ଦେଖନ୍ତୁ Viral ଭିଡିଓ – ଜୀବନ ଚାଲିଗଲା ପରେ । DJ ଲଗାଇ ନାଚିଲେ ସଭିଏଁ ….ଘଟଣା ଟି ଆପଣ ଙ୍କୁ ଅଜବ ଲାଗିଥାଇପାରେ କିନ୍ତୁ ଏହା ବାସ୍ତବ….

ମଣିଷ ର ଜୀବନ ଚାଲି ଗଲା ପରେ ଆତ୍ମୀୟ ମାନେ କାନ୍ଦିବାର ଆମେ ଦେଖିଛୁ କିନ୍ତୁ ଏଠାରେ ସମସ୍ତେ ହସୁଛନ୍ତି ଆଉ ଅତି ଖୁସିରେ ମଧ୍ୟ ଅଛନ୍ତି | ଏମିତି ଅତି ଖୁସି ରେ ରହି ଶବ କୁ ନାଚି ନାଚି ଶବ କୁ ଧରି ଯାଉଛନ୍ତି | ଏମିତି ଏକ ଘଟଣା ଏବେ ସାମ୍ନା କୁ ଆସିଛି ଚାରି କାନ୍ଧରେ ଶବ ଯାଉଛି ହେଲେ କାହାରି ଆଖିରେ ମଧ୍ୟ ଲୁହ ନାହିଁ | ଏହା ସହିତ ଶବ ନେଇ ଗଲା ବେଳେ ଡିଜେ ବାଜୁଛି ଆଉ ସେହି ଡିଜେ ର ତାଳେ ତାଳେ ସଭିଏଁ ଲୋକ ନାଚୁଛନ୍ତି |

ଏହି ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁବ ଆଶ୍ଚଊ ଯିବେ | ଆଉ ଶବ କୁ କାନ୍ଧରେ ଧରି ଏଭଳି ଭାବେ ନାଚି ନାଚି ଯାଉଥିବା ଦୃଶ୍ୟ ହୁଏତ କେବେ ଆପଣ ଆଗରୁ ଦେଖି ନଥିବେ | କିନ୍ତୁ ଏହି ଭିଡ଼ିଓ ରେ ତାହା ଦେଖିବା ପାଇଁ ମିଳିଛି ଯେଉଁଠି ଶବ କୁ ଚାରି କାନ୍ଧରେ ଧରି ନାଚି ନାଚି ଯାଉଛନ୍ତି ଆଉ ଆଗରେ ମଧ୍ୟ କିଛି ସମ୍ପର୍କୀୟ ଏହି ଡିଜେ ର ତାଳେ ତାଳେ ନାଚୁଛନ୍ତି |


ତେବେ ମଣିଷ ର ଯେତେ ବେଳେ ଜୀବନ ଚାଲି ଯାଏ ଆପଣ ଦେଖି ଥିବେ କି ସମ୍ପର୍କୀୟ ଙ୍କ ଆଖିରୁ ଲୁହ ବାହାରୁ ଥାଏ କିନ୍ତୁ ଏଠାରେ କେବଳ ଖୁସିର ବାତାବରଣ ଦେଖିବା ପାଇଁ ମିଳିଛି | ସମସ୍ତେ ନାଚୁଛନ୍ତି ତେବେ ବର୍ତ୍ତମାନ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏମିତି କଣ ହୋଇଛି ଯେ ସମସ୍ତେ କାହାର ଶବକୁ ନେଇ ନାଚୁଛନ୍ତି | ତେବେ କୁହା ଯାଉଛି କି ଅଧିକ ଦିନ ବଞ୍ଚି ଥିବାର ଏବେ ବ୍ୟକ୍ତି ଙ୍କର ମୃତ୍ୟୁ ପରେ ସମ୍ପର୍କୀୟ ମାନେ ଏଭଳି ନାଚି ନାଚି ଯାଉଛନ୍ତି | ତେବେ ଏଭଳି କିଛି ଘଟଣା ଦେଖିବା ପାଇଁ ମିଳି ଥିଲା ଗୁରତା ବ୍ଲକ ଅନ୍ତର୍ଗତ ପଞ୍ଚରା ପଡ଼ା ବସ୍ତି ଠାରେ |

ଶବ ଶୋଭାଯାତ୍ରା କୁ ନେଇ ଏକ ଭିନ୍ନ ପରମ୍ପରା ଦେଖିବା ପାଇଁ ମିଳି ଥିଲା | ଘଟଣା ଅନୁସାରେ ପଞ୍ଚରା ଗ୍ରାମର ମାଙ୍ଗୁରି ସୁରି ନାମକ ଏକ ବୃଦ୍ଧା ଯାହାକୁ ବୟସ ପାଖାପାଖି 115 ବର୍ଷ ହୋଇ ଯାଇଥିଲା | ଗତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରି ଥିଲେ ତେବେ ସେ 115 ବର୍ଷ ବଞ୍ଚି ଥିବା କାରଣ ରୁ ତାଙ୍କ ସାହି ଭାଇ ମାନେ ଅନ୍ତିମ ସତ୍କାର କରିବା ପାଇଁ ଏଭଳି କିଛି ନିଷ୍ପତି ନେଇ ଥିଲେ | ଏ ଶବ ଶୋଭାଯାତ୍ରା ରେ ଏଭଳି କିଛି ଦେଖିବା ପାଇଁ ମିଳି ଥିଲା ଯେଉଁଠି ଡିଜେ ବଜାଇ ସେ ବାଜାର ତାଳେ ତାଳେ ସଭିଏଁ ନାଚି ଥିଲେ | ତେବେ ଏଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ଧରିଛି ଯାହାକୁ ଯିଏ ବି ଦେଖୁଛି ସେ କେବଳ ଆଶ୍ଚର୍ଯ୍ୟ ହୋଇ ଯାଉଛି |