ଶିକ୍ଷା କ୍ଷେତ୍ରରେ ବହୁତ ଆଗ୍ରହୀ ହୋଇଥାନ୍ତି। କଠିନ ରୁ କଠିନ ପରିସ୍ଥିତିର ସାମ୍ନା କରିପାରନ୍ତି।

୬.ଶୁକ୍ରବାର:-

ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମ ଗ୍ରହଣ କରିଥାନ୍ତି ସେହି ବ୍ୟକ୍ତି ନୀତି ନିୟମକୁ ଖୁବ୍ ଗୁରୁତ୍ବ ଦେଇଥାନ୍ତି। ଏମାନେ ଖୁବ୍ ପରୋପକାରୀ ଅଟନ୍ତି ବିପଦରେ ପଡ଼ିଥିବା ବ୍ୟକ୍ତି ମାନଙ୍କୁ ନିଜ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥାନ୍ତି। ଏମାନେ ଭ୍ରମଣ କରିବାକୁ ବହୁତ ପସନ୍ଦ କରିଥାନ୍ତି। ଜୀବନ ସାଥିକୁ ସର୍ବଦା ଖୁସି ରଖିବାକୁ ଚେଷ୍ଟା କରନ୍ତି।

୭.ଶନିବାର:-

ଯେଉଁ ବ୍ୟକ୍ତି ଶନିବାର ଦିନ ଜନ୍ମ ନେଇଥାନ୍ତି ସେମାନେ ଟିକେ ରାଗି ଓ ଅହଙ୍କାରୀ ସ୍ୱଭାବର ହୋଇଥାନ୍ତି। ସେଥିପାଇଁ ଏମାନଙ୍କ ପରିବାର ଲୋକଙ୍କ ସହଭଲ ପଡେନି।ବ୍ୟବସାୟ ଓ କୃଷି ଉପରେ ଏମାନେ ବିଶେଷ ଧ୍ୟାନ ଦେଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।