viral news-ମୃତ୍ୟୁ ସହ ସଂଗ୍ରାମ କରିଚାଲିଛି ରାଜବୀର, ଜୀବନ ପାଇଁ ଦରକାର ୧୬ କୋଟିର ଅର୍ଥରାଶି,ଆପଣମାନଙ୍କ ଗୋଟିଏ ସାହାଯ୍ୟରେ ପିଲାଟିର ଜୀବନ ବଞ୍ଚି ଯାଇ ପରେ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ
ଜୀବନ ମୃତ୍ୟୁ ସହ ସଂଗ୍ରାମ କରିଚାଲିଛି କୁନିପୁଅ ରାଜବୀର। ସ୍ପାଇନଲ ମସ୍କୁଲାର ଆଟ୍ରୋଫି ରୋଗରେ ପୀଡିତ ଅଛି ଏହି କୁନି ପୁଅ ରାଜବୀର।କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଆମ୍ବପଡାର କୁଳମଣି ରଣା ଓ ତମଲିକା ଦାସଙ୍କ ଏକ ମାତ୍ର ପୁଅ ରାଜବୀର ରଣା।ବୟସ ମାତ୍ର ୧୮ ମାସ ଛୁଇଁଛି। ହେଲେ କୁନି ପୁଅ ରାଜବୀର କୁ ହେଇଛି ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ଭଳି ଏକ ସାଙ୍ଘାତିକ ରୋଗ। ଯାହାର ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କାର ମୂଲ୍ୟ ହେଉଛି ୧୬ କୋଟି ଟଙ୍କା।
ଡାକ୍ତରଙ୍କ କହିବା ଅନୁସାରେ ରାଜବୀରର ରୋଗକୁ ହରାଇବା ପାଇଁ ଦରକାର ୧୬ କୋଟି ଟଙ୍କାର ଏକ ଇଞ୍ଜେକସନ। ଯାହା ପାଇଁ ଆବଶ୍ୟକୀୟ ଟଙ୍କା ଯୋଗାଡ ହୋଇ ପାରୁନି। ୧୬ କୋଟି ଟଙ୍କା ଯୋଗାଡ କରିବା ରାଜବୀରଙ୍କ ବାପା ମାଙ୍କ ପକ୍ଷେ ସମ୍ଭବ ହୋଇ ପାରୁନାହିଁ।ଏପଟେ ମୃତ୍ୟୁ ସହ ସଂଗ୍ରାମ କରି ଚାଲିଛି କୁନି ପୁଅ ରାଜବୀର।
କୁନି ପୁଅର ବିକଳ ଚିତ୍କାର ଶୁଣି ଅଧୈର୍ଯ୍ୟ ହୋଇ ପଡ଼ିଛନ୍ତି ରାଜବୀରଙ୍କ ବାପା ମା। ପୁଅର ଚିକିତ୍ସା ପାଇଁ ସମସ୍ତଙ୍କୁ ସାହାଯ୍ୟ ମାଗୁଛନ୍ତି।ପୁଅର ଜୀବନ ପାଇଁ ଆକୁଳ ନିବେଦନ କରି ଚାଲିଛନ୍ତି ରାଜବୀରଙ୍କ ବାପା ମା। ଦେଶର କୋଣ ଅନୁକୋଣରୁ ଆର୍ଥିକ ସାହାଯ୍ୟ ଆସୁଥିଲେବି ୧୬ କୋଟି ଟଙ୍କା ଯୋଗାଡ କରିବା ଅସମ୍ଭବ ହୋଇପଡିଛି।
ଜୀବନ ଓ ମୃତ୍ୟୁ ମଧ୍ୟରେ ରହିଥିବା ବ୍ୟବଧାନ ହେଉଛି ୪ ମାସ। ହାତରେ ରହିଛି ଆଉ ମାତ୍ର ୪ ମାସର ସମୟ ଏହାରି ଭିତରେ ରାଜବୀରକୁ ଯଦି ଇଞ୍ଜେକ୍ସନ ଦିଆ ନଯାଏ ତେବେ ରାଜବୀରର ଜୀବନ ବଞ୍ଚାଇବା ଅସମ୍ଭବ ହୋଇ ପଡିବ ବୋଲି ଡାକ୍ତର ପଷ୍ଟ କରିଛନ୍ତି। ସାହାଯ୍ୟ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଆବେଦନ କରିଥିଲେ ମଧ୍ୟ କୋୖଣସି ପ୍ରକାର ସାହାଯ୍ୟ ମିଳିନଥିବାର କହିଛନ୍ତି ରାଜବୀରଙ୍କ ମା ତମଲିକା ଦାସ।
ତେବେ ଏ ନେଇ ତମଲିକା ଦାସ ରାଜ୍ୟ ସରକାରଙ୍କୁ ଭେଟିବାକୁ ଚେଷ୍ଟାକରିଥିଲେ କିନ୍ତୁ ତାଙ୍କୁ ରାସ୍ତାରେ ପୋଲିସ ଅଟକାଇ ଦେଇଥିଲେ।ପରେ ରାଜବୀରଙ୍କ ମା ତମଲିକା ଦାସ ନବୀନ ନିବାସର ଦ୍ବାରସ୍ଥ ହୋଇଥିଲେ। ତେବେ ରାଜ୍ୟ ସରକାରଙ୍କ ତରଫରୁ କୋୖଣସି ସହାୟତା ମିଳିନଥିବାର କହିଛନ୍ତି ରାଜବୀରଙ୍କ ମା।
ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ତମଲିକାଙ୍କ ଦୁଃଖକୁ ରାଜ୍ୟ ସରକାର ଶୁଣୁ ନଥିବାରୁ ରାଜବୀରଙ୍କ ମା ତମଲିକା ଦାସ ରାଜ୍ୟ ସରକାରଙ୍କ ଉପରେ ଭରଷା ହରାଇ ବସିଥିବାର କହିଛନ୍ତି। ଏବଂ ରାଜ୍ୟବାସୀଙ୍କୁ ଆର୍ଥିକ ସାହାଯ୍ୟ ପାଇଁ ଆକୁଳ ନିବେଦନ କରିଛନ୍ତି ରାଜବୀରଙ୍କ ବାପା ମା।
ଦିନକୁ ଦିନ ରାଜବୀରର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରେ ଲାଗିଛି। ରୋଗର ଯନ୍ତ୍ରଣାରେ ଛଟ ପଟ ଦେଉଛି ବାଳୁତ ଶିଶୁ ରାଜବୀର। ତେବେ ରାଜବୀରଙ୍କ ବାପା ମା ସାରା ଓଡ଼ିଶାବାସୀଙ୍କ ଠାରୁ କିଛି କିଛି ଅର୍ଥ ରାଶିର ସହାୟତା ପାଇଁ ଅନୁରୋଧ କରିଛନ୍ତି। ରାଜ୍ୟବାସୀଙ୍କ ଏକ ଛୋଟିଆ ସାହାଯ୍ୟ ହୁଏତ ଏହି କୁନି ପୁଅ ରାଜବୀର ଜୀବନ ବଞ୍ଚାଇ ଦେଇ ପାରିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।