ଦେଖନ୍ତୁ Shoking Vedio ! ସାମାନ୍ୟ କାର ପାଇଁ ସ୍ତ୍ରୀ ଓ ବର୍ଷକର ଶିଶୁ କନ୍ୟାକୁ ହତ୍ୟା କଲା ବାପା, କାରଣ ଜାଣିଲେ ଆପଣଙ୍କର ହୃଦୟ କମ୍ପି ଉଠିବ….

ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କ କୁ ସବୁ ଠାରୁ ପବିତ୍ର ସମ୍ପର୍କ ବୋଲି ମାନା ଯାଇଥାଏ। କାରଣ ବିବାହ ରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର କୁ ସାତ ଜନ୍ମ ପାଇଁ ସାଥି ହୋଇ ଚାଲିବା ପାଇଁ କଥା ଦେଇ ଥାଆନ୍ତି ଓ ଯେତେବି ବାଧା ବିଘ୍ନ ଆସିଲେ ବି ସେମାନେ ପରସ୍ପର ର ହାତ କେବେବି ଛାଡିବେ ନାହିଁ ବୋଲି ଶପଥ ନେଇଥାନ୍ତି। ଏମିତି ଅନେକ ଉଦାହରଣ ଦେଖିଛୁ ଯେଉଁଠି କି ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଅନାବିଳ ପ୍ରେମ ଦେଖିବାକୁ ମିଳି ଥାଏ। ଏମିତି କି ବାର୍ଦ୍ଧକ୍ୟ ଅବସ୍ଥାରେ ମଧ୍ୟ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ନିବିଡ଼ ପ୍ରେମ ଥିବାର ଦେଖିବାକୁ ମିଳେ।

ହେଲେ ବର୍ତମାନ ର ସମୟ ରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଆଉ ସେଭଳି ସମ୍ପର୍କ ରହୁ ନାହିଁ। ସେମାନଙ୍କ ର ମନ କୌଣସି କଥାରେ ମିଶୁ ନାହିଁ। ଏମିତି କି କଥା କଥା କେ ଝଗଡା ଦେଖିବାକୁ ମିଳିବା ସହ ଅନେକ ସ୍ଥାନରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଭୟାନକ ରୂପ ନେବାର ଦେଖିବାକୁ ମିଳିଛି। ଏମିତି କି ଏହି ଝଗଡ଼ାରେ କେତେ ଲୋକ ଙ୍କର ଜୀବନ ଯିବାର ମଧ୍ୟ ପ୍ରମାଣ ରହିଛି।

ତେବେ ସେହି ପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ଓଡ଼ିଶା ର ରାଉରକେଲା ଅଞ୍ଚଳରେ। ଏଠାରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଏତେ ତୀବ୍ର ରୂପ ନେଇଛି ଯେ ଯାହା ଫଳରେ ଶେଷରେ ସ୍ୱାମୀ ସ୍ତ୍ରୀ ଓ ଦେଢ଼ ବର୍ଷ ର ଶିଶୁ କନ୍ୟା କୁ ସେମାନଙ୍କ ର ଜୀବନ ତ୍ୟାଗ କରିବା କୁ ପଡିଛି। ଏହି ଘଟଣା ଏବେ ସବୁ ଆଡେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି।


ଘଟଣା ଟି ହେଉଛି ରାଉକେଲା ଅଂଚଳ ର ସେକ୍ଟର ସି ଅଂଚଳ ର। ଏଠାରେ ଜଣେ ସ୍ୱାମୀ ନିଜର ସ୍ତ୍ରୀ ଙ୍କ ସହ କୌଣସି କାରଣରୁ ଝଗଡା ହେବା ଫଳରେ ସେ ନିଜର ସ୍ତ୍ରୀ ଓ ଛୋଟ ଝିଅ କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରି ଛନ୍ତି। ଘଟଣା ଅନୁସାରେ ଅଭିଯୁକ୍ତ ଜଣଙ୍କ 2017 ମସିହା ରେ ନିଜର ପତ୍ନୀ କୁ ବିବାହ କରି ଥିଲେ। ବିବାହ ସମୟରେ ତାଙ୍କୁ ତାଙ୍କ ପତ୍ନୀ ଘର ଲୋକ 4 ଲକ୍ଷ ଟଙ୍କା ଯୌତୁକ ବାବଦକୁ ଦେବା ସହ ପରେ ଏକ କାର ଦେବେ ବୋଲି କହିଥିଲେ।

ତେବେ ପରବର୍ତୀ ଅବସ୍ଥାରେ କାର ନ ମିଳିବାରୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା। ତେବେ ଦିନେ ଏହା ଏତେ ତୀବ୍ର ରୂପ ନେଇଥିଲା ଯେ ସ୍ୱାମୀ ଜଣଙ୍କ ରାଗରେ ତାବା ରେ ନିଜର ସ୍ତ୍ରୀ ର ମୁଣ୍ଡକୁ ଆଘାତ କରି ହତ୍ୟା କରିଥିଲେ ଓ ପରେ ନିଜର ଛୋଟ ଝିଅ କୁ ହତ୍ୟା କରି ପାଣି ଟ୍ୟୁବ ରେ ପକାଇ ନିଜେ ରେଳ ଲାଇନ ରେ ଯାଇ ଆତ୍ମହତ୍ୟା କରିଥିଲେ। ମରିବା ପୂର୍ବରୁ ଅଭିଯୁକ୍ତ ଜଣଙ୍କ ନିଜର ମା ଙ୍କୁ ଫୋନ ରେ ଏସବୁ କଥା ଜଣାଇ ଥିଲେ। ତେବେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଚଳାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।