ସାଧୁବାଣି -ଘରେ ଏହି ଜାଗାରେ ତୁଳସୀ ଗଛକୁ ଲଗାଇବା ଦ୍ୱାରା ହୋଇଥାଏ ଧନର ବର୍ଷା,ଜଣାନ୍ତୁ କେଉଁ କେଉଁ ସ୍ଥାନରେ ଲଗାଇଲେ ହେବ ଧନ ବର୍ଷ !

ଭଗବାନଙ୍କ ଏ ସୁନ୍ଦର ସୃଷ୍ଟିରେ ନିୟମ ଖୁବ ବିଚିତ୍ର। ତାଙ୍କ ସୃଷ୍ଟିର ଏକ ରହସ୍ୟ ରହିଛି। ଏଠି ପ୍ରତ୍ୟେକ କାର୍ଯ୍ୟ କରିବା ଆଗରୁ କିଛି ନିୟମ ରହିଥାଏ। ସେହି ନିୟମ ଅନୁସାରେ ମଣିଷକୁ କାର୍ଯ୍ୟ କରିବାକୁ ପଡ଼ିଥାଏ। ସେହି ସବୁ ନିୟମ ପାଳନ କରିବା ଦ୍ୱାରା ମଣିଷର ବିଶେଷ ଲାଭ ହୋଇଥାଏ। ସବୁ ନିୟମ ଅନୁସାରେ କାମ କଲେ ମନରେ ଏକ ସକରାତ୍ମକ ଚିନ୍ତାଧାରା ଆସିଥାଏ।ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ହିନ୍ଦୁ ଧର୍ମରେ ତୁଳସୀ ଗଛର ଏକ ବିଶେଷ ମହତ୍ତ୍ଵ ରହିଛି। ତୁଳସୀ ଗଛକୁ ଘରେ ଲଗାଇବା ଦ୍ୱାରା ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୋଇଥାଏ। ତୁଳସୀ ଗଛ ମାତା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ, ଜଗତର ନାଥ ଜଗନ୍ନାଥଙ୍କର ମଧ୍ୟ ତୁଳସୀ ପତ୍ର ବହୁତ ପ୍ରିୟ ହୋଇଥାଏ। ମହାପ୍ରଭୁ ଜଗନ୍ନାଥଙ୍କୁ ତୁଳସୀ ପତ୍ରର ମାଳା ଅର୍ପଣ କରା ଯାଇଥାଏ। ଏହାକୁ ଘରେ ଲଗାଇବା ଦ୍ୱାରା ଘରେ ଏକ ସକାରାତ୍ମକ ପ୍ରଭାବ ପଡିଥାଏ।ଧନର ଅଭାବ ମଧ୍ୟ ରୁହେ ନାହିଁ।

କେବଳ ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷତ୍ଵ ରହିଛି ତାହା ନୁହେଁ ବରଂ ବୈଜ୍ଞାନିକ ମାନଙ୍କ ମତରେ ତୁଳସୀ ଗଛର ପତ୍ରର ଅନେକ ବିଶେଷତ୍ଵ ରହିଛି। ସେମାନଙ୍କ ମତରେ ତୁଳସୀ ଗଛର ପତ୍ରର ବହୁତ ଔଷଧୀୟ ଗୁଣ ରହିଛି। ଏହି ତୁଳସୀ ପତ୍ରକୁ ପ୍ରତିଦିନ ସେବନ କରିବା ଦ୍ୱାରା ବହୁତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ।

ମାର୍କେଟରେ ମଧ୍ୟ ତୁଳସୀ ପତ୍ରରୁ ତିଆରି ବହୁତ ପ୍ରକାର ଔଷଧ ଉପଲବ୍ଧ ଅଛି। ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ପତ୍ରକୁ ସେବନ କରି ପାରିବେ। ଥଣ୍ଡା କାଶ ଜନିତ ସମସ୍ୟାରୁ ତୁଳସୀ ପତ୍ରର ରସ ତୁରନ୍ତ ମୁକ୍ତି ଦେଇଥାଏ। ଯାହା ବହୁ ପ୍ରମାଣଯୋଗ୍ୟ ଅଟେ।

ତେବେ ତୁଳସୀ ଗଛକୁ ଘରେ ଲଗାଇବା ପାଇଁ କିଛି ବିଶେଷ ନିୟମ ରହିଛି ଯାହା ପାଳନ କରିବା ଦ୍ୱାରା ବିଶେଷ ଫାଇଦା ହୋଇଥାଏ। ଯାହାକୁ ମାନିବା ନିହାତି ଜରୁରୀ। ଏହି ତୁଳସୀ ଗଛକୁ ଗୃହରେ ସ୍ଥାପନ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଗୃହରେ ନକରାତ୍ମକ ପ୍ରଭାବ ପଡ଼ିପରେ ନାହିଁ। ତେବେ ତୁଳସୀ ଗଛକୁ ଲଗାଇବାର ନିୟମ ଗୁଡିକ ଜାଣିବା।

୧.ଶାସ୍ତ୍ରର ନିୟମ ଅନୁସାରେ ଘରୁ ଭିତରୁ ବାହାରକୁ ବାହାରିବା ସମୟରେ ତୁଳସୀ ଗଛ ସର୍ବଦା ଡାହାଣ ପାଖରେ ରହିବା ଉଚିତ ଯାହା ଦ୍ୱାରା ପରିବାରର ବିଶେଷ ମଙ୍ଗଳ ହୋଇଥାଏ।

୨. ତୁଳସୀ ଗଛକୁ ଯେଉଁ ଠାରେ ଲଗାଯାଇଛି ଅର୍ଥାତ୍ ତୁଳସୀ ଚଉରା ପାଖରେ କେବେବି ଶିବଲିଙ୍ଗ କିମ୍ବା ଶିବଙ୍କ ଫୋଟ କେବେ ରଖନ୍ତୁ ନାହିଁ। ଯାହା ଫଳରେ ଘରେ ଆସନ୍ତି ଦେଖା ଯାଇଥାଏ।

୩. ତୁଳସୀ ଚଉରା ଚାରିପାଖରେ କେବେ ଅପରିଷ୍କାର ରଖିବା ଅନୁଚିତ ହୋଇଥାଏ। ସର୍ବଦା ତୁଳସୀ ଗଛର ଚାରିପାଖେ ସଫା ସୁତୁରା ରଖିବା ଆବଶ୍ୟକ ହୋଇଥାଏ। ଏହାଦ୍ୱାରା ମା ବୃନ୍ଦାବତୀଙ୍କ କୃପା ପ୍ରାପ୍ତ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।