sadhubani-ଏହି ୬ ଟି ରାଶି ଉପରେ ଶନିଦେବଙ୍କ କୃପା ଦୃଷ୍ଟି ରହିବ,ଜାଣନ୍ତୁ କେଉଁ କେଉଁ ରାଶି ଗୁଡିକ ।

ଆମ ଶାସ୍ତ୍ର ଅନୁଯାୟୀ ଜ୍ୟୋତିଷ ଶାସ୍ତ୍ରକୁ ଖୁବ ପ୍ରାଧାନ୍ୟ ଦିଆଯାଇଥାଏ। ରାଶି ନକ୍ଷତ୍ର ମାନେ ଜ୍ୟୋତିଷ ଶାସ୍ତ୍ରର ଏକ ଅଂଶ ବିଶେଷ। ବ୍ୟକ୍ତି ଜୀବନରେ ଏହି ରାଶି ନକ୍ଷତ୍ର ମାନଙ୍କ ଗୁରୁତ୍ବ ରହିଛି। ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯଦି କୌଣସି ରାଶି ଉପରେ ଶନି ଦେବଙ୍କର ଖରାପ ଦୃଷ୍ଟି ପଡେ ତେବେ ସେହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନ ରେ ବହୁତ ସମସ୍ୟା ଦେଖିବାକୁ ମିଳିଥାଏ। ଏବଂ ଯଦି ଶନି ଦେବଙ୍କ କୃପା ଦୃଷ୍ଟି କୌଣସି ବ୍ୟକ୍ତି ପଡେ ତେବେ ସେହି ବ୍ୟକ୍ତିର ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ ପାଇଁ କିଛି ରାଶି ମାନଙ୍କ ଭାଗ୍ୟରେ ଆସିବାକୁ ଯାଉଛି ବିରାଟ ପରିବର୍ତ୍ତନ। ସେହି ସବୁ ରାଶି ଥିବା ବ୍ୟକ୍ତିମାନଙ୍କ ଉପରେ ମାତା ଲକ୍ଷ୍ମୀ ଓ ଶନିଦେବଙ୍କର ବିଶେଷ କୃପା ଦୃଷ୍ଟି ପ୍ରାପ୍ତ ହେବ ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମନଙ୍କ ବିଷୟରେ ।

୧.ମେଷ ରାଶି:-

ମେଷ ରାଶି ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ବଦଳିବାକୁ ଯାଉଛି। ଏମାନେ ସବୁ କାର୍ଯ୍ୟରେ ସଫଳତା ହାସଲ କରିବେ। ସମସ୍ତ ଶତ୍ରୁ ମାନେ ଦୂରେଇ ଯିବା ସହ ନୂଆ ମିତ୍ରଙ୍କ ସହ ସମ୍ପର୍କ ଗଢ଼ି ଉଠିବ।କିଣା କିଣିରେ ଆଗ୍ରହ ପ୍ରକାଶ ପାଇବ।

୨.କର୍କଟ ରାଶି:-

ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସୁଖ ଶାନ୍ତି ବୃଦ୍ଧି ପାଇବ। ଆର୍ଥିକ ସଙ୍କଟ ଦୂର ହେବା ସହିତ ଚାକିରୀ କ୍ଷେତ୍ରରେ ପଦୋନ୍ନତୀ ମିଳିବାର ସମ୍ଭାବନା ଅଛି। ପରିବାର ସହ ମିଳିମିଶି ସମୟ ଅତିବାହିତ କରିବେ।

୩.ବିଛା ରାଶି:-

ବିଛା ରାଶି ଥିବା ବ୍ୟକ୍ତିମାନେ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବେ। ଜୀବନସାଥି ସହ ସୁୁସମ୍ପର୍କ ଗଢ଼ି ଉଠିବ। ବ୍ୟବସାୟୀ ମାନେ ଲାଭବାନ ହେବେ। ଧନ ପ୍ରାପ୍ତିର ଯୋଗ ରହିଛି ଯାହା ଆପଣଙ୍କ ଅଭାବ ଅନଟନକୁ ଦୂରେଇ ଦେବ।

୪.ଧନୁ ରାଶି:-

ଧନୁ ରାଶିର ବ୍ୟକ୍ତିମାନଙ୍କ ଉପରେ ଶନି ଦେବଙ୍କର ବିଶେଷ କୃପା ଲାଭ ହେବ। ଚାକିରୀ ଆଶାୟୀ ପ୍ରାର୍ଥୀମାନେ ସଫଳତା ହାସଲ କରିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ସମ୍ପର୍କ ସୁଦୃଢ ରହିବ। ଅବିବାହିତ ରହିଥିବା ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ ଖୁବ୍ ଶୁଭ ଅଟେ। ନିଜ ଇଚ୍ଛା ମୁତାବକ ଜୀବନସାଥୀ ପାଇବେ।

୫.କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ସୁଖ ଶାନ୍ତି ଲାଗି ରହିବ। ମନ ଓ ସ୍ୱାସ୍ଥ୍ୟ ସବୁ ସମୟରେ ଭଲ ରହିବ। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ବ୍ୟବସାୟୀ ମାନେ ଆଶା ଅନୁଯାୟୀ ଫଳ ପାଇବେ। ଜୀବନସାଥୀ ସହ ଖୁସିର ମୁହୂର୍ତ୍ତ ବିତେଇବେ।

୬.ତୁଳା ରାଶି:-

ତୁଳା ରାଶିର ବ୍ୟକ୍ତିମାନଙ୍କ ସମସ୍ତ ଦୁଃଖ କଷ୍ଟ ଦୂର ହେବ। ଆପଣଙ୍କ ଜୀବନରେ ଖୁବ ଉନ୍ନତି ହେବାକୁ ଯାଉଛି। ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରେମୀଯୁଗଳମାନେ ପ୍ରେମକୁ ନେଇ ବହୁତ ଖୁସି ରହିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।