ସାଧୁବାଣି- ଆପଣଙ୍କ ହାତ ପାପୁଲିରେ M ଅକ୍ଷର ଅଛିକି,ତେବେ ନିଜ ହାତ ରେଖାରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟ,୧୦୦% ଗ୍ୟାରେଣ୍ଟି ଏବଂ ଅନ୍ୟମାନଙ୍କୁ ସେୟାର କରି ଜଣାନ୍ତୁ!
ଜ୍ୟୋତିଷ ଶାସ୍ତ୍ର ମତରେ ଆମର ହାତ ରେଖା ସହିତ ଆମର ଭାଗ୍ୟ ଯୋଡ଼ି ହୋଇ ରହିଛି। ଏହି ହାତ ରେଖା ମଧ୍ୟରେ ଅନେକ ରହସ୍ୟ ଲୁଚି ରହିଥାଏ, ଯାହା ଆମେ ଜାଣି ପାରୁ ନଥାଉ। କିନ୍ତୁ ସେହି ହାତ ରେଖା ଆମ ଜୀବନରେ ଖୁବ୍ ପ୍ରଭାବ ପକାଏ। ସେଗୁଡିକର ମହତ୍ଵ ଖୁବ ଅଧିକ ରହିଥାଏ। କିଛି ହାତ ରେଖାର ସଂଯୋଗ ଆମକୁ କୌଣସି ଅକ୍ଷର ପରି ଦେଖାଯାଏ।
ଅନେକ ଲୋକଙ୍କ ହାତରେ ହୃଦୟ ରେଖା, ଜୀବନ ରେଖା, ଭାଗ୍ୟ ରେଖା ଓ ମସ୍ତିଷ୍କ ରେଖା ମିଶି ଇଂରାଜୀ ଅକ୍ଷର ଏମ(M) ଭଳି ଏକ ଚିହ୍ନ ତିଆରି କରିଥାନ୍ତି। ଯଦି ଆପଣଙ୍କ ହାତରେ ମଧ୍ୟ ଏହିଭଳି ଚିହ୍ନ ରହିଛି ତେବେ ଆଜି ଆମେ ଆପଣଙ୍କୁ ଏହି ଏମ (M) ଅକ୍ଷରର କିଛି ଲୁଚି ରହିଥିବା ରହସ୍ୟ ବିଷୟରେ କହିବାକୁ ଯାଉଛୁ।
୧. ଯେଉଁ ବ୍ୟକ୍ତି ମାନଙ୍କ ହାତ ରେଖାରେ ଏହି ଏମ(M) ଚିହ୍ନ ରହିଥାଏ, ସେମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି। ବାଣିଜ୍ୟ କ୍ଷେତ୍ରରେ ଏମାନେ ଖୁବ୍ ଭଲ ପ୍ରଦର୍ଶନ କରିଥାନ୍ତି। ଏମାନେ ଏମାନଙ୍କର ଆସୁଥିବା ସବୁ ସମସ୍ୟା ଗୁଡିକ ଅତି ଚତୁରତାର ସହିତ ସମାଧାନ କରିଥାନ୍ତି।
୨. ଯଦି ଆପଣ ଭଲ ପାଉଥିବା ଜୀବନ ସାଥୀଙ୍କ ହାତରେ ଏହି ଚିହ୍ନ ରହିଛି ତେବେ ଆପଣ କେବେ ତାଙ୍କୁ ମିଛ କହିପାରିବେ ନାହିଁ। କାରଣ ଏଭଳି ଲୋକମାନେ ଯେକୌଣସି ମିଛକୁ ସହଜରେ ଧରି ନିଅନ୍ତି। ଏମାନେ ନିଜ ଜୀବନସାଥିର ମନରେ କଣ ଚାଲିଛି ସହଜରେ ଜାଣି ପାରିଥାନ୍ତି।
୩. ଉଭୟ ସ୍ବାମୀ ସ୍ତ୍ରୀଙ୍କ ହାତରେ ଏହି ରେଖା ରହିଥାଏ ତେବେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ରହିଥାଏ। ଏମାନେ ନିଜ ଜୀବନସାଥୀକୁ ନେଇ ବହୁତ ଗର୍ବ ଅନୁଭବ କରିବା ସହିତ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି।
୪. ଯେଉଁ ବ୍ୟକ୍ତି ମାନଙ୍କ ହାତ ରେଖାରେ ଏହି ଚିହ୍ନ ରହିଥାଏ ସେମାନେ ଖୁବ୍ ଧର୍ମ ପରାୟଣ ହୋଇଥାନ୍ତି। ଭଗବାନଙ୍କ ଉପରେ ବହୁତ ବିଶ୍ଵାସ ରଖିଥାନ୍ତି।ଏମାନଙ୍କର ପ୍ରାର୍ଥନା ଭଗବାନ ଖୁବ ଶୀଘ୍ର ଶୁଣିଥାନ୍ତି। ଏମାନଙ୍କର ସବୁ ମନସ୍କାମନା ଭଗବାନ ପୂର୍ଣ୍ଣ କରିଥାନ୍ତି।
୫. ଏହି ରେଖା ରହିଥାଏ ବ୍ୟକ୍ତି ମାନଙ୍କ ସହ ମିତ୍ରତା ସ୍ଥାପନ କରିବା ଅତ୍ୟନ୍ତ ମଙ୍ଗଳମୟ ହୋଇଥାଏ। ଏମାନେ ନିଜ ମିତ୍ରର ସମସ୍ତ ଅସୁବିଧାରେ ସାଥ ଦେଇଥାନ୍ତି। ଯଦି ଆପଣଙ୍କ ପ୍ରେମୀ ବା ପ୍ରେମିକା, ସ୍ଵାମୀ ବା ସ୍ତ୍ରୀ, କାହାର ହାତରେ ଏହି ଚିହ୍ନ ରହିଥିଲେ, ଏମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ।୬.ଯଦି ଆପଣ ଡାହାଣ ହାତରେ ସମସ୍ତ କାର୍ଯ୍ୟ କରୁଛନ୍ତି ତେବେ ବାମ ହାତରେ ଏହି ଚିହ୍ନ ରହିଛି ଓ ଆପଣ ଯଦି ବାମ ହାତରେ ସମସ୍ତ କାମ କରୁଛନ୍ତି ଆଉ ଡାହାଣ ହାତରେ ଚିହ୍ନ ରହିଛି ତେବେ ଏହା ଖୁବ୍ ଉତ୍ତମ ଫଳ ଦେଇଥାଏ।
ଯଦି ଆପଣଙ୍କର ଦୁଇଟି ଯାକ ହାତରେ ଏହି ଚିହ୍ନ ରହିଥାଏ, ତେବେ ଆପଣ ସବୁଠୁ ଅଧିକ ଭାଗ୍ୟଶାଳୀ ବ୍ୟକ୍ତି ଅଟନ୍ତି। ଏମାନଙ୍କର କେବେ ଆର୍ଥିକ ପରିସ୍ଥିତି ସଙ୍କଟପନ୍ନ ହୁଏ ନାହିଁ। ଏମାନେ ଖୁବ୍ ଭାଗ୍ୟଶାଳୀ ହୋଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।