Sadhu Bani- ହନୁମାନଙ୍କ ଶକ୍ତିଶାଳୀ ମନ୍ତ୍ର… ଶୋଇବା ପୁର୍ବରୁ ଜପନ୍ତୁ ଏହି ମନ୍ତ୍ର ଯାହା ମାଗିବେ ତାହା ପାଇବେ,ସବୁ ଇଚ୍ଛା ହେବ ପୂରଣ…
ରାମଭକ୍ତ ହନୁମାନ ସଙ୍କଟ ମୋଚନ ଅଟନ୍ତି। ସମସ୍ତ ସଙ୍କଟର ନାଶ କରିଥାନ୍ତି ପବନ ପୁତ୍ର ହନୁମାନ ତଥା ବଜରଙ୍ଗବାଲୀ। ତାଙ୍କର ପୂଜାର୍ଚ୍ଚନା କରିବା ଦ୍ବାରା ସମସ୍ତ ସଙ୍କଟ ଦୂର ହେବା ସହିତ ସବୁ ପ୍ରକାର ଭୟରୁ ମଧ୍ୟ ମୁକ୍ତି ମିଳିଥାଏ। ଏହା ସହିତ ଆମ ଭିତରେ ଏକ ନୂତନ ଆତ୍ମବିଶ୍ବାସ ଜାଗ୍ରତ ହୋଇଥାଏ ଏବଂ ଏଥି ସହିତ ସମସ୍ତ ପ୍ରକାର ଗ୍ରହଦୋଷ ଦୂର ହୋଇଥାଏ। ବହୁତ ଲୋକ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ପୂଜା ଏବଂ ଉପାସନା କରିବା ସହିତ ବ୍ରତ ରଖନ୍ତି। ହନୁମାନଙ୍କ ସଂକଟମୋଚନ ଏଥିପାଇଁ କୁହାଯାଏ କି, ସେ ନିଜ ଭକ୍ତମାନଙ୍କର ସମସ୍ତ ସଂକଟ ଏବଂ କଷ୍ଟ ଦୂର କରନ୍ତି।
ବିଶେଷ କରି ମଙ୍ଗଳବାର ପବନ ପୁତ୍ର ହନୁମାନଙ୍କ ଅତ୍ୟନ୍ତ ପ୍ରିୟ ବାର ଅଟେ। ଏହି ଦିନ ପବନ ପୁତ୍ର ହନୁମାନଙ୍କୁ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରାଯାଏ। ମଙ୍ଗଳ ବାରକୁ ସ୍ବାମୀ ମଙ୍ଗଳ ଗ୍ରହ ତଥା ହୋମବାର ମଧ୍ୟ କୁହାଯାଏ।
କୁହାଯାଇଥାଏ ଯେ ଯେଉଁ ମାନଙ୍କ ଜାତକରେ ମଙ୍ଗଳ ଦୋଷ ରହିଥାଏ ସେମାନେ ଶ୍ରୀ ହନୁମାନ ଜୀଙ୍କ ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିବା ଆବଶ୍ୟକ।ତେବେ ଆଜି ଆମେ ଆପଣଙ୍କୁ ହନୁମାନ ଙ୍କୁ ପ୍ରସନ୍ନ କରିବାର ଉପାୟ ବାବଦରେ ଜଣାଇବୁ।
ଯଦି ଆପଣଙ୍କ ଜାତକରେ ମଙ୍ଗଳ ଦୋଷ ଥାଏ ତେବେ ସମ୍ପୁର୍ଣ୍ଣ ଶ୍ରଦ୍ଧା ଭକ୍ତି ନିଷ୍ଟାର ସହକାରେ ହନୁମାନଙ୍କ ପୂଜା ଅର୍ଚ୍ଚନା କରିବା ଆବଶ୍ୟକ। ଜ୍ୟୋତିଷ ଶାସ୍ତ୍ରରେ କୁହା ଯାଇଥାଏ କି ମଙ୍ଗଳ ଦୋଷ ରହିଥିବା ବ୍ୟକ୍ତିବିଶେଷ ମାନଙ୍କୁ ମଙ୍ଗଳ ବାର ଦିନ ଶ୍ରୀ ହନୁମାନ ଜୀଙ୍କର ବିଶେଷ ଭାବରେ ପୂଜା ଅର୍ଚ୍ଚନା କରିବା ଉଚିତ୍। ହନୁମାନଙ୍କ ଚାଳିଶା ପାଠ କରିବା ଉଚିତ୍। ମଙ୍ଗଳ ବାର ଦିନ ଉପବାସ କରିବା ଦ୍ୱାରା ଜାତକରେ ମଙ୍ଗଳ ଦୋଷର ସ୍ଥିତି ମଜବୁତ୍ କରିଥାଏ।
ପବନପୁତ୍ର ହନୁମାନଙ୍କ ଯାମିନୀ ତେଲ ବହୁତ ପ୍ରିୟ ହୋଇଥାଏ। ତେଣୁ ମଙ୍ଗଳ ବାର ଦିନ ଯାଇ ହନୁମାନଙ୍କୁ ନିଶ୍ଚିତ ଭାବରେ ଯାମିନୀ ତେଲ ଅର୍ପଣ କରନ୍ତୁ। ଏହା ଦ୍ବାରା ଆପଣ ଜାତକରେ ମଙ୍ଗଳ ଦୋଷର ପ୍ରଭାବ କମ ହୋଇଥାଏ। ଏହା ସହିତ ହନୁମାନଙ୍କ ବିଶେଷ କୃପା ପ୍ରାପ୍ତ ହୋଇଥାଏ ହନୁମାନଙ୍କୁ ପ୍ରସାଦରେ ଗୁଡ଼, ଚିନି ସହିତ ପାନ ମଧ୍ୟ ଚଢ଼ାନ୍ତୁ।
ଲାଲ୍ ରଙ୍ଗ ବା କେଶରୀ ରଙ୍ଗ ହନୁମାନ ଙ୍କ ବହୁତ ପ୍ରିୟ ହୋଇଥାଏ।ଏହା ସହିତ ଏହାର ସମ୍ବନ୍ଧ ମଙ୍ଗଳଗ୍ରହ ସହିତ ରହିଛି। ମଙ୍ଗଳବାର ଦିନ ଏହି ରଙ୍ଗର କପଡା ଏବଂ ଲାଲି ମସୁରି ଦାନ କରିବା ସହିତ ଲାଲ୍ ବା କେଶରୀ ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ ହୋଇଥାଏ।
ଏହାକୁ ଖୁବ୍ ଶୁଭ ମାନା ଯାଇଥାଏ। ଏହା ମାନସିକ ଚିନ୍ତାକୁ ଦୁର କରିଥାଏ। ଏମିତି କରିବା ଦ୍ୱାରା ମଙ୍ଗଳ ଦୋଷ ପାଇଁ ଆସୁଥିବା ସବୁ ସମସ୍ୟା ଦୂର ହୋଇଥାଏ। ହନୁମାନଙ୍କ ମନ୍ଦିରକୁ ଯାଇ ପ୍ରତିଦିନ ଲାଲ୍ ରଙ୍ଗର ଓ କେଶରୀ ରଙ୍ଗର ଫୁଲ ଚଢାନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।