ସାଧୁବାଣି-ଏହି ୫ ଟି ଲକ୍ଷଣ ଥିବା ନାରୀମାନେ ଅତ୍ୟନ୍ତ ସୈାଭାଗ୍ୟବତୀ ହୋଇଥାନ୍ତି,ଜଣାନ୍ତୁ କେଉଁ କେଉଁ ଲକ୍ଷଣ ଗୁଡିକ !

ହିନ୍ଦୁ ଧର୍ମରେ ନାରୀକୁ ଗୃହର ଲକ୍ଷ୍ମୀ ଭାବରେ ବିବେଚନା କରାଯାଏ। ନାରୀ ମାନଙ୍କ ବିନା ସମାଜର ଅସ୍ଥିତ୍ଵ କିଛିବି ନାହିଁ। କୁହାଯାଏ କି ଗୋଟେ ଚାହିଁଲେ ଘର ମଧ୍ୟ ସ୍ବର୍ଗ ପାଲଟି ଯାଏ। ଆଉ ସେହି ନାରୀ ଯଦି ଚାହେଁ ତେବେ ଗୋଟେ ପରିବାରକୁ ନଷ୍ଟ କରିଦିଏ।

ଶାସ୍ତ୍ରରେ ନାରୀ ମାନଙ୍କ ଲକ୍ଷଣକୁ ନେଇ ବହୁତ ମତବ୍ୟକ୍ତ କରାଯାଇଛି।ନାରୀ ମାନଙ୍କୁ ନେଇ ବହୁତ ଜ୍ଞାନୀ,ଗୁଣୀ, କବି ଆଦି ବିଭିନ୍ନ କାବ୍ୟ କବିତା ରଚନା କରିଛନ୍ତି। ଏହି ଜ୍ଞାନୀ ଗୁଣୀ ବ୍ୟକ୍ତି ମାନେ ନାରୀ ମାନଙ୍କ ଗୁଣ ଗୁଣ ବାବଦରେ ବିଭିନ୍ନ ପ୍ରକାରର ମତବ୍ୟକ୍ତ କରିଥାନ୍ତି। ସେହି ସବୁ କାବ୍ୟ ମାଧ୍ୟମରେ ସେମାନେ ରଚନା କରିଥାନ୍ତି ନାରୀ ମାନଙ୍କ ଲକ୍ଷଣ ବାବଦରେ ଯେଉଁଠୁ ଆମେ ଜାଣିବାକୁ ପାଉ କୋଉ ନାରୀମାନେ ଲକ୍ଷ୍ମୀମନ୍ତ ଓ କୋଉ ନାରୀମାନେ ଦୁର୍ଭାଗ୍ୟର କାରଣ।

ତେବେ ଆଜି ଆମେ ସେମିତି କିଛି ନାରୀ ମାନଙ୍କ ଲକ୍ଷଣ ବିଷୟରେ କହିବୁ ଯେଉଁଥିରୁ ଆପଣ ଜାଣିପାରିବେ କେଉଁ ନାରୀ ଘରକୁ ସୌଭାଗ୍ୟ ଆଣିଦିଏ। ସେହି ନାରୀମାନେ ଅତ୍ୟନ୍ତ ଲକ୍ଷ୍ମୀମନ୍ତ ଅଟନ୍ତି ସେମାନେ ଘରକୁ ଆସିଲେ ଘରେ ସୁଖ ଶାନ୍ତି ବୃଦ୍ଧି ପାଇଥାଏ। ତେବେ ସେହି ସବୁ ଲକ୍ଷ୍ମୀମନ୍ତ ନାରୀ ମାନଙ୍କ ୫ଟି ସୁଗୁଣ ସମ୍ପର୍କରେ ଜାଣିବା।

୧.ଲମ୍ବା ହାତ:-

ଯେଉଁ ନାରୀ ମାନଙ୍କ ହାତ ଲମ୍ବା ହୋଇଥାଏ ଅର୍ଥାତ୍ ଯେତିକି ହାତ ଲମ୍ବା ରହିବା କଥା ତାଠାରୁ ଟିକେ ଲମ୍ବା ହୋଇଥିବ ସେହି ସବୁ ନାରୀ ମାନେ ବହୁତ ଲକ୍ଷ୍ମୀମନ୍ତ ହୋଇଥାନ୍ତି। ଏମାନେ ଅତ୍ୟନ୍ତ ସୌଭାଗ୍ୟବତୀ ହୋଇଥାନ୍ତି। ଏହି ନାରୀ ଥିବା ପରିବାର ଖୁବ ଖୁସିରେ ରହିଥାନ୍ତି। ପରିବାରରେ ସବୁବେଳେ ଶାନ୍ତି ଲାଗିରହେ।

୨. ପାଦ ଆଙ୍ଗୁଠି ର ଆକାର:-

ଯେଉଁ ନାରୀର ପାଦର ଆଙ୍ଗୁଠିର ଆକାର ମୋଟ ହୋଇଥିବ ଏବଂ ଆଙ୍ଗୁଠି ଗୁଡ଼ିକ ଲଗାଲଗି ହୋଇ ରହିଥିବ ଅର୍ଥାତ୍ ଆଙ୍ଗୁଠି ଗୁଡ଼ିକ ଛାଡି ଛାଡି ନଥିବ ସେହି ସବୁ ନାରୀ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି।

୩.କାନର ରଙ୍ଗ:-

କନାର ରଙ୍ଗ ମଧ୍ୟ ନାରୀମାନଙ୍କ ଲକ୍ଷଣ ବାବଦରେ ସୂଚନା ଦେଇଥାଏ। ଯେଉଁ ନାରୀ ମାନଙ୍କର କାନର ରଙ୍ଗ ଈଷତ୍ ଲାଲ ହୋଇଥାଏ ସେହି ନାରୀ ମାନଙ୍କ ଲକ୍ଷଣ ଖୁବ ଶୁଭ ଅଟେ। ଏମାନେ ଘରେ ଥିଲେ ଗୃହରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

୪. ପାଦର ତଳଭାଗ:-

ଯେଉଁ ନାରୀ ମାନଙ୍କ ପାଦର ତଳଭାଗ ଚିକ୍କଣ ହୋଇଥାଏ ସେହି ପ୍ରକାର ନାରୀମାନେ ବହୁତ ଲକ୍ଷ୍ମୀମନ୍ତ ହୋଇଥାନ୍ତି। ଏମାନେ ଘରେ ଥିଲେ ଘର ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଯାଏ। ଏହି ନାରୀ ମାନେ ପରିବାରକୁ ସବୁ ସଦସ୍ୟ ମାନଙ୍କୁ ଏକାଠି କରି ରଖିଥାନ୍ତି।

୫.କଳା ଯାଇ:-

ଯେଉଁ ନାରୀ ମାନଙ୍କ ଆଖିର ଦୁଇ ବୃଲତା ମଧ୍ୟ ଭାଗରେ କଳା ଯାଇ ରହିଥିବ ସେହି ନାରୀ ଅତ୍ୟନ୍ତ ଶୁଭ ହୋଇଥାଏ।ଏହି ଭଳି ନାରୀ ଘରେ ରହିଥିଲେ ପରିବାରର ମାନ ସମ୍ମାନ ବୃଦ୍ଧି ହେବା ସହ ବହୁତ ଉନ୍ନତି ମଧ୍ୟ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।