ହେ ଭଗବାନ…ଗୀତ ଗାଉ ଗାଉ ଚାଲିଗଲା ଜୀବନ,ଏମିତି ବି ଆସିପାରେ ମୃତ୍ୟୁ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ଯିଏ ଜନ୍ମ ନେଇଛି ସିଏ ତ ଦିନେ ନା ଦିନେ ମରିବ। କିନ୍ତୁ ମୃତ୍ୟୁ କେତେବେଳେ ଆସିବ ଏବଂ କେଉଁ ମୁହୂର୍ତ୍ତରେ ଆସିବ ତାହା କିଏ ଜାଣିଛି। କୁହା ଯାଇଥାଏ କି ମୃତ୍ୟୁ ପୂର୍ବ ନିର୍ଦ୍ଧାରିତ। କିଏ କେବେ କିପରି କଉଠି ମରିବ ତାହା ପୂର୍ବରୁ ସ୍ଥିର ହୋଇ ସାରିଥାଏ। କଥାରେ ଅଛି ମୃତ୍ୟୁ ହିଁ ସତ୍ୟ, ବାକି ସବୁ ମିଛ। କିନ୍ତୁ ମୃତ୍ୟୁଟା ସମସ୍ତଙ୍କ ପାଇଁ ଯନ୍ତ୍ରଣା ଦାୟକ।

ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରି ହୁଏ ନାହିଁ। ତେବେ ବର୍ତ୍ତମାନ ସମୟରେ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଯାହା ସହଜରେ ବିଶ୍ଵାସ କରିହେବ ନାହିଁ କି ମୃତ୍ୟୁ ଏପରି ବି ଆସିପାରେ। ଯାହାକୁ ଦେଖି ଲୋକେ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛନ୍ତି।ଗୀତ ଗାଉ ଗାଉ ମଞ୍ଚ ଉପରେ ଟଳି ପଡିଛନ୍ତି ଏକ ପ୍ରସିଦ୍ଧ କଣ୍ଠଶିଳ୍ପୀ ଯାହାଙ୍କ ଦେହାନ୍ତରେ ସାରା ସଙ୍ଗୀତ ଜଗତରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି।

ଗୀତ ଗାଉ ଗାଉ ଲାଇଭ ଶୋରେ ଚାଲିଗଲା ଗାୟକ ଏଡଭା ବଶିରଙ୍କ ଜୀବନ। ମାଲାୟାଲମ୍ ସଂଗୀତ ଜଗତର ଜଣେ ଭେଟେରାନ୍ ତଥା କିମ୍ବଦନ୍ତୀ ଗାୟକ ଏଡଭା ବଶିରଙ୍କ ଦେହାନ୍ତରେ ଶୋକର ଛାୟା ଖେଳି ଯାଇଛି।ନିକଟରେ ସେ କେରଳର ଆଚ୍ଛାପୋଲା‌ ଠାରେ ବ୍ଲୁ ଡ଼ାଇମଣ୍ଡ ଅର୍କେଷ୍ଟ୍ରା ଗ୍ରୁପର ଗୋଲଡେନ୍ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପହଞ୍ଚିଥିଲେ ଏଡଭା ବଶିର।

ଏବଂ ଲାଇଭ ପ୍ରୋଗ୍ରାମ ଚାଲିଥିବା ସମୟରେ ସେ ଏକ ପ୍ରସିଦ୍ଧ ଗୀତ ମଧ୍ୟ ଗାଇଥିଲେ। କିନ୍ତୁ କିଏ ଜାଣିଥିଲା ​​ଯେ ଏହି ଗୀତ ତାଙ୍କର ଶେଷ ଗୀତ ହେବ ବୋଲି।ତେବେ ଗୀତ ଗାଇ ସାରିବା ପରେ ସେ ସେହିଠାରେ ସେହି ହଠାତ୍ ତଳେ ଗଳି ପଡିଥିଲେ। ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ହିଁ ତାଙ୍କର ଦେହାନ୍ତ ହୋଇଥିଲା। ଯାହା ଦେଖି ଦର୍ଶକ ମାନେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଘଟଣା ସମୟରେ ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।ଏହା ପରେ ତୁରନ୍ତ ସେହି କାର୍ଯ୍ୟକ୍ରମକୁ ବନ୍ଦ କରା ଯାଇଥିଲା। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ପ୍ରସିଦ୍ଧ କଣ୍ଠଶିଳ୍ପୀଙ୍କ ଆକସ୍ମିକ ଦେହାନ୍ତରେ କେବଳ ତାଙ୍କ ପ୍ରଶଂସକମାନେ ହିଁ ନୁହଁନ୍ତି, ମନୋରଞ୍ଜନ ଜଗତ ସହ ସଂଗୀତ ଜଗତରେ ମଧ୍ୟ ଶୋକର ଲହରୀ ଖେଳିଯାଇଛି। ଅନେକ ଫିଲ୍ମ ଗୀତରେ କଣ୍ଠ ଦେଇଥିବା ଏଡଭା ଅଧିକାଂଶ ସମୟରେ ତାଙ୍କ ଲାଇଭ୍ କନ୍ସର୍ଟ ପାଇଁ ବେଶ୍ ଜଣାଶୁଣା। କିନ୍ତୁ ତାଙ୍କର ଏ ଅଚାନକ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ତାଙ୍କ ପ୍ରଶଂସକ ମାନେ। ଲାଇଭ ଶୋରେ ଯେଉଁ ଭଳି ଭାବରେ ତାଙ୍କର ଜୀବନ ଚାଳିଗଲା ତାହା ଖୁବ୍ ହୃଦୟ ବିଦାରକ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।