ଆମ ଶାସ୍ତ୍ର ଅନୁଯାୟୀ ଜ୍ୟୋତିଷ ଶାସ୍ତ୍ରର ମହତ୍ତ୍ୱ ଖୁବ୍ ଅଧିକ। ଆମ ଦେଶରେ ଅଧିକାଂଶ ଲୋକେ ଜ୍ୟୋତିଷ ଶାସ୍ତ୍ରକୁ ଖୁବ୍ ବିଶ୍ୱାସ କରିଥାନ୍ତି। ଏଥି ନିମନ୍ତେ ଲୋକେ ନିଜ ଜୀବନର ହେବାକୁ ଯାଉଥିବା ସମସ୍ୟା ମାନଙ୍କୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି। ଏହା ସହ ନିଜ ଜୀବନ ସହ ଜଡ଼ିତ ଥିବା କଥା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି।
ଜ୍ୟୋତିଷ ଶାସ୍ତ୍ର ଆଗତ ଭବିଷ୍ୟତର ସୂଚନା ମଧ୍ୟ ଦେଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ବିଷୟରେ କହିବୁ ସେଥିପାଇଁ ଆପଣଙ୍କୁ ଆମ ଦ୍ୱାରା ଦିଆ ଯାଇଥିବା ୩ ଟି କଳସରୁ ଗୋଟିଏ କଳସକୁ ଚୟନ୍ କରିବାକୁ ପଡ଼ିବ। ଏଥିରେ ରହିଅଛି ନୀଳ ରଙ୍ଗ, ହଳଦିଆ ରଙ୍ଗ ଓ ଲାଲ୍ ରଙ୍ଗର କଳସ। ଯାହାର ନିର୍ଣ୍ଣୟ ହିଁ ଆପଣଙ୍କ ଭବିଷ୍ୟତ ବିଷୟରେ କହିବ। ତେବେ ଏଥି ମଧ୍ୟରୁ ଆପଣ ଗୋଟିଏ କଳସ ବାଛନ୍ତୁ।
୧. ନୀଳ ରଙ୍ଗର କଳସ:-
ଯଦି ଆପଣ ନୀଳ ରଙ୍ଗର କଳସ ବାଛିଛନ୍ତି ତେବେ ଆପଣ ଜାଣିନିଅନ୍ତୁ ଯେ ଆପଣ ଲମ୍ବା ସମୟ ଧରି ଅସୁବିଧାରେ ସମ୍ମୁଖିନ ହୋଇ ଆସୁଛନ୍ତି। ଜୀବନରେ ସବୁ ସମୟର ଉଥାନ ଓ ପତନ ଲାଗି ରହିଛି ଯାହା ଫଳରେ ଆପଣ ଅନୁଭବ କରୁଛନ୍ତି କି ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଉନାହିଁ। ଆପଣ ବହୁତ୍ ଗମ୍ଭୀର ସ୍ୱଭାବର ଅଟନ୍ତି।
ଯିଏକି କେବେବି ଅଯଥା ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ନିଜର ଭବିଷ୍ୟତ ଓ କ୍ୟାରୀୟରକୁ ନେଇ ସର୍ବଦା ଅଗ୍ରସର ହୋଇଥାନ୍ତି। ଅଧିକ ଚିନ୍ତା କରୁଥିବା କାରଣରୁ ଅନେକ ସମୟରେ ଭଲ ଭଲ ସୁଯୋଗ ହାତଛଡ଼ା ମଧ୍ୟ କରିଥାନ୍ତି। ତେବେ ଆପଣଙ୍କୁ ଆପଣଙ୍କର ଏହି ସ୍ଵଭାବ ବଦଳାଇବାର ଅଛି।
୨.ହଳଦିଆ ରଙ୍ଗର କଳସ:-
ଏହି ରଙ୍ଗର କଳସ ବାଛିଥିବା ବ୍ୟକ୍ତିବିଶେଷ ଖୁବ୍ ଧର୍ଯ୍ୟବାନ ବିବେକବାନ ଜ୍ଞାନୀ ଏବଂ ପବିତ୍ର ମନର ଅଟନ୍ତି। କିନ୍ତୁ ଟିକେ ରାଗି ସ୍ଵଭାବର ମଧ୍ୟ ଅଟନ୍ତି। ଏମାନଙ୍କ ଚିଡଚିଡ଼ାପଣ ପାଇଁ ଅନେକ ସମୟରେ ଅନେକ ଲୋକେ ଏମାନଙ୍କୁ ଭୁଲ ବୁଝିଥାନ୍ତି।ଏହା ସହିତ ଆପଣ ଅଧିକ ଖର୍ଚ୍ଚି ସ୍ୱାଭାବର ହୋଇଥାନ୍ତି।
ଏହି କାରଣରୁ ଆପଣଙ୍କ ଜୀବନରେ ବହୁତ ପ୍ରକାରର ସମସ୍ୟା ଆସିଥାଏ ଯେଉଁଥି ପାଇଁ ଧନ ସଞ୍ଚୟରେ ବାଧା ଉପୁଜିଥାଏ।ଜାଣିନିଅନ୍ତୁ କି ଗୋଟିଏ ନିଶ୍ଚିତ ସମୟରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିପାରେ ତାହା ହେଉଛି ୨୧ ବର୍ଷ, ୩୭ ବର୍ଷ କିମ୍ବା ୪୭ ବର୍ଷ ହୋଇପାରେ।ଗୋଟିଏ ନିଶ୍ଚିୟ ବୟସ ଯିବା ପରେ ଆପଣଙ୍କ ପାଖକୁ ଏତେ ଧନ ଆସିବ କି ଆପଣ ତାହା ସ୍ୱପ୍ନରେ କେବେବି ଭାବି ନଥିବେ।
୩. ଲାଲ୍ ରଙ୍ଗର କଳସ:-
ଏହି କଳସକୁ ଚୟନ କରିଥିବା ବ୍ୟକ୍ତି ଖୁବ୍ ସୁନ୍ଦର ଓ ଆକର୍ଷକ ହୋଇଥାନ୍ତି। ଏମାନେ ଖୁବ୍ ଖୁସ୍ ମିଯାଜାର୍ ଅଟନ୍ତି ଅଧିକ ଗପିବା ପାଇଁ ପସନ୍ଦ କରନ୍ତି ଓ ସମସ୍ତଙ୍କ ସହ ରହିବା ପାଇଁ ପସନ୍ଦ କରନ୍ତି। ଗୀତ ଓ ନୃତ୍ୟ ପ୍ରତି ଆଗ୍ରହ ରଖିଥାନ୍ତି। କଠିନ ପରିସ୍ଥିତିର ସାମ୍ନା ଖୁବ୍ ସହଜରେ କରି ପାରନ୍ତି।ଆପଣଙ୍କ ହୃଦୟ ପୂର୍ଣ୍ଣ ନିର୍ମଳ ହୋଇଥାଏ। ଏହି କାରଣରୁ କେବେ କେବେ ଠକାମୀର ଶିକାର ମଧ୍ୟ ହୋଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।