ସାଧୁବାଣି – ଯିଏ ଯେତେବି ମାଗୁନା କାହିଁକି ଏହି ଜିନିଷ କେବେ ଦିଅନ୍ତୁ ନାହିଁ, ନଚେତ୍ ଘରକୁ ମାଡ଼ି ଆସିବ ଭୟଙ୍କର ସମସ୍ୟା ଜାଣନ୍ତୁ କଣ ଏବଂ ସେୟାର କରି ସମସ୍ତଙ୍କୁ ଜଣାନ୍ତୁ..

ନୀତି ଶାସ୍ତ୍ର ରେ ଆମର ସାଂସାରିକ ଜୀବନ ବିଷୟରେ ମଧ୍ୟ ଅନେକ କଥା ଲେଖା ହୋଇଅଛି । ଯାହାକୁ ପାଳନ କରିବା ଦ୍ୱାରା ଭବିଷ୍ୟତରେ ଆମର ଜୀବନ ବହୁତ ସୁଖମୟ ଭାବେ କଟିଥାଏ। ଆମ ଘରେ ଏମିତି କିଛି ଜିନିଷ ରହିଥାଏ ଯାହା ଅନ୍ୟ ସହିତ ସେୟାର କରିବା ଉଚିତ୍ ହୋଇ ନଥାଏ। ଯଦି ଭୁଲରେ ବି ଆପଣ ଏହାକୁ ଦାନ କୁ ଉଦ୍ଧାର ରୂପେ ଦେଇ ଥାଆନ୍ତି ତେବେ ଘରକୁ ଦାରିଦ୍ର୍ୟ ଆସିଥାଏ। ତେବେ ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ କେବେ କାହାକୁ ବି ଦିଅନ୍ତୁ ନାହିଁ। ତେବେ ଆସନ୍ତୁ ସେହି ବିଷୟରେ କହିବୁ।

୧. ଅଳଙ୍କାର:-

ନିଜ ପତ୍ନୀର ଅଳଙ୍କାର କେବେ କାହାକୁ ଦିଅନ୍ତୁ ନାହିଁ। ଏହା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ପାରନ୍ତି। ଏବଂ ଘରେ ଦାରିଦ୍ର୍ୟ ଦେଖା ଯାଇଥାଏ। ତେଣୁ ନିଜ ପତ୍ନୀର ଅଳଙ୍କାର କେବେ କାହାକୁ ବି ଦିଅନ୍ତୁ ନାହିଁ କି ବନ୍ଧକ ବି ରଖନ୍ତୁ ନାହିଁ।

୨. ଝାଡୁ:-

ଆପଣ ଘରେ ବ୍ୟବହାର କରୁଥିବା ଝାଡୁ କେବେ କାହାକୁ ଦିଅନ୍ତୁ ନାହିଁ। କାହିଁକି ନା ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ଝାଡୁ ସ୍ୱଚ୍ଛତା ଓ ସମୃଦ୍ଧତାର ର ସଂକେତ ଅଟେ। ଏହା ଘରୁ ନକରାତ୍ମକ ପ୍ରଭାବ ଘରୁ ବାହାରକୁ ବାହାର କରିଥାଏ। ତେଣୁ କେବେ ଆପଣଙ୍କ ଝାଡୁ କାହାକୁ ଦେବା ଉଚିତ୍ ନୁହେଁ।

୩. ଧଳା ରଙ୍ଗର ବସ୍ତୁ:-


ସନ୍ଧ୍ୟା ସମୟରେ କେବେ କାହାକୁ ଧଳା ରଙ୍ଗର ବସ୍ତୁ ଦିଅନ୍ତୁ ନାହିଁ। ଅର୍ଥାତ୍ କ୍ଷୀର, ନଡ଼ିଆ, ଦହି, ଚାଉଳ, ଲୁଣ, ଅଟା ଭଳି ଜିନିଷ କାହାକୁ ଦିଅନ୍ତୁ ନାହିଁ। କାହିଁକି ନା ଧଳା ରଙ୍ଗର ବସ୍ତୁ ଉପରେ ଖରାପ ଦୃଷ୍ଟି ଶକ୍ତି ଅଧିକ ପଡ଼ିଥାଏ।

୪.ଟଙ୍କା:-

ଆପଣଙ୍କ ଘରେ ସଞ୍ଚୟ କରି ରଖିଥିବା ଟଙ୍କା କାହାକୁ ଉଦ୍ଧାର ରୂପେ ଦେବା ଉଚିତ୍ ହୋଇ ନଥାଏ। ଏବଂ କୌଣସି ପର୍ବ ପର୍ବାଣୀ କିମ୍ବା ଏକାଦଶୀ ଦିନ ଭୁଲରେ ବି କାହାକୁ ଗୋଟିଏ ଟଙ୍କା ବି ଦିଅନ୍ତୁ ନାହିଁ।

୫. ରୋଷେଇ ଘରେ ଥିବା ଜିନିଷ:-

ଆପଣଙ୍କ ରୋଷେଇ ଘରେ ରହିଥିବା କିଛି ଜିନିଷ କେବେ କାହାକୁ ଦିଅନ୍ତୁ ନାହିଁ। ଭୁଲରେ ବି ଆପଣଙ୍କ ରୋଷେଇ ଘରେ ଥିବା ରୁଟି ବେଲନା ଓ କାଠି କାହାକୁ ଦିଅନ୍ତୁ ନାହିଁ।ଯଦି ଆପଣ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ମାର୍କେଟରୁ କିଣି ଆପଣ କିଛି ଜିନିଷ ଦେଇ ପାରିବେ।

୬. ମୁଦି, ସିନ୍ଦୂର:-

ମହିଳା ମାନେ ବ୍ୟବହାର କରୁଥିବା ମୁଦି ଓ ସିନ୍ଦୂର କାହାକୁ ବି ଦେବା ଉଚିତ୍ ନୁହେଁ।

୭. ଏହି ଜିନିଷ କେବେ କାହାକୁ ଦିଅନ୍ତୁ ନାହିଁ:-

ଆପଣ ବ୍ୟବହାର କରୁଥିବା କଲମ, ଘଣ୍ଟା, ସାବୁନ, ତକିଆ ଏବଂ ଆପଣ ବିବାହ ସମୟରେ ପିନ୍ଧିଥିବା ମୁଦିକୁ କେବେ ଉଦ୍ଧାରରେ କିଣନ୍ତୁ ନାହିଁ। ଏହା ଦ୍ୱାରା ମାତା ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।