Surya parag 2022 | ସୂର୍ଯ୍ୟ ପରାଗ ୮ରାଶି ଭାଗ୍ୟଶାଳୀ | ମିଳିବ ଦୁନିଆର ସବୁ ସୁଖ ଶାନ୍ତିଏହି ସବୁ ରାଶି ଗୁଡିକ …

ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ସୂର୍ଯ୍ୟପରାଗ ଦୃଶ୍ୟ ହେତୁ ପାଳନୀୟ ତା ୨୫-୧୦-୨୦୨୨ରିଖ, କାର୍ତ୍ତିକମାସ ଅମାବାସ୍ୟା, ମଙ୍ଗଳବାର । ଶ୍ରୀ ଶ୍ରୀ ଦିବ୍ୟସିଂହ ଦେବ ମହାରାଜାଙ୍କ ଅ୬୫ଙ୍କ ତୁଳା ଦି୯ନ କାର୍ତ୍ତିକମାସ, କୃଷ୍ଣପକ୍ଷ, ଅମାବାସ୍ୟା ତିଥି, ମଙ୍ଗଳବାର ଦିନ ଗ୍ରସ୍ତୋଦୟ ରାହୁଗ୍ରସ୍ତ ଆକାଶଗ୍ରାସ ସୂର୍ଯ୍ୟପରାଗ ସଂଘଟିତ ହେବ ।

ପୁରୀଠାରେ ସନ୍ଧ୍ୟା ଘଣ୍ଟା ୫ । ୧୫ମିନିଟ୍ ରେ ହେବ । ତଥା ଓଡିଶାରେ ଗ୍ରସ୍ତାସ୍ତ ସୂର୍ଯ୍ୟପରାଗ ହେବ । ଅର୍ଥାତ୍ ସୂର୍ଯ୍ୟାସ୍ତ ବେଳକୁ ଗ୍ରହଣମୋକ୍ଷ ହୋଇନଥିବ । ତେଣୁ ଓଡିଶାରେ ସର୍ବମୋକ୍ଷ ଦେଖିହେବ ନାହିଁ । ତେଣୁ ଅକ୍ଟୋବର ମାସ ତା୨୬-୧୦-୨୦୨୨ରିଖ ବୁଧବାର ସୂର୍ଯ୍ୟଉଦୟ ପରେ ସ୍ନାନାଦି ସାରି ଦେବପୂଜା, ପାକକର୍ମାଦି, ଅନ୍ନଭୋଜନାଦି କରିବାକୁ ହେବ ।

ପାଳନ ବିଧି – ଅଦ୍ୟ ସୂର୍ଯ୍ୟପରାଗ ଯୋଗୁ ଗ୍ରହଣସ୍ପର୍ଶର ଘଣ୍ଟା ୧୨ଟା ପୂର୍ବରୁ ଅର୍ଥାତ୍ ତା ୨୪-୧୦-୨୦୨୨ରିଖ ସୋମବାର ରାତି ଘଣ୍ଟା ୪ । ୫୮ମିନିଟ୍ ପୂର୍ବରୁ ପାକତ୍ୟାଗ ଓ ଅନ୍ନଭୋଜନାଦି ଏବଂ ଦେବନୀତି ସାରିବାକୁ ହେବ । ପ୍ରତ୍ୟେକ ଗୃହୀ ଏହି ନିୟମ ମାନି ସୋମବାର ରାତି ଘଣ୍ଟା ୪ ।

୫୮ମିନିଟ୍ ପରଠାରୁ ପରଦିନ ବୁଧବାର ବା ଅକ୍ଟୋବର ମାସ ତା ୨୬-୧୦-୨୦୨୨ ରିଖ ସୂର୍ଯ୍ୟ ଉଦୟ ପ୍ରାତଃ ଘଣ୍ଟା ୫ । ୪୬ମିନିଟ୍ ମଧ୍ୟେ ଅନ୍ନଭୋଜନାଦି, ପାକକର୍ମାଦି ଓ ଦେବନୀତି ନିଷେଧ ହେବ । ବାଳ, ବୃଦ୍ଧ, ଅସୁସ୍ଥ ଓ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ଉପରୋକ୍ତ ନିୟମ ଲଂଘନୀୟ ।

କୌଣସି ଗର୍ଭିଣୀ ଉକ୍ତ ରାତିରେ ଗ୍ରହଣକୁ ନ ଦେଖି କୋଳରେ ଏକ ନଡିଆ ରଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ୍ । ତା ୨୬-୧୦-୨୦୨୨ରିଖ ବୁଧବାର ପ୍ରାତଃ ଘଣ୍ଟା ୫ । ୪୬ମିନିଟ୍ ସୂର୍ଯ୍ୟଉଦୟ ପରେ ସ୍ନାନାଦି ସାରି ଦେବପୂଜା, ପାକକର୍ମାଦି, ଅନ୍ନଭୋଜନାଦି କରିବାକୁ ହେବ ।

ସୂର୍ଯ୍ୟପରାଗ କାର୍ତ୍ତିକ ଅମାବାସ୍ୟା ହେତୁ ଶ୍ରୀକ୍ଷେତ୍ର ମହୋଦଧିରେ, ପ୍ରାଚୀନଦୀରେ, ବିନ୍ଦୁସାଗର ପ୍ରଭୃତି ପବିତ୍ର ତୀର୍ଥସ୍ଥାନରେ ଓ ବୈତରଣୀ ପ୍ରଭୃତିରେ ସ୍ନାନ ଏବଂ ଶ୍ରେଷ୍ଠ କୁରୁକ୍ଷେତ୍ର ପୁଷ୍କର ତୀର୍ଥଠାରେ ସୂର୍ଯ୍ୟପରାଗ ସ୍ନାନ ଦାନ ପିଣ୍ଡଦାନରେ ଅକ୍ଷୟ ପୂଣ୍ୟଫଳ ଲାଭହୋଇଥାଏ ।

ଅଶକ୍ତପକ୍ଷେ ପ୍ରତ୍ୟେକ ନଦୀ ତଥା କୂପ ଜଳରେ ମଧ୍ୟ ସ୍ନାନ କରାଯାଇପାରିବ । ଗ୍ରହଣ ଦର୍ଶନେ ଚନ୍ଦ୍ରଶୁଦ୍ଧି – ମେଷ, ବୃଷ, ମିଥୁନ, ସିଂହ, କନ୍ୟା, ତୁଳା, ମକର ଓ କୁମ୍ଭ ଏ ରାଶିମାନଙ୍କର ସୂର୍ଯ୍ୟପରାଗ ଦର୍ଶନେ ଶୁଭପ୍ରଦ । ଏତଦ୍ ଭିନ୍ନ ଅନ୍ୟ ରାଶିମାନଙ୍କର ଅଶୁଭ ।

 ଗ୍ରହଣ ଦର୍ଶନେ ତାରାଶୁଦ୍ଧି – ଅଶ୍ଵିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ପୁଷ୍ୟା, ମଘା, ଉତ୍ତରାଫାଲଗୁନୀ, ଚିତ୍ରା, ବିଶାଖା, ଅନୁରାଧା, ମୂଳା, ଉତ୍ତରାଷାଢା, ଧନିଷ୍ଠା, ପୂର୍ବଭାଦ୍ରପଦ, ଉତ୍ତରଭାଦ୍ରପଦ ଏ ନକ୍ଷତ୍ରମାନଙ୍କର ଗ୍ରହଣ ଦର୍ଶନେ ଶୁଭପ୍ରଦ ।

ପରାଗ ସମୟରେ ଭୋଜନ କିମ୍ବା ଦର୍ଶନକଲେ ମାତୃକଷ୍ଟ, ମାନସିକ ବିକୃତି, ଦୁର୍ବଳତାଯୋଗେ ଶରୀର କ୍ଷୀଣ । ବଡରୋଗ, ଅର୍ଥାଭାବ, ଥଣ୍ଡାଜ୍ଵର ଆଦି ରୋଗରେ ପୀଡିତ ହେବେ । ଯେଉଁ ମାନଙ୍କ ଜାତକ ଲଗ୍ନରେ ରବିଥିବେ ସେମାନଙ୍କର ନିଶ୍ଚୟ ସ୍ୱାସ୍ଥ୍ୟ ଖରାପ ହେବ । ଯେଉଁ ମାନଙ୍କ ଜାତକରେ ରବିରାହୁ ଯୁକ୍ତ ହୋଇଥିବେ ସେମାନେ ପରାଗ ସମୟରେ ଅରୁଆଚାଉଳ, ଜଳ, ତମ୍ବା, କମଳାରଙ୍ଗର ବସ୍ତ୍ର, ଗୁଡ ବ୍ରାହ୍ମଣଙ୍କୁ ଦାନ ଦେଇ ଦକ୍ଷିଣା ଦେବେ ।

ପରାଗ ସମୟରେ ରୁଦ୍ରାକ୍ଷ ମାଳରେ ନିମ୍ନୋକ୍ତ ମନ୍ତ୍ରକୁ ୧୦୮ ଥର ଜପକଲେ ଅଶୁଭ ରବିମହାଦଶା, ଅନ୍ତର୍ଦଶା, ପ୍ରତ୍ୟନ୍ତରର୍ଦଶା ଖଣ୍ଡନ ହୋଇ ବିଦ୍ୟା, ବୁଦ୍ଧି, ଯଶ, ମାନ ପ୍ରତିଷ୍ଠା ଓ ସୌଭାଗ୍ୟ ପ୍ରାପ୍ତିହେବ ।ଔଁ ହ୍ରାଂ ହ୍ରୀଂ ହ୍ରୌଂ ସଃ ସୂର୍ଯ୍ୟାୟ ନମଃ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।