ସାଧୁବାଣୀ-ଶିବ ମନ୍ଦିରକୁ ଯିବା ବେଳେ କେବେବି ଏହି ଭୁଲ କରନ୍ତୁ ନାହିଁ ନଚେତ ଘଟି ପରେ ବହୁତ ବଡ ଅଘଟଣ !

ସାରା ବିଶ୍ୱରେ ହିନ୍ଦୁ ଧର୍ମବଲମ୍ବୀଙ୍କ ପାଇଁ ଭଗବାନ ଶିବ ହେଉଛନ୍ତି ମହାନ । ଶଙ୍କର ମହାଦେବଙ୍କୁ ଦେବତାମାନଙ୍କ ଦେବ ବୋଲି କୁହାଯାଇଥାଏ।ଆମ ଦେଶର ଲୋକ ମାନେ ଭଗବାନ ଙ୍କୁ ବହୁତ ଭକ୍ତି ଏବଂ ବିଶ୍ୱାସ କରନ୍ତି, ଦେଶର ଲୋକ ମାନେ ସବୁକିଛି ଭଗବାନ ଙ୍କ ଉପରେ ହିଁ ଛାଡି ଦିଅନ୍ତି।ଆମ ଦେଶ ଭାରତକୁ ଏକ ମନ୍ଦିର ମାଳିନୀ ଦେଶ ବୋଲି ବିବେଚନା କରାଯାଏ।ହିନ୍ଦୁ ଧର୍ମ ର ଲୋକ ମାନେ ନିଜ ଭଗବାନ ଓ ନିଜ ମନ୍ଦିର କୁ ବହୁତ ମାନି ଥାଆନ୍ତି।

ଆମ ପରମ୍ପାରା ଅନୁଯାୟୀ ହିନ୍ଦୁ ଧର୍ମର ନିୟମ ସମ୍ପୁର୍ଣ୍ଣ ଭାବେ ଅଲଗା। ଆମ ଧର୍ମ ରେ ଯେତେ ସବୁ ନିୟମ କଥା ସବୁ ରହିଛି ଆଉ କେଉଁ ଧର୍ମ ରେ ନାହିଁ। ହିନ୍ଦୁ ଧର୍ମରେ ଦେବା ଦେବୀ ମାନଙ୍କୁ ବହୁତ ଗୁରୁତ୍ବ ଦିଆ ଯାଇଥାଏ। ଦେବା ଦେବୀ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଆମେ ବିଭିନ୍ନ ପୂଜା ପଦ୍ଧତି ଆପଣେଇ ଥାଉ।

ସେହିପରି ଭଗବାନ ଶିବ ଶଙ୍କରଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯିବାବେଳେ କିଛି ନିୟମ ପାଳନ କରିବା ପାଇଁ ପଡ଼ିଥାଏ। ସେହି ନିୟମ ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ଭଗବାନ ଶିବ ଶଙ୍କରଙ୍କ କୃପା ଲାଭ ହୋଇଥାଏ। ନଚେତ୍ ଏହାର କୁ ପ୍ରଭାବ ପଡିଥାଏ। ରାଜା ମଧ୍ୟ ଭିକାରୀ ହୋଇଯାଏ।

ଶିବ ମନ୍ଦିରକୁ ଯିବା ପାଇଁ ରହିଥିବା ନିୟମଟି ଜାଣିବା ଯାହା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ପାଇବ। ସେହି ନିୟମ ଗୁଡ଼ିକ ହେଲା-
ଶିବ ମନ୍ଦିରକୁ ଯିବା ସମୟରେ ସିଧା ସଳଖ ଶିବଲିଙ୍ଗକୁ ଦର୍ଶନ କରନ୍ତୁ ନାହିଁ।

ଯେବେ ଶିବ ମନ୍ଦିରକୁ ଯାଉଛନ୍ତି ପ୍ରଥମେ ଗଣେଶଙ୍କ ଦର୍ଶନ କରନ୍ତୁ ଏବଂ ପ୍ରଭୁ ଶ୍ରୀ ଗଣେଶଙ୍କୁ ଭୂମିଷ୍ଠ ପ୍ରଣାମ କରନ୍ତୁ ଯଦି ଗଣେଶଙ୍କ ସ୍ତୁତି ଆପଣଙ୍କୁ ଜଣା ଅଛି ତେବେ ତାକୁ ଗାନ କରିପାରନ୍ତି।

ଏବଂ ଏହାପରେ କାର୍ତ୍ତିକଙ୍କ ପାଖକୁ ଯାଆନ୍ତୁ। ଭଗବାନ କାର୍ତ୍ତିକେୟଙ୍କୁ ମଧ୍ୟ ଭୂମିଷ୍ଠ ପ୍ରଣାମ କରନ୍ତୁ ଯଦି କାର୍ତ୍ତିକେୟଙ୍କ ସ୍ତୁତି ଆପଣଙ୍କୁ ଜଣା ଅଛି ତେବେ ତାକୁ ଗାନ କରି ପାରନ୍ତି।

କାର୍ତ୍ତିକଙ୍କ ଦର୍ଶନ କରିବା ପରେ ମାତା ପାର୍ବତୀଙ୍କ ମନ୍ଦିରକୁ ଯାଇ ତାଙ୍କୁ ଦର୍ଶନ କରନ୍ତୁ ଏବଂ ମାତା ପାର୍ବତୀଙ୍କୁ ମଧ୍ୟ ଭୂମିଷ୍ଠ ପ୍ରଣାମ କରନ୍ତୁ। ଏହାପରେ ସିଧା ସଳଖ ଶିବଙ୍କ ଦର୍ଶନ ପାଇଁ ଯାଆନ୍ତୁ ନାହିଁ। ମାତା ପାର୍ବତୀଙ୍କ ମନ୍ଦିରରୁ ଟିକେ ପଛକୁ ଆସନ୍ତୁ ଏହାପରେ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ।ଯଦି ସୂର୍ଯ୍ୟଙ୍କର କୌଣସି ସ୍ତୁତି ଜାଣିଛନ୍ତି ତେବେ ଏହାକୁ ଗାନ କରନ୍ତୁ। କାର୍ତ୍ତିକ ଏବଂ ଗଣେଶଙ୍କ ମନ୍ଦିର ଦେଇ ଶିବ ମନ୍ଦିର ଭିତରକୁ ପ୍ରବେଶ କରନ୍ତୁ।

ଏବଂ ଶିବ ମନ୍ଦିର ଭିତରକୁ ପ୍ରବେଶ କରିବା ମାତ୍ରେ ଭଗବାନ ଶିବଙ୍କର ବାହନ ବୃଷଭଙ୍କୁ ମୁଣ୍ଡିଆଟିଏ ମାରନ୍ତୁ।ଏହାପରେ ଭଗବାନ ଶିବଙ୍କ ଦର୍ଶନ କରନ୍ତୁ ଏବଂ ଭଗବାନ ଶିବଙ୍କ ଯେକୌଣସି ଏକ ସ୍ତୁତି ଗାନ କରନ୍ତୁ। ଏମିତି କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ଦୃଷ୍ଟି ମିଳିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।