ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଲେ ରାଣୀ ପଣ୍ଡା ମୁଣ୍ଡ ଆଉ ଛାତିରେ ହୋଇଛି ମାଡ଼ Rani Panda Accident

ଆପଣ ତ ଜାଣିଛନ୍ତି ଗତ କାଲି ରେ କେତେ ବଡ଼ ଦୁର୍ଘଟଣା ଘଟି ଯାଇଛି ଯାହାକି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କର ଏତେ ବଡ଼ କାର ଓ ବାଇକ ଦୁର୍ଘଟଣା ହୋଇଛି | ପୁଣି ଏକ ବଡ଼ ଖବର ରାଣୀ ପଣ୍ଡା ଙ୍କ କାର ଦୁର୍ଘଟଣା ଗ୍ରସ୍ତ ହେଲା ପରେ ଯାହା ଯୁବକ ଙ୍କର ମୃତ୍ୟୁ ହେବାର ସୂଚନା ମିଳି ଥିଲା | କିନ୍ତୁ ବର୍ତ୍ତମାନ ଯାହା ସୂଚନା ଆସୁଛି କି ରାଣୀ ପଣ୍ଡା ମଧ୍ୟ ଗୁରୁତର ଅବସ୍ଥା ରେ ମେଡିକାଲ ରେ ଚିକିତ୍ସାଧୀନ ଅବସ୍ଥା ରେ ରହିଛନ୍ତି |

ତେବେ ଗତ କାଲିର ଦୁର୍ଘଟଣା ପରେ ରାଣୀ ପଣ୍ଡା ହଠାତ ଗୁରୁତର ହୋଇ ପଡ଼ି ଥିଲେ, ଯେଉଁଥିରେ କି ତାଙ୍କ ଶରୀର ରେ 8ଟି ଷ୍ଟିଜ ପଡି ଥିବା କଥା କୁହା ଯାଉଛି ଏବଂ ମୁଣ୍ଡରେ ଏବଂ ଛାତିରେ ଜୋର ରେ ଆଘାତ ଲାଗିଥିବା କଥା କୁହା ଯାଉଛି | ତେବେ ଭୁବନେଶ୍ୱର ରେ ଏକ ଘରୋଇ ହସ୍ପିଟାଲ ରେ ସେ ଚିକିତ୍ସିତ ହେଉ ଥିବା କଥା ଏବେ ସାମ୍ନା କୁ ଆସିଛି | ତେବେ କଟକ ଜିଲ୍ଲା ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କ କାର କାଲି ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା |


ଗତକାଲି ଅନୁଗୁଳ ରୁ ଏକ ବିବାହ ଭୋଜି ସାରି ଭୁବନେଶ୍ୱର କୁ ରାଣୀ ପଣ୍ଡା ଫେରୁ ଥିଲେ | ରାତି ପ୍ରାୟ 10 ଟା ବା ସାଢେ 10 ଟା ପାଖାପାଖି ସମୟରେ ଆଠଗଡ ଡାଳଖାଇ ରାସ୍ତା ରେ ଥିବା ଏକ ମନ୍ଦିର ନିକଟରେ ରାଣୀ ପଣ୍ଡା ଙ୍କର କାର ଏକ ବାଇକ କୁ ଧକ୍କା ଦେଇ ଥିଲା | ଏଥିରେ ଉଭୟ କାର ଓ ବାଇକ ଭାଙ୍ଗି ରୁଜି ଯାଇଛି ଗୁରୁତର ଅବସ୍ଥା ରେ ପ୍ରଥମେ ସୁକାନ୍ତ ଙ୍କୁ ଆଠଗଡ ମେଡିକାଲ ରେ ନିଆ ଯାଇଥିଲା | ପରେ ତାଙ୍କୁ କଟକ ବଡ଼ ମେଡିକାଲ କୁ ନିଆ ଯାଉଥିଲା କିନ୍ତୁ ସୁକାନ୍ତ ଙ୍କର ମୃତ୍ୟୁ ଘଟି ଥିବା ପୋଲିସ କହିଛି | ମୃତକ ହେଉଛନ୍ତି ରାଜନଗର ଗାଁ ର ସିନିବାସ ବେହେରା ଙ୍କ ପୁଅ ସୁକାନ୍ତ ବେହେରା |


ତେବେ ଆପଣ ସୋସିଆଲ ମିଡ଼ିଆ ରେ କାର ର ଫଟୋ ଦେଖିଲେ ହିଁ ଜାଣି ପାରିବେ କି କେତେ ଭୟଙ୍କର ଭାବରେ ଦୁର୍ଘଟଣା ହୋଇଛି | ରାଣୀ ପଣ୍ଡା ଙ୍କର କାର ର ଆଗ ପଟକୁ ଦେଖିଲେ ଆପଣ ନିଶ୍ଚିତ ଜାଣି ପାରିବେ କି ଏହି ଦୁର୍ଘଟଣା କେତେ ସାଙ୍ଘାତିକ ଥିଲା ଆଉ ଯେଉଁଥିରେ ଜଣଙ୍କର ଜୀବନ ଚାଲି ଯାଇଥିଲା ଏବଂ ରାଣୀ ପଣ୍ଡା ଅତ୍ୟନ୍ତ ଗୁରୁତର ହୋଇ ପଡ଼ି ଥିଲେ | ତେବେ ଏହି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି |