ସାଧୁବାଣି -( ମଙ୍ଗଳବାର ଦିନ ) ଏହି କାମ କଲେ ଭାଗ୍ୟ ବଦଳିବ |ଜାଣନ୍ତୁ କଣ କଣ…

ମନୁଷ୍ୟ ଜୀବନରେ ସପ୍ତାହର ଥିବା ସାତଟି ବାରର ମହତ୍ୱ ରହିଛି। ପ୍ରତ୍ୟେକ ବାରର କିଛି ନା କିଛି ବିଶେଷତ୍ବ ରହିଥାଏ।ଯାହାକୁ ପାଳନ କରିବା ଦ୍ୱାରା ଆମ ଜୀବନରେ କିଛି ପରିବର୍ତ୍ତନ ଆସିଥାଏ ।ପୁରାଣର କଥା ବସ୍ତୁକୁ ନେଇ ଲୋକ ମାନଙ୍କ ମନରେ ଅନେକ କିଛି ପ୍ରଶ୍ନବାଚୀ ରହିଥାଏ।ନାନା ମୁନିଙ୍କର ନାନା ପ୍ରକାର କଥା ହୋଇଥାଏ।

ସପ୍ତାହର ଦ୍ଵିତୀୟ ବାର ମଙ୍ଗବାର ର କିଛି ବିଶେଷତ୍ବ ରହିଛି।ଯାହାର ନିୟମ ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ବହୁତ କିଛି ସୁଫଳ ମିଳିଥାଏ। ଶାସ୍ତ୍ର ଅନୁଯାୟୀ ମଙ୍ଗଳଙ୍କୁ ଯୁଦ୍ଧର ଦେବତା ବୋଲି ବିବେଚନା କରାଯାଏ।ଏହି ଦିନ ହନୁମାନ, ଗଣେଶ ତଥା ମାତା ପାର୍ବତୀଙ୍କୁ ମଧ୍ୟ ପୂଜା କରାଯାଇଥାଏ।କୁହାଯାଏ ଯେ ମଙ୍ଗଳ ବାର ଦିନ ଶ୍ରୀ ହନୁମାନଜୀ ଜନ୍ମ ଗ୍ରହଣ କରିଥିଲେ।ଏହି ମଙ୍ଗଳ ବାର ହନୁମାନଙ୍କର ଅତି ପ୍ରିୟ ବାର ହୋଇଥାଏ।ଏହି ଦିନ ସ୍ୱଚ୍ଛ ମନରେ ଅନ୍ତରରୁ ଶ୍ରୀ ହନମାନଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ୍ଣ କରିଥାନ୍ତି।

ତେବେ ହନୁମାନଙ୍କ କରୁଣା ପାଇବାକୁ ଚାହୁଁଥିଲେ ମଙ୍ଗଳ ବାର ଦିନ କଣ ସବୁ କରିବା ଆବଶ୍ୟକ ଯାହା ଫଳରେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ ସେ ବିଷୟରେ ଜାଣିବା:-

୧. ମଙ୍ଗଳବାର ଦିନ ସକାଳୁ ଉଠି ଗାଧୁଆ ସରିବାପରେ ହନୁମାନ ମନ୍ଦିରକୁ ଯାଇ ଲାଲି ରଙ୍ଗର ସିନ୍ଦୂର ଏବଂ ଫୁଲ ଚଢ଼ାଇବା ଦ୍ୱାରା ହନୁମାନ ପ୍ରସନ୍ନ ହୋଇଥାନ୍ତି।

୨.ଏହି ଦିନ ହନୁମାନ ଚାଳିଶା ଏବଂ ହନୁମନଙ୍କ ମନ୍ତ୍ର ଜପ କରିବା ଦ୍ୱାରା ମନରେ ଶୁଭ ଭାବନା ଜାଗ୍ରତ ହୋଇଥାଏ। ଏବଂ ମନରୁ ନକରାତ୍ମକ ପ୍ରଭାବ କମି ଯାଏ।

୩. ମଙ୍ଗଳବାର ଦିନ ଲାଲି ରଙ୍ଗର ବସ୍ତ୍ର ପରିଧାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ଦିନ କୈାଣସି କାର୍ଯ୍ୟକୁ ବାହାରିବା ପୂର୍ବରୁ ଲାଲି ରଙ୍ଗର କପଡ଼ା ପରିଧାନ କରନ୍ତୁ ନତୁବା ସେହି କପଦକୁ ସାଥିରେ ନେଇଯାଆନ୍ତୁ।

୪. ଶାରୀରିକ ଶକ୍ତି ଏବଂ ବୁଦ୍ଧି ବଢ଼ାଇବାକୁ ଚାହୁଁଥିଲେ ମଙ୍ଗଳବାର ଦିନ ହନୁମାନଙ୍କ ପାଖରେ ଗୁଡ଼ ଓ ଚଣା ଭୋଗ ଲଗାନ୍ତୁ।ଏହି ଦିନ ଲାଲି ମସୁରଡାଲି ଏବଂ ଗୁଡ଼ ଦାନ କରିବା ଦ୍ୱାରା ଦୁଃଖ କଷ୍ଟ , ଦାରିଦ୍ର୍ୟ ଦୂର ହୋଇଥାଏ।

୫.ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଛି ତେବେ ଏହାକୁ ଖଣ୍ଡନ କରିବା ପାଇଁ ଏହି ଦିନ ହନୁମାନଙ୍କ ପୂଜା ବିଶେଷ ରୂପେ କରନ୍ତୁ ।ଏହା ଦ୍ୱାରା ମଙ୍ଗଳଙ୍କ ପ୍ରଭାବ କମି ଯାଇଥାଏ।ଯଦି ମଙ୍ଗଳ ଗ୍ରହର କୁପ୍ରଭାବ ରହିଛି ତେବେ ଏହାକୁ ଦୂର କରିବା ପାଇଁ ମଙ୍ଗଳାଚଣ୍ଡୀଙ୍କ ଉପାସନା କରନ୍ତୁ। ମଙ୍ଗଳାଚଣ୍ଡୀଙ୍କ ଉପାସନା କରିବା ଦ୍ୱାରା ଆମ ଜୀବନରେ ପାରିବାରିକ, ସାମାଜିକ ତଥା ଆର୍ଥିକ ସଙ୍କଟ ମଧ୍ୟ କମି ଯାଇଥାଏ।୬.ଏହି ଦିନ ମାତା ପାର୍ବତୀ ଏବଂ ଗଣେଶଙ୍କ ପୂଜା ଅର୍ଚ୍ଚନା କରିବା ଦ୍ୱାରା ବିଶେଷ ଫଳ ମିଳିଥାଏ ।ପରିବାରରେ ସୁଖ ସମୃଦ୍ଧିର ବୃଦ୍ଧି ପାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।