Old Song – ବନ୍ଧୁ ଟିଏ ଖୋଜୁ ଖୋଜୁ – ସିଦ୍ଧାନ୍ତ – ଶ୍ରିଲେଖା ଙ୍କ ଜବରଦସ୍ତ ମନଛୁଆଁ ଡାନ୍ସ ! ମାତ୍ର ୪ ଘଣ୍ଟାରେ 240k ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….

ଶୁଭେନ୍ଦୁ ସ୍ୱାଇଁଙ୍କ ନିର୍ଦ୍ଦେଶନା ରେ ନିର୍ମିତ ଓଡ଼ିଆ କଥାଚିତ୍ର ଚକା ଚକା ଭଉଁରୀ ୨୦୦୭ ମସିହା ରେ ମୁକ୍ତି ଲାଭ କରିଥିଲା । ଓଡ଼ିଆ ଫିଲ୍ମ ଜଗତ ର ଏମିତି କିଛି କଳାକାର, ଯେଉଁ ମାନେ କେତେବେଳେ ନାୟକ ତ କେତେବେଳେ ଖଳନାୟକ ହୋଇ ଦର୍ଶକ ଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛନ୍ତି।

ସବୁଠୁ ଖାସ୍‌ କଥା ହେଲା ଉଭୟ ଚରିତ୍ର ରେ ସେମାନେ ସଫଳ ହୋଇଛନ୍ତି। ଅର୍ଥାତ ନାୟକ, ଖଳନାୟକ ଚରିତ୍ର ରେ ଦର୍ଶକ ସେମାନ ଙ୍କୁ ଗ୍ରହଣ କରିଛନ୍ତି।ନିର୍ଦ୍ଦେଶକ ଶୁଭେନ୍ଦୁ ସ୍ୱାଇଁ, ପ୍ରଯୋଜ ଦେବାଶିଷ ଡୋଗ୍ରା, ସଂଳାପ ବସନ୍ତ ମହାନ୍ତି, ବିଶ୍ୱନାଥ ପତି,

ଚିତ୍ର ନାଟ୍ୟ ଶୁଭେନ୍ଦୁ ସ୍ୱାଇଁ, କାହାଣୀ ଶୁଭେନ୍ଦୁ ସ୍ୱାଇଁ, କଳାକାର ବିଜୟ ମହାନ୍ତି, ନମ୍ରତା ଦାସ, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ , ସଙ୍ଗୀତ ଶରତ ନାୟକ, ଚିତ୍ର ଗ୍ରହଣ ଅଭିରାମ ମିଶ୍ର,ସମ୍ପାଦକ ଚନ୍ଦ୍ର ଶେଖର ମିଶ୍ର ଓ ମୁକ୍ତି ଲାଭ ତାରିଖ ୨୪ ଅଗଷ୍ଟ ୨୦୦୭।
ଏଥିରେ ନାୟିକା ର ଭୂମିକା ରେ ଥିଲେ ଶ୍ରୀଲେଖା ଓଲିଉଡ ରେ ବଙ୍ଗୀୟ ଅଭିନେତ୍ରୀ ରଚନା ଡେବ୍ୟୁ କରିଥିବା ସମୟ ରେ ଆହୁରି କିଛି ବଙ୍ଗୀୟ ନାୟିକା ବି ଏଠି ଏଣ୍ଟ୍ରି କରି ଥିଲେ। ରଚନା ଓଲିଉଡ ରେ ବେଶ ସଫଳ ହୋଇ ଥିଲେ। କିନ୍ତୁ ତାଙ୍କ ସମସାମୟିକ ଅଭିନେତ୍ରୀ ଙ୍କ ମଧ୍ୟରୁ କିଛି ଜଣ ନିଜର ଅଭିନୟ ବଳ ରେ ଓଲିଉଡ ରେ ରାଜ କରୁଥିବା ବେଳେ ଆଉ କିଛି ଜଣ ସେତେଟା ସଫଳତା ପାଇ ନ ଥିଲେ।


ବଙ୍ଗୀୟ ଅଭିନେତ୍ରୀ ଶ୍ରୀଲେଖା ଙ୍କ କିଛି ଫିଲ୍ମ ଦେଖି ଥିଲେ ଦର୍ଶକ। ତାଙ୍କ ପ୍ରଥମ ଓଡ଼ିଆ ଫିଲ୍ମ ଥିଲା ‘ଶାଶୂ ହାତ କଡ଼ି ଭାଉଜ ବେଡ଼ି’। ଏଥିରେ ସେ ମୁଖ୍ୟ ଚରିତ୍ର ରେ ଅଭିନୟ କରି ଥିଲେ। ଏହି ଫିଲ୍ମ ୧୯୯୯ ରେ ରିଲିଜ ହୋଇ ଥିଲା।

ସେହି ପରି ୨୦୦୭ ରେ ଫିଲ୍ମ ‘ଚକା ଚକା ଭଉଁରୀ’ରେ ସୁପରଷ୍ଟାର ସିଦ୍ଧାନ୍ତ ଙ୍କ ମହାପାତ୍ର ଙ୍କ ସହ ସେ ନଜର ଆସି ଥିଲେ। ହେଲେ ଶ୍ରୀଲେଖା ଙ୍କୁ ଏଠି ସେତେଟା ସଫଳତା ମିଳି ନାହିଁ କି ସେ ଅଧିକ ଫିଲ୍ମ ଅଭିନୟ କରିବା ର ସୁଯୋଗ ପାଇଲେ ନାହିଁ।

ନାୟକ ଥିଲେ ଓଲିଉଡ୍‌ର ସୁପରଷ୍ଟାର ହେଉଚନ୍ତି ସିଦ୍ଧାନ୍ତ ମହାପାତ୍ର। ୧୯୯୩ ମସିହା ରେ ଶ୍ରଦ୍ଧାଞ୍ଜଳି ସିନେମା ରୁ ଅଭିନେତା ଜୀବନ ଆରମ୍ଭ କରିଥିବା ସିଦ୍ଧାନ୍ତ ଙ୍କ ପ୍ରଥମ ମୁକ୍ତିଲାଭ କରିଥିବା କଥାଚିତ୍ର ହେଲା ପଥର ଖସୁଛି ବଡ଼ ଦେଉଳୁ।

ଯଦିଓ ଦର୍ଶକ ତାଙ୍କୁ ଅଧିକାଂଶ ଫିଲ୍ମ ରେ ଚକା ଚକା ଭଉଁରୀ ନାୟକ ଚରିତ୍ର ରେ ଦେଖି ଛନ୍ତି ତଥାପି ସେ କିଛି ଫିଲ୍ମ ରେ ଖଳନାୟକ ଚରିତ୍ର କରି ଦର୍ଶକ ଙ୍କୁ ଚମକାଇ ଦେଇଛନ୍ତି। ସେ ଖଳନାୟକ ଭାବେ ଅଭିନୟ କରିଥିବା ଫିଲ୍ମ ଗୁଡ଼ିକ ମଧ୍ୟରେ ରହିଛି, ‘ସତ ମିଛ’, ‘ନାରୀ ଆଖି ରେ ନିଆଁ, ‘ଧଉଳି ଏକ୍ସପ୍ରେସ’, ‘ମୁଖ୍ୟମନ୍ତ୍ରୀ’, ‘ପ୍ରେମମ’।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।