ରୂପି ସମସ୍ୟାର କାରଣ,ଲକ୍ଷଣ ,ଚିକିତ୍ସା ଜାଣନ୍ତୁ ? DR . Mythri Sharan

ଉଭୟ ପୁରୁଷ ଏବଂ ମହିଳାଙ୍କ ଠାରେ ରୂପି ଏକ ସାଧାରଣ ସମସ୍ୟା ଭାବେ ଦେଖା ଯାଉଛି । ତେବେ ଏହାକୁ ନେଇ ଆଜିକାଲି ଯୁବ ପିଢ଼ି ମାନେ ଅନେକ ସମୟରେ ଚିନ୍ତା ରେ ଥିବା ମଧ୍ୟ ଦେଖା ଯାଉଛି । ତେବେ କାହିଁକି ଏହି ରୂପି ସମସ୍ୟା ଦେଖା ଦେଇ ଥାଏ ଏହା ସାଧାରଣ ରୂପି ନା କୌଣସି ରୋଗ । ତେବେ ବିଶେଷ କରିକି ଅଧିକ ପରିମାଣରେ କେଶ ଜନିତ ସମସ୍ୟା ମାନ ଅଧିକ ଦେଖା ଯାଇଥାଏ, ଆଉ ଯାହା ଫଳରେ ଆମେ ଅସୁବିଧା ରେ ସମ୍ମୁଖୀନ ହେଉ ଓ କେଶ ମଧ୍ୟ ଅଧିକ ଝଡ଼ିବାକୁ ଲାଗିଥାଏ ।ଯଦି ଏହା ରୂପି ସମସ୍ୟା ତାହାଲେ ଏହାକୁ କିପରି ଦୂର କରିବେ ଦେଖନ୍ତୁ ସେହି ବିଷୟରେ ।

ରୂପି ଭଳି ସମସ୍ୟାର କାରଣ କଣ ରହିଛି :-

 

ରୂପି ହେବାର ଅନେକ କାରଣ ରହିଛି ଏହା ସହିତ ଏହି ସମସ୍ୟା ସାଧାରଣତଃ ଶୀତ ଦିନ ରେ ବେଶୀ ଦେଖା ଯାଇଥାଏ ।ଏହା ଆପଣଙ୍କ ମୁଣ୍ଡରେ ଧଳା ରଙ୍ଗର ମଇଳା ଭଳି ଦେଖା ଯାଏ । ମୁଣ୍ଡ ଆପଣଙ୍କ ନଖରେ କୁଣ୍ଡାଇଲା ବେଳେ ନଖ ରେ ମଳି ଜମା ହେବା ପରି ଦେଖା ଯାଏ । ଏହା ସହିତ ମୁଣ୍ଡ କୁଣ୍ଡାଇଲା ବେଳେ ଆପଣଙ୍କ ଡ୍ରେସ ରେ ଦାନା ଦାନା ପରି ପଡିବା ରେ ଦେଖା ଯାଏ । ତାହାଲେ ଆପଣ ଜାଣିନେବେ ଯେ ଆପଣଙ୍କର ରୂପି ସମସ୍ୟା ଅଛି ବୋଲି । ରୂପି ହେବାର ପ୍ରଥମ କାରଣ ହେଉଛି ପରିବେଶ ଗରମ ଦିନରେ ଏହା ବେଶୀ ଦେଖା ଯାଏ ନାହିଁ, ଶୀତ ଦିନରେ ଏହା ବେଶୀ ଦେଖା ଏହା କୌଣସି ଚର୍ମ ରୋଗ ନୁହେଁ । ଏହାକୁ ଚିକିତ୍ସା କରିବା ବେଳେ ଏହା ପ୍ରତି ଧ୍ୟାନ ଦେବା ଉଚିତ,ତେବେ ଏହା ଆସି ପୁଣି ଚାଲି ଯାଇଥାଏ ।

ରୂପି ସମସ୍ୟା ଥିଲେ କଣ କରିବା ଉଚିତ :-

 

ରୂପି ଜନିତ ସମସ୍ୟା ସାଧାରଣ ଛୋଟ ପିଲାଙ୍କ ର ବେଶୀ ଦେଖା ଯାଏ । ଯେମିତି ଏକ ବର୍ଷ ପିଲା ଙ୍କ ର ଏହା ବେଶୀ ଦେଖା ଯାଏ । ଏହା ତାପରେ ଏକ ରୁ ଦୁଇ ବର୍ଷ ମଧ୍ୟରେ ପୁଣି ଚାଲିଯାଏ । ତେଣୁ ଏହାକୁ ମା ମାନେ ତେଲ ଲଗାଇ ଏହାର ଚିକିତ୍ସା କରୁଥିଲେ । ଏହା ହରମନ ପ୍ରଭାବରେ ମଧ୍ୟ ହେଇଥାଏ । ଯଦି ଏହା ବାରମ୍ବାର ଦେଖା ଯାଏ ତାହାଲେ ଆପଣ ଡାକ୍ତର ଙ୍କ ପାଖକୁ ଯାଇ ଏହାର ଚିକିତ୍ସା କରନ୍ତୁ । ତେଣୁ ଏ କ୍ଷେତ୍ର ଆଣ୍ଟି ଡ଼େଣ୍ଡରଫ ସାବୁନ, ଆଣ୍ଟି ଫାଙ୍ଗଲସ ବ୍ୟବହାର କରନ୍ତ । ଆମ ମୁଣ୍ଡରେ ଧୂଳି ଜମିବା ଦ୍ୱାରା ଆମ କେଶର ଯେଉଁ ଫଲିକାଲ ଥାଏ ତାହା ରକ୍ତ ସଂଚାଳନ କମ କରିଦେଇଥାଏ ସେଥିପାଇଁ ପାଇଁ ଆମ କେଶ ଝୋଡ଼ିବା ଆରମ୍ଭ ହେଇଥାଏ ।

କଣ ବ୍ଯବହାର କରିବେ ଓ ନାହିଁ:-

ରୂପି ସମସ୍ୟା ଆଜି ଦିନକର ନୁହେଁ ତେଣୁ ସେତେବେଳେ ସେତେ ଡାକ୍ତର ଙ୍କ ବିନା ପରାମର୍ଶ ରେ ବି ଲୋକେ ରୂପି ସମସ୍ୟା ଦୂର କରୁଥିଲେ । ସେତେବେଳେ ସେମାନେ କେଶରେ ଲେମ୍ବୁ, ଭିନେଗାର ଆଦି ଲାଗନ୍ତି । ତେଣୁ ଯେଉଁମାନେ ଘରେଇ ଉପଚାର ଦ୍ୱାରା ଲାଭ ପାଇଛନ୍ତି ସେମାନଙ୍କ ଠାରୁ ପରାମର୍ଶ ନେଇ ଲଗାନ୍ତୁ ଏମିତି ମୋବାଇଲ ଦେଖି ଏହାର ବ୍ୟବହାର କରନ୍ତୁ ନାହିଁ ।