ସାଧୁବାଣି-ଏହି ଫେବୃୟାରୀରେ ୫ଟି ରାଶି ଉପରେ ମା’ ଲକ୍ଷ୍ମୀ ଧନର ବର୍ଷା କରିବାକୁ ଯାଉଛନ୍ତି,ଜଣାନ୍ତୁ କେଉଁ କେଉଁ ରାଶୀଗୁଡିକ !
ଆମ ହିନ୍ଦୁ ଧର୍ମରେ ରାଶି ନକ୍ଷତ୍ର ମାନଙ୍କର ବିଶେଷ ପ୍ରାଧାନ୍ୟ ରହିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଣିଷ ଜୀବନ ସହିତ ଏହି ଗ୍ରହ ନକ୍ଷତ୍ର ମାନେ ଓତଃପ୍ରୋତ ଭାବେ ଜଡିତ। ଏହି ଗ୍ରହ ନକ୍ଷତ୍ର ଗୁଡ଼ିକ ମଣିଷ ଜୀବନରେ ଆସୁଥିବା ପରିବର୍ତ୍ତନ ପାଇଁ ଦାୟୀ ଅଟନ୍ତି। ଗ୍ରହ ମାନଙ୍କ ଚଳନ ହେତୁ ପ୍ରତ୍ୟେକ ମଣିଷ ଜୀବନରେ ପରିବର୍ତ୍ତନ ଆସିଥାଏ। ତେବେ ଜ୍ୟୋତିଷ ମାନଙ୍କର ଗଣନା ଅନୁସାରେ ଏହି ଫେବୃୟାରୀ ମାସରେ ରାଶିଚକ୍ରର ୧୨ଟି ରାଶି ମାନଙ୍କ ମଧ୍ୟରୁ ୫ଟି ରାଶି ଉପରେ ଗ୍ରହ ମାନଙ୍କ ପ୍ରଭାବ ପଡ଼ିବ।
ସେହି ରାଶିଥିବା ବ୍ୟକ୍ତିମାନେ ମା’ ଲକ୍ଷ୍ମୀଙ୍କ ଅଶେଷ କରୁଣା ପାଇବାକୁ ଯାଉଛନ୍ତି। ମା’ ଲକ୍ଷ୍ମୀଙ୍କ କୃପାରୁ ଏମାନଙ୍କ ଭାଗ୍ୟର ଚାବିକାଠି ଖୋଲିବାକୁ ଯାଉଛି। ତେବେ ସେହି ସବୁ ରାଶି ଗୁଡ଼ିକ କଣ ଓ ସେମାନଙ୍କ ଭାଗ୍ୟରେ କଣ ବଦଳିବା ପାଇଁ ଯାଉଛି ସେ ସମ୍ପର୍କରେ ଜାଣିବା।
୧. ମେଷ ରାଶି:-
ମେଷ ରାଶିର ବ୍ୟକ୍ତିମାନଙ୍କ ଉପରେ ଧନର ବର୍ଷା ହେବାକୁ ଯାଉଛି। ଏମାନଙ୍କର ଭାଗ୍ୟରେ କେବେବି ଧନର ଅଭାବ ରହିବ ନାହିଁ। ଦୀର୍ଘଦିନ ଧରି ଅଟକି ରହିଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। କିଛି ନୂଆ କରିବା ପାଇଁ ଚେଷ୍ଟା କରନ୍ତୁ।ପରିଶ୍ରମ କରନ୍ତୁ ମା ଲକ୍ଷ୍ମୀଙ୍କ ଅଶେଷ କରୁଣା ପ୍ରାପ୍ତ ହେବ।
୨. ମିଥୁନ ରାଶି:-
ମିଥୁନ ରାଶି ଥିବା ବ୍ୟକ୍ତିମାନେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ ଖୁସିରେ ରହିବେ।ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ।ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥି ଙ୍କ ସହିତ ପ୍ରେମ ସମ୍ପର୍କ ସୁଦୃଢ ରହିବ। ସନ୍ତାନ ମାନକ ଠାରୁ ଖୁସି ଖବର ପାଇବେ। ଆର୍ଥିକ ପରିସ୍ଥିତିରେ ଦଶ ଗୁଣା ସୁଧାର ଆସିବ। ଚାକିରୀ ସୁଯୋଗ ରହିଛି।
୩. ତୁଳା ରାଶି:-
ତୁଳା ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟଟି ବହୁତ ଶୁଭ ଅଟେ। ଯେ କୌଣସି କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ଆରମ୍ଭ କରିପାରିବେ। ସବୁ କ୍ଷେତ୍ରରେ ସଫଳତା ହାସଲ କରିବେ। ବିଦ୍ୟାର୍ଥୀ ମାନେ ମଧ୍ୟ ଭଲ ଫଳ ପାଇବେ। ମିତ୍ର ମାନଙ୍କ ସହ ସହଯୋଗ ମିଳିବ ଯାହା ଆପଣଙ୍କୁ ସଠିକ ମାର୍ଗ ଦେଖାଇବ।
୪. ମକର ରାଶି:-
ମକର ରାଶି ଥିବା ବ୍ୟକ୍ତିମାନଙ୍କ ଦାମ୍ପତ୍ୟ ଜୀବନ ସୁଖମୟହେବ। ପ୍ରେମୀ ଯୁଗଳମାନେ ପ୍ରେମକୁ ପାଇ ଖୁସି ଅନୁଭବ କରିବେ।ଯଦି ବହୁତ ଦିନ ଧରି କୌଣସି କେଶରେ ଫସିକି ଅଛନ୍ତି ତେବେ ସେଥିରୁ ମୁକ୍ତି ପାଇବେ। କଳି ଝଗଡ଼ା ଠାରୁ ଦୂରେଇ ରୁହନ୍ତୁ ଜୀବନର ସବୁ ବାଧାବିଘ୍ନ ଦୂରେଇ ଯିବ।
୫. କୁମ୍ଭ ରାଶି:-
ଏମାନେ ସମସ୍ତ କାର୍ଯ୍ୟ କ୍ଷେତ୍ରରେ ସଫଳତା ହାସଲ କରିବେ। ମା ଲକ୍ଷ୍ମୀଙ୍କ ଅପାର କୃପା ପାଇବେ। ଧନଧାନ୍ୟରେ ଘର ଭରପୁର ହେଇଯିବ କିନ୍ତୁ ସତମାର୍ଗରେ ଚାଲନ୍ତୁ ନହେଲେ ଫଳ ଓଲଟା ମିଳିପାରେ। କୌଣସି ନୂତନ ଯାନବାହନ କିଣିବାକୁ ଚାହୁଁଥିଲେ କିଛି ଚିନ୍ତାନକରି କିଣିପାରନ୍ତି। ବ୍ୟବସାୟୀ ମାନେ ଆଶା ମୁତାବକ ଲାଭ ପାଇପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।